ସୁନାର ମୂଲ୍ୟରେ ବହୁତ ପତନ ଘଟିଛି ଏବଂ ଏହା ୬୭୯୯ ଟଙ୍କା ହ୍ରାସ ପାଇଛି । ଶୁକ୍ରବାର ଦିନ ସୁନାର ମୂଲ୍ୟ ଏମସିଏକ୍ସ ଏକ୍ସଚେଞ୍ଜରେ ୪୯୩୨୭ଟଙ୍କା ପ୍ରତି ୧୦ଗ୍ରାମକୁ କାମ ହୋଇଛି | ସୁନାର ଭାଉ ନିଜର ପୂର୍ବ ଉଚ୍ଚସ୍ତର ତୁଳନାରେ ବହୁତ ଅଧିକ କମି ଯାଇଛି। ପୂର୍ବ ଏକ ସପ୍ତାହରେ ୨୪କ୍ୟାରେଟ ସୁନା ୧୦୯୪ଟଙ୍କା ପ୍ରତି ୧୦ଗ୍ରାମ ପର୍ଯ୍ୟନ୍ତ ସସ୍ଥା ହୋଇ ଯାଇଛି।ସୁନା ସହିତ ରୂପା ମଧ୍ୟ ଏବେ ଦୁର୍ବଳ ହୋଇଯାଇଛି। ଅଗଷ୍ଟରେ ୭୬୦୦୮ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ମଜବୁତ ହୋଇଥିବା ରୂପା ଏହି ସପ୍ତାହରେ ୬,୯୨୭ଟଙ୍କା କମଜୋର ହୋଇ ଯାଇଛି।
ପୂର୍ବବର୍ଷ ଉଚ୍ଚମୂଲ୍ୟରୁ ରୂପା ୧୦,୫୮୮ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ସସ୍ଥା ହୋଇଛି। ବୁଲିୟନ ବଜାରରେ ଶୁକ୍ରବାର ଦିନ ରୂପାର ମୂଲ୍ୟ ୬୫୪୨୦ ଏବଂ ସୁନାର ସ୍ଥାନୀୟ ମୂଲ୍ୟ୫୬,୨୫୪ରେ ଖୋଲିଥିଲା। ଏହା ବହୁତ ଉଚ୍ଚମୂଲ୍ୟର ଥିଲା। ଏହାପରେ ସଂନ୍ଧ୍ୟାକୁ ଏହା ଅଳ୍ପ ପତନ ପରେ ୫୬,୧୨୬ଟଙ୍କା ପ୍ରତି ୧୦ଗ୍ରାମର ସ୍ତରରେ ବନ୍ଦ ହୋଇଥିଲା। ଦ୍ଵିତୀୟରେ ରୂପା ଏହି ଦିନରେ ୭୬୦୦୮ ଟଙ୍କା ପ୍ରତି କିଲୋର ମୂଲ୍ୟରେ ଖୋଲିଥିଲା ଏବଂ ୭୫୦୧୩ଟଙ୍କାରେ ବନ୍ଦ ହୋଇଥିଲା।
ଆପଣଙ୍କୁ ଜଣାଇ ଦେଉଛୁ କି ସୁନାର ମୂଲ୍ୟ ୧୬ମାର୍ଚ୍ଚ ୨୦୨୦ରେ ୩୮,୪୦୦ଟଙ୍କା ପ୍ରତି ୧୦ଗ୍ରାମ ଥିଲା। କିନ୍ତୁ କରୋନା ଭାଇରସ କାରଣରୁ ସୁନା ଏବଂ ରୂପାର ମୂଲ୍ୟରେ ଏକ ଦମରେ ବୃଦ୍ଧି ଆସି ଯାଇଥିଲା। ମାର୍ଚ୍ଚ ୨୦୨୦ରେ ହିଁ ରୂପା ଏବଂ ସୁନାର ମୂଲ୍ୟ କମ ହେବାର ନାମ ନେଉନଥିଲେ। ତାହା ଏବେ ଏତେ ମାସ ପରେ ଏହି ଦୁଇଟିର ମୂଲ୍ୟରେ ପତନ ଆସିଛି।
ମୋତୀଲାଲ ଓସବାଲ ଫାଇନେନ୍ସିୟଲ ସର୍ଭିସରେ ଜିନ୍ସ ଶୋଧର ଉପାଧ୍ୟାୟ ନବନୀତ ଦମାନୀଙ୍କ ଅନୁସାରେ ଆସିବାକୁ ଥିବା ସମୟରେ ଏଥିରେ ଉଚ୍ଚ-ନୀଚ୍ଚ ଜାରି ରହିପାରେ ଏହି ଦିନମାନଙ୍କରେ ସୁନାର ମୂଲ୍ୟ ବୃଦ୍ଧି ରୁ କମି ୫୦,୦୦ଟଙ୍କା ନିଚ୍ଚକୁ ଆସିଛି, ଯେତେବେଳେ କି ରୂପା ୬୦,୦୦୦ ରୁ ୬୫,୫୦୦ଟଙ୍କାର ସ୍ଥାନକୁ ଆସିଛି। ସେହି କେଡିୟା କୈପିଟଲର ଡାଇରେକ୍ଟର ଏବଂ ରିସର୍ଚ୍ଚ ହେଡ ଅଜୟ କେଡିୟାଙ୍କ କହିବା କଥା ହେଉଛି କି ଆଗକୁ ଆସିବାକୁ ଥିବା କିଛି ମାସରେ ସୁନା ୬୦ ରୁ ୭୦ହଜାର ଟଙ୍କା ପ୍ରତି ୧୦ଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ପାରେ।
ଏହି କାରଣରୁ କମିଛି ମୂଲ୍ୟ
କରୋନ ଭାଇରସ କାରଣରୁ ହିଁ ସୁନା ଏବଂ ରୂପାର ମୂଲ୍ୟରେ ଏକଦମ ଭାବରେ ବୃଦ୍ଧି ହୋଇଥିଲା। ବାସ୍ତବରେ କରୋନା ଭାଇରସ ମହାମାରୀ କାରଣରୁ ଶେୟାର ମାର୍କେଟରେ ଯେଉଁ ପତନ ଘଟିଥିଲା,ଏହାର ପ୍ରଭାବ ତାର ଦାମ ଉପରେ ପଡିଥିଲା। ଏବେ ଶେୟାର ମାର୍କେଟରେ ଯେଉଁ ପତନ ଘଟିଥିଲା, ସେଥିରୁ ବଜାର ସୁଧୁରିବାରେ ଲାଗିଛି ଏବଂ ଏମିତି ହେବାଦ୍ବାରା ସୁନାର ମୂଲ୍ୟରେ ଉଚ୍ଚ-ନୀଚ୍ଚ ନଜର ଆସୁଛି।