ପ୍ରକୁତ ପ୍ରେମ କାହାକୁ କୁହାଯାଏ? ଥରଟେ ଏହି ବୃଦ୍ଧ ଦମ୍ପତିଙ୍କୁ ଦେଖନ୍ତୁ

ପ୍ରକୁତ ପ୍ରେମ ସେହି ହୋଇଥାଏ ଯାହା ବୃଦ୍ଧ କାଳ ପର୍ଯ୍ୟନ୍ତ ମଧ୍ୟ କମ ହୋଇ ନ ଥାଏ। ଏପରି ଏକ ସମ୍ପର୍କ ହେଉଛି ବିବାହ। ଯାହା ସହିତ ଲୋକ ସାତ ଜନ୍ମ ପର୍ଯ୍ୟନ୍ତ ରହିଥାନ୍ତି। ପୁଣି ବୃଦ୍ଧ କାଳରେ ସେମାନେ ପରସ୍ପରର ସାଥି ହୋଇଥାନ୍ତି। ଏହା ଏକ ଏପରି ସମୟ ହୋଇଥାଏ ଯେଉଁଠି ଆମକୁ ଆମର ଜୀବନ ସାଥିର ଆବଶ୍ୟକତା ପଡିଥାଏ। ସେତେବେଳେ ଆମ ସହିତ ଇମୋସନାଲ କଥାବାର୍ତ୍ତା ହେବା ପାଇଁ କେହି ନ ଥନ୍ତି। ଏହି ସମୟରେ ଯେଉଁ ଦମ୍ପତିଙ୍କର ପ୍ରେମ ଜାରି ରହିଥାଏ ସେମାନେ ଦୁନିଆର ସବୁଠାରୁ ଧନ୍ୟ ଦମ୍ପତି ଅଟନ୍ତି।

ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଉଦାହରଣ ରୂପେ ଦେଖନ୍ତୁ। ଏହି ଭିଡିଓରେ ଜଣେ ବୃଦ୍ଧ ସ୍ବାମୀ ନିଜର ବୃଦ୍ଧ ସ୍ତ୍ରୀକୁ ନିଜ ହାତରେ ଖାଇବା ଖୁଆଉଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ଥିବା ଏ ପ୍ରେମକୁ ଦେଖି ସମସ୍ତଙ୍କ ମନ ଖୁସିରେ ଭରି ଉଠୁଛି। ସମସ୍ତେ କହୁଛନ୍ତି ଦୁଇ ଜଣଙ୍କକ ଯୋଡି ଏମିତି ବର୍ଷ ବର୍ଷ ଧରି ରହିଥାଉ। ସେମାନଙ୍କ ପ୍ରେମ ଏମିତି ବନି ରହିଥାଏ ଏବଂ କେତେକ ଲୋକ ତାଙ୍କ ଜୀବନର ଲଭ ଲାଇଫର ପ୍ରେରଣା ବୋଲି ଏହି ଭିଡିଓକୁ ମାନୁଛନ୍ତି।

ଏହି ସୁନ୍ଦର ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବରା ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଭିଡିଓ ଟ୍ବୁଟି କରି ଲେଖିଛନ୍ତି – ବୋଧହୁଏ ଏହା ଇଣ୍ଟରନେଟର ବେଷ୍ଟ ଭିଡିଓ। ଏହି ବୃଦ୍ଧ ଦମ୍ପତିଙ୍କ ପରି ନିଜ ପାର୍ଟନରଙ୍କୁ ସବୁ ବେଳେ ସମ୍ମାନ ଏବଂ ପ୍ରେମ କରନ୍ତୁ। ନିଜ ଜୀବନ ପ୍ରତ୍ୟକ ଯାଗାରେ ପରସ୍ପରର ସାଥ ଦିଅନ୍ତୁ।

ଟ୍ବୁଟର ଛଡା ଅନ୍ୟ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହି ଭିଡିଓ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଏହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ଦଉଛନ୍ତି। ଜଣେ କମେଣ୍ଟରେ ଲେଖିଛନ୍ତି ବାଃ କି ସମୟ ଅଟେ। ଏହି ସମୟରେ ଜଣେ ସିଙ୍ଗଲ ପିଲାଟେ ଲେଖିଲେ ମତେ ଏପରି ଜୀବନ ସାଥି ମିଳନ୍ତା କି। ଏହା ବ୍ୟତିତ ବହୁତ ଲୋକ ଏହି ଭିଡିଓରୁ ପ୍ରେମର ଟିପ୍ସ ନେବା ଏବଂ ପ୍ରେରିତ ହେବାର କଥା କହିଛନ୍ତି।

ଏହି ଭିଡିଓକୁ ଦେଖି ଆପଣଙ୍କ ମନରେ କ’ଣ ବିଚାର ଆସୁଛି ? କ’ଣ ଆପଣ ଆପଣଙ୍କ ପାର୍ଟନରଙ୍କୁ ଏପରି ପ୍ରେମ କରନ୍ତି? ଉତ୍ତର କମେଣ୍ଟରେ ନିଶ୍ଚୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *