ବାପ ଝିଅର ସମ୍ପର୍କ ବହୁତ ଖାସ ହୋଇଥାଏ, ଜଦି କୌଣସି ବାପା ଏହି ସମ୍ପର୍କକୁ ଲଜ୍ଜିତ କରିଥାଏ ତେବେ ସାରା ସମାଜ ଲଜ୍ଜିତ ହୋଇଥାଏ। ଏହି ସମ୍ପର୍କର ସବୁ ମର୍ଜ୍ୟାଦାକୁ ଉଲ୍ଘନ କରି ମହାରାଷ୍ଟ୍ରର ପୁନେରୁ ଏକ ଘଟଣା ସାମନାକୁ ଆସିଛି। ଯେଉଁଠି ଏକ ମା ନିଜର ଝିଅଙ୍କୁ ଦୁ-ଷ୍କ-ର୍ମ କରାଉଥିବା ବାପା ନାମରେ କେସ ଦର୍ଜ କରଛନ୍ତି।
ପୁନେର କୋଣ୍ଢାବା ଖୁର୍ଦରେ ଏକ ନିଷ୍ଠୁର ବାପା ନିଜର ଦୁଇ ନାବାଳିକା ଝିଅଙ୍କ ସହ ଦୁ-ଷ୍କ-ର୍ମ କରିଛି। ବାପା ଗତ ୪ ବର୍ଷ ହେବ ଏହି କାର୍ଯ୍ୟ କରି ଆସୁଛି।
ପୀଡିତା ଝିଅଙ୍କ ମା ଅଭିଯୋରେ ଲେଖିଥିଲେ ୨୦୧୬ରେ ତାର ଗୋଟେ ଝିଅ ପେଟ କାଟୁଛି ବୋଲି କହିଥିଲା, ଯେତେବେଳେ ଡକ୍ଟରଙ୍କୁ ଦେଖାଇଲୁ ସେତେବେଳେ ଡକ୍ଟର ସୋନୋଗ୍ରାଫି କରାଇବାକୁ କହିଥିଲେ, କିନ୍ତୁ ଆରୋପୀ ସ୍ୱାମୀ ରିର୍ପୋଟ ଛଡେଇ ନେଇ ଗ୍ୟାସରେ ଜଳାଇ ଦେଇଥିଲେ।
ପୀଡିତାଙ୍କ ମାଙ୍କୁ ଏହି ବିଷୟରେ କିଛି ଜଣା ନଥିଲା କିନ୍ତୁ ଗୋଟିଏ ଦିନ ରାତି ୨ଟା ରେ ଝିଅ କାନ୍ଦିବାର ଶବ୍ଦ ଶୁଣି ଉଠିଗଲେ। ଝିଅକୁ ମା ପଚାରିବାରୁ ଝିଅ ନିଜ ବାପା ଦ୍ୱାରା କରାଯାଥିବା ଖରାପ କାମ ବିଷୟରେ ସବୁ କହିଥିଲା। ସେଇଠି ଅନ୍ୟ ଝିଅଟି ସେଇଠି କହିଲାକି ଯେତେବେଳେ ତୁମେ ବାହାରକୁ ବା ବଜାରକୁ ଯାଅ ସେତେବେଳେ ବାପା ଏହି କାର୍ଯ୍ୟ କରିଥାନ୍ତି। ଆମେ ମନା କରିବାରୁ ସେ ଆମକୁ ସେଫ୍ଟିପିନରେ ଫୁଟେଇ ଦିଅନ୍ତି।
ଯେତେବେଳେ ମା ଏହି ବିଷୟରେ ଅଭିଯୁକ୍ତ ବାପାଙ୍କୁ କହିଥିଲେ ସେତେବେଳେ ସେ କହିଥିଲେ ଯଦି ଏ ବିଷୟରେ କାହାକୁ କୁହ ତେବେ ସମସ୍ତଙ୍କୁ ଜୀବନରୁ ମାରି ଦେବି।
ପୀଡିତା ମାଙ୍କର ଦୁଇଟି ଝିଅ ଏବଂ ଦୁଇଟି ପୁଅ ଅଛନ୍ତି। ସେ ଏହି କାରଣରୁ ୨୦୨୦ ଜୁନରୁ ନିଜ ସ୍ୱାମୀ ଠାରୁ ଅଲଗା ରହୁଛନ୍ତି। ମହିଳା ଜଣଙ୍କ ମେସ ଚଲାଇ ନିଜ ପିଲାଙ୍କୁ ପାଳୁଛନ୍ତି ସେଇଠି ବ୍ୟକ୍ତି ଜଣଙ୍କର ଫୈବ୍ରିକେଶନର ଦୋକାନ ଅଛି।