ଆମେରିକାରେ ଜୋ ବାଇଡନ ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ହିଁ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଓ୍ବାସିଙ୍ଗଟନ ଡିସି ଛାଡି ଚାଲି ଯାଇଥିବାର ଖବର ମିଳିଛି।
ଖବର ଅନୁସାରେ ରାଷ୍ଟ୍ରପତି ଜୋ ବାଇଡନ ଆସନ୍ତା ସପ୍ତାହର ବୁଧବାରକୁ ରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବେ। ଏହି ଦିନ ସକାଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ୍ବାସିଙ୍ଗଟନ ଡିସିକୁ ଛାଡି ଫ୍ଲୋରିଡା ଚାଲି ଯିବେ। ଟ୍ରମ୍ପ ଫ୍ଲୋରିଡାରେ ଟ୍ରମ୍ପ ନିଜର ନୂଆ ଜୀବନ ଆରମ୍ଭ କରିବେ। ଟ୍ରମ୍ପଙ୍କ ପ୍ରଶାସନ ସହିତ ଜଡିତ ଖବର ଅନୁସାରେ ଏହା କି ତାଙ୍କର ବିଦାୟ ସମାରୋହ ଜ୍ବାଇଣ୍ଟ ବେସ ଏଣ୍ଡ୍ରୟୂଜରେ ଆୟୋଜନ କରାଯିବ। ଏଠାରୁ ଟ୍ରମ୍ପ ଫ୍ଲୋରିଡାକୁ ବାହାରିବେ।
ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଜୋ ବାଇଡନଙ୍କ ରାଷ୍ଟ୍ରପତି ପଦର ଶପଥ ଗ୍ରହଣ କାର୍ଯ୍ୟକର୍ମରେ ଉପସ୍ଥିତ ରହିବେ ନାହିଁ ବୋଲି ଘୋଷଣା କରିଥିଲେ। ଟ୍ରମ୍ପ ଏକ ଟ୍ବୁଟରେ କହିଥିଲେ – ସେମାନ ସମସ୍ତଙ୍କ ପାଇଁ, ଯେଉଁମାନେ ଏହା ପଚାରି ଥିଲେ, ମୁଁ ଜାନୁଆରୀ ୨୦ରେ ହେବାକୁ ଥିବା କାର୍ଯ୍ୟକର୍ମରେ ସାମିଲ ହେବି ନାହିଁ।
ଜୋ ବାଇଡନ ଜାନୁଆରୀ ୨୦କୁ ଆମେରିକାର ହେବାକୁ ଥିବା ରାଷ୍ଟ୍ରପତି ଏବଂ କମଲା ହୈରସ ଉପ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଟ୍ରମ୍ପ ଏକ ପ୍ରକାରର ଇଶାରା କରି ଦେଇଥିଲେ କି ହୁଏତ ଜୋ ବାଇଡନ ପଦ ହାସିଲ କରି ନେଇଛନ୍ତି କିନ୍ତୁ ଭୋଟର ବିରୋଧ ପରି ଆଗକୁ ମଧ୍ୟ ତାଙ୍କ ଭିତରେ ଶତ୍ରୁତା ସର୍ବଦା ରହିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।