ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ଏବଂ କୄନାଲ ପାଣ୍ଡିଆ ହୃଦୟ ରୋଗ କାରଣରୁ ନିଜ ବାପାଙ୍କୁ ଆଜି ସକାଳେ ହରେଇ ଦେଇଛନ୍ତି।
ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ଏବଂ କୄନାଲ ପାଣ୍ଡିଆ କାର୍ଡିୟକ ଆରେଷ୍ଟ କାରଣରୁ ନିଜ ବାପାଙ୍କୁ ଆଜି ସକାଳେ ହରେଇ ଦେଇଛନ୍ତି। କୄନାଲ ପାଣ୍ଡିଆ ବରୋଦା ପାଇଁ ସୈଯ୍ୟଦ ମୁସ୍ତାକ ଅଲି ଟି-20 ଟୁର୍ନାମେଣ୍ଟରେ ଖେଳୁଥି୍ଲେ। ବାପାଙ୍କ ମୃ-ତ୍ୟୁ ଖବର ଶୁଣି କୄନାଲ ପାଣ୍ଡିଆ ନିଜ ଘରକୁ ଯିବାକୁ ବାହାରି ଗଲେ।
ବରୋଦାର କ୍ୟାପଟେନ କୄନାଲ ପାଣ୍ଡିଆ ଏପରି ଖରାପ ପରିସ୍ଥିତିରେ ନିଜ ପରିବାରର ସାଥ ଦେବାପାଇଁ ଟିମ ଛାଡି ଚାଲି ଯାଇଥିଲେ। ଏବେ କୄନାଲ ସଯ୍ୟଦ ମୁଶ୍ତାକ ଅଲି ଟି-୨୦ ଟ୍ରଫିରେ ଆଗକୁ ଖେଳିବେ ନାହିଁ।
ବରୋଦା କ୍ରିକେଟ ଆଶୋସିଏସନର ସିଈଓ ଶିଶିର ହଣ୍ଟିଗଡୀ ଏଏନଆଈ କହିଛନ୍ତି, ହଁ କ୍ରୁଣାଲ ପାଣ୍ଡିଆ ବାୟୋ ବବଲ ଛାଡି ଦେଇଛନ୍ତି। ଏହା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ବହୁତ ଦୁଃଖ ଘଟଣା ଅଟେ। ବରୋଦା କ୍ରିକେଟ ଆଶୋଶିଏସନ ହାର୍ଦିକ ପାଣ୍ଡିଆ ଏବଂ କୄନାଲ ପାଣ୍ଡିଆ ବାପାଙ୍କ ମୃତ୍ୟୁରେ ଶୋକରେ ଅଛନ୍ତି।
କୄନାଲ ପାଣ୍ଡିଆ ଏହି ସିଜିନରେ ଚାଲୁଥିବା ସୈଯ୍ୟଦ ମୁଶ୍ତାକ ଟୁର୍ନାମେଣ୍ଟରେ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ଚାରୋଟି ଓ୍ବିକେଟ ନେଇଛନ୍ତି। ଉତ୍ତରାଖଣ୍ଡ ବିରୋଧରେ ଖେଳିଥିବା ପ୍ରଥମ ମ୍ୟାଚରେ କୄନାଲ ପାଣ୍ଡିଆ ବରୋଦା ପାଇଁ ୭୬ ରନ କରିଥିଲେ।
ବରୋଦା ଏପର୍ଯ୍ୟନ୍ତ ସୈୟଦ ମୁସ୍ତାତାକ ଅଲି ଟ୍ରଫି ରେ ନିଜର ସବୁ ତିନୋଟି ମ୍ୟାଚ ଜିତିଛି। ଗ୍ରୁପ ମାନଙ୍କ ମଧ୍ୟରୁ ବରୋଦା ଶୀର୍ଷରେ ଅଛି। ହାର୍ଦିକ ପାଣ୍ଡିଆ ସୈୟଦ ମୁସ୍ତାକ ଅଲି ଟି-20 ଟ୍ରଫି ଖେଳୁ ନାହାଁନ୍ତି। କିନ୍ତୁ ସେ ଇଙ୍ଗଲଣ୍ଡ ବିରୋଧରେ ଆଗାମୀ ହ୍ବାଇଟ ବଲ ସିରିଜି ପାଇଁ ନିଜର ଟ୍ରେନିଙ୍ଗ ଆରମ୍ଭ କରି ଦେଇଛନ୍ତି।