ସାହୁ ପରିବାର ଟଙ୍କାରେ ଇନ୍ଦିରା ଗାନ୍ଧୀଙ୍କୁ ଓଜନ କରି ଦେଇଥିଲେ, ଯାଣନ୍ତୁ ୟୁପିରେ ରହୁଥିବା ଏହି ସାହୁ ପରିବାର ବିଷୟରେ।

ଗାନ୍ଧୀ ପରିବାର ଏବଂ ସାହୁ ପରିପାରର ଭଲ ସମ୍ପର୍କ ଥିଲା , ଥରେ ମୁଦ୍ରାରେ ଇନ୍ଦିରା ଗାନ୍ଧୀକୁ ଓଜନ କରା ଯାଇଥି୍ଲା।

ସାହୁବାଣୀ ପରିବାର ବହୁତ ସମୟ ହେବ ଦେଶର ସେବା କରୁଛନ୍ତି ଏବଂ ଏହି ପରିବାର ଲୋକ ପ୍ରତ୍ୟକ ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତି। ଉତ୍ତରପ୍ରଦେଶରେ ରହୁଥିବା ସାହୁ ପରିବାର ଦ୍ବାରା ଦେଶରେ କେତେକ ମନ୍ଦିର ଗଢା ହୋଇଛି ଏବଂ ଏହି ମନ୍ଦିରର ପ୍ରୟୋଗ ଆଜି ମଧ୍ୟ କରା ଯାଉଛି। ସ୍ବତନ୍ତ୍ରତା ସେନାପତି ସ୍ବର୍ଗୀୟ ସାହୁ ବୈଜନାଥ ପ୍ରସାଦ ନିଜ ପରିବାରର ନାମ ରଖିଛନ୍ତି ଏବଂ ଏମାନଙ୍କର ପରିବାର ଲୋକମାନେ ମଧ୍ୟ ତାଙ୍କ ଦ୍ବାରା କରା ଯାଇଥିବା ଭଲ କର୍ଯ୍ୟକୁ ମଧ୍ୟ ଜାରି ରଖିଛନ୍ତି।

ସ୍ବତନ୍ତ୍ରତା ସେନାପତୀ ସ୍ବର୍ଗୀୟ ସାହୁ ବୈଜନାଥ ପ୍ରସାଦ ଦେଶର ସ୍ବାଧିନତା ପାଇଁ ଇଂଗ୍ରେଜ ମାନଙ୍କ ବିରୋଧରେ କାର୍ଯ ଅନୁଷ୍ଠାନ ନେଇଥିଲେ, ଯାହାପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା। ସ୍ବାଧିନତା ସମୟରେ ତାଙ୍କର ବନ୍ଧୁତା ବାଲ ଗଙ୍ଗାଧର ତିଲକ, ବଲ୍ଲଭଭାଈ ପଟେଲ, ସୁୁବାଷ ଚନ୍ଦ୍ର, ନେହରୁ ଜୀ ଏବଂ ଗାନ୍ଧୀଜୀ ଙ୍କ ପରି ବଡ ବଡ ନେତାଙ୍କ ସହ ହୋଇଥିଲା। ଏହି ନେତା ମାନଙ୍କ ସହ ମିଶି ସେ ଦେଶକୁ ସ୍ବାଧିନତା ଦେଇଥିଲେ।

ସ୍ବତନ୍ତ୍ରତା ସଂଗ୍ରାମ ସେନାପତି ମାନଙ୍କ ମଧ୍ୟରେ ନାମ ଦର୍ଜ ହେବାରୁ ସ୍ବୟଂ ସାହୁ ବୈଜନାଥ ପ୍ରଶାଦଙ୍କୁ ତମ୍ବା ପାତ୍ରର ପୁରସ୍କାର ମିଳିଥିଲା , ଯାହାକୁ ଏ ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକ ସୁରକ୍ଷିତ ଭାବେ ସାଇତି ରଖିଛନ୍ତି। ଏତିକି ହିଁ ନୁହେଁ ସାହୁ ପରିବାରଙ୍କ ଘରେ ନିର୍ମିତ ମନ୍ଦିରରେ ଆଜି ମଧ୍ୟ ହସ୍ତ ଲିଖିତ ଗୁରୂ ଗ୍ରନ୍ଥ ସାହବଙ୍କ ଅମୂଲ୍ୟ ଧରୋହରକୁ ସମ୍ଭାଳି ରଖିଛନ୍ତି। ଆଜି ମଧ୍ୟ ତାଙ୍କ ପରିବାର ଲୋକ ଏହାକୁ ନିୟମିତ ଭାବରେ ପୂଜା କରୁଛନ୍ତି।

ସାହୁ ପରିବାର ଭାରତୀୟ ଏବଂ ପାରିବାରିକ ସଂସ୍କାରର ବଡ ଉଦାହରଣ ଅଟେ। ସାହୁ ପରିବାର ଆଜି ମଧ୍ୟ ସାଧାରଣ ଲୋକମାନଙ୍କ ପରି ଜୀବନ ଜାପନ କରୁଛନ୍ତି। ଏହି ପରିବାର ଲୋଲ ସମାଜ ସେବା ସହ ଜଡିତ ଅଟନ୍ତି। ସ୍ବର୍ଗୀୟ ସାହୁ ବୈଜନାଥ ପ୍ରସାଦଙ୍କ ତୃତୀୟ ପିଢିରେ ୬ଟି ପୁଅ ଏବଂ ୪ଟି ଝିଅ ଅଛନ୍ତି ଏବଂ ଏମାନେ ବହୁତ ପାଠ ପଢିଛନ୍ତି। ଏମାନଙ୍କ ମଧ୍ୟରୁ କେହି ଓକିଲ, ଇଞ୍ଜିନିୟର, ଚାର୍ଟର୍ଡ ଆକାଉଣ୍ଟେଟ, ପ୍ରଫେସର, ଡକ୍ଟର, ବିଜନେସମ୍ୟାନ, ମିଡିଆ, ଆଣ୍ଟି କରପ୍ସନ ଏବଂ ସମାଜ ସେବାର କାମ କରନ୍ତି।

କଂଗ୍ରେସର ଥିଲେ ବହୁତ ପାଖ ଲୋକ

ସାହୁ ପରିବାର ପ୍ରଥମରୁ ହିଁ ସାହୁ ପରିବାରର ପାଖ ଲୋକ ଅଟନ୍ତି। ଥରେ ସାହୁ ପରିବାର ଇନ୍ଦିରା ଗାନ୍ଧୀଙ୍କୁ ମୁଦ୍ରାରେ ଓଜନ କରିଥିଲେ। ଏହାପରେ ସେହି ମୁଦ୍ରାକୁ ପରିବାର ତରଫରୁ ସମାଜ ସେବା ପାଇଁ ଦାନ କରାଯାଇ ଥିଲା। ଏହା ମଧ୍ୟ କୁହାଯାଏ କି କଂଗ୍ରେସର ସାହାର୍ଯ୍ୟ କରିବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଏହି ପରିବାର ଓଜନ କରିଥିଲେ ଏବଂ ତାଙ୍କର ଆର୍ଥିକ ସାହାର୍ଯ୍ୟ କରିଥିଲେ।

ଜାରି ରହିଛି ପରମ୍ପରା

୩୦୦ ବର୍ଷରୁ ସାହୁ ପରିବାର କୃଷ୍ଣ ଜନ୍ମାଷ୍ଟମୀ ପର୍ବକୁ ଅତି ଧୁମଧାମରେ ପାଳନ କରନ୍ତି। ଏହା ସହିତ ଭୈରବ ଅଷ୍ଟମୀ , ଦେବ ଦିପାବଳୀ ସହିତ ଅନ୍ୟ ପର୍ବପର୍ବାଣୀକୁ ମଧ୍ୟ ଏହି ପରିବାର ସାର୍ବଜନୀକ ଭାବରେ ପାଳନ କରନ୍ତି। ଏହି ସମୟରେ କେତେକ ଲୋକ ଏହି ପର୍ବରେ ସାମିଲ ହୋଇଥାନ୍ତି। ଆଜି ମଧ୍ୟ ସାହୁ ପରିବାର ନିଜର ପରମ୍ପରା ଜାରି ରଖିଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତା ମତ ଆମକୁ କାମେଣ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ସାଙ୍ଗ ସାଥିଙ୍କ ସହିତ ଶେୟାର କରନ୍ତୁ | ଏମିତି ସବୁ ପ୍ରକାରର ଖବର ପାଇବାକୁ ଆମ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *