ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁକୁ ୭ ମାସ ହୋଇ ଗଲାଣି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡକୁ କ୍ଷତି ସହିବାକୁ ପଡିଛି। ସେହି କ୍ଷତିକୁ କେହିବି ପୂରଣ କରି ପାରିବେ ନାହିଁ। ଘଟଣାର ଜାଞ୍ଚ ଚାଲିଛି ଏହା ସହିତ ସୁଶାନ୍ତଙ୍କ ପରିବାର ଲୋକ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କୁ ଏକଜୁଟ ରଖିଛନ୍ତି।
ଏହି ସମୟରେ ସୋଶିଆଲ ମିଡିଆରେ ଏବେ ସୁଶାନ୍ତ ସିଂହ ରାଜପୂତଙ୍କ ଏକ ପୁରୁଣା ନୋଟ ଭାଇରାଲ ହେଉଛି। ଏହି ନୋଟକୁ ସୁଶାନ୍ତ ସିଂହଙ୍କ ଭଉଣି ଶ୍ବେତା ସିଂହ କୀର୍ତି ସେୟାର କରିଛନ୍ତି। ନୋଟ ରେ ସୁଶାନ୍ତ ବହୁତ ଗଭୀର କଥା କହି ଦେଇଛନ୍ତି।
ସେ ଲେଖିଛନ୍ତି କି , ମୁଁ କିଛି ବନିବା ଆଶାରେ ନିଜ ଜୀବନର ୩୦ ବର୍ଷ ବିତେଇ ସାରିଲାଣି। ମୁଁ ଭଲ ଟେନିସ ଖେଳିବାକୁ ଚାହୁଁଥିଲି। ଭଲ ଗ୍ରେଟ ଆଣିବାକୁ ଚାହୁଁଥିଲି। ସବୁକିଛି ମୁଁ ସେହି ନଜରରେ ଦେଖୁଥିଲି।
ଆଗକୁ ଲେଖିଛନ୍ତି , ମୁଁ ବୋଧହୁଏ ନିଜେ ନିଜ ଭିତରେ ଖୁସି ନ ଥିଲି , ଭଲ ରୁ ଅଧିକ ଭଲ ହେବାର ସ୍ବପ୍ନ ଦେଖୁଛି। କିନ୍ତୁ ପରେ ବୁଝିଲି କି ମୁଁ ଭୁଲ ଗେମ ଖେଳୁଛି, କାରଣ ଅସଲରେ ଗେମ ଥିଲା କି ମୁଁ କିଏ।
ଶ୍ବେତା ମଧ୍ୟ ସୁଶାନ୍ତଙ୍କ ଏହି ନୋଟକୁ ସେୟାର କରି ନେଜ ମଧ୍ୟ ଭାବୁକ ହୋଇ ଯାଇଛନ୍ତି। ସେ କହୁଛନ୍ତି କି ଏହା ବହୁତ ଗଭୀର କଥା କଟେ। ସୁଶାନ୍ତଙ୍କ ଫ୍ୟାନ୍ସ ମଧ୍ୟ ଏହି ନୋଟକୁ ପଢି ଇମୋସନାଲ ହେଉଛନ୍ତି।

ଏହା ପ୍ରଥମ ଥର ନୁହେଁ କି ଯେ ସୁଶାନ୍ତ ସିଂହଙ୍କ ପରିବାର ଏପରି କିଛି ପୋଷ୍ଟ ସେୟାର କରିଛନ୍ତି। ପ୍ରଥମରୁ କେତେକ ମୌକାରେ ଆକ୍ଟଙ୍କର କିଛି ସ୍ମୃତି ସବୁ ଲୋକମାନଙ୍କ ସହିତ ସେୟାର କରାଯାଇଛି। କେତେବେଳେ ସେ ଗୀତ ଗାଉଥିବାର ବା ଆଉ କେତେବେଳେ କାହାର ସାହାର୍ଯ୍ୟ କରୁଥିବା ବେଳର ଭିଡିଓ ଭାଇରାଲ ହୋଇଛି।
ଏମିତିରେ ବମ୍ବେ ହାଇକୋର୍ଟ ମଧ୍ୟ ସୁଶାନ୍ତଙ୍କ ପ୍ରଶଂସା କରିଥିଲେ। କୋର୍ଟର ପ୍ରଶଂସାରେ ସୁଶାନ୍ତଙ୍କୁ ଜଣେ ଭଲ ମଣିଷ ବୋଲି କୁହା ଯାଉଥିଲା। ତାଙ୍କୁ ସରଳ ଏବଂ ସିଧା ମଣି ଷ ବୋଲି କୁହାଯାଇ ଥିଲା।
ସୁଶାନ୍ତଙ୍କ କେସରେ ବର୍ତ୍ତମାନ ସିବିଆଈ ଏକ ତିନି ପେଜର ଚିଠି ଜାରି କରିଛନ୍ତି। ସେହି ଚିଠିରେ ସିବିଆଈ କହିଥିଲେ କି ସେମାନେ ସୁଶାନ୍ତଙ୍କ କେସରେ ବହୁତ ବ୍ୟାପକ ଜାଞ୍ଚ କରିଛନ୍ତି। ଏବେ ସବୁ କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ।