ସ୍କୁଲ କ୍ଲାସର WhatsApp ଗ୍ରୁପରେ Parents ପଠାଇଲେ ପୋ-ର୍ନ ଭିଡ଼ିଓ

ଦିଲ୍ଲୀରେ ଏକ ଛୁଆର ଅନଲାଇନ କ୍ଲାସ (ସ୍କୁଲ)ର WhatsApp groupରେ ଅ-ଶୀ-ଳ ଭିଡିଓ (ପୋ-ର୍ନ) ପଠାଯାଇଛି ଯାହା ପରେ ଧମାକା ଖେଳି ଯାଇଛି। ଏହି ଭିଡିଓ ଛୁଆଙ୍କ ବାପାମାଆଙ୍କ ତରଫରୁ ଭୁଲରେ ପଠା ଯାଇଥିବାର ଜଣା ଯାଇଛି। ସେଠାର, କୈାଣସି ବିଦ୍ୟାଳୟରୁ ଏମିତି ପ୍ରକାର ହର-କତର ଘଟଣା ମିଳିବା ପରେ ଉତ୍ତରୀ ଦିଲ୍ଲୀ ନଗର ନିଗମ ଏମିତି ଅଭିଭାବକ ମାନଙ୍କୁ ସାବଧାନ କରି ଦେଇଛନ୍ତି ଏବଂ ପୁଣି ଏମିତି ଭୁଲ କରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚେ-ତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ମୁତାବକ ଜାହାଙ୍ଗୀରପୁରର ଏକ ବିଦ୍ୟାଳୟର ପ୍ରିନ୍ସିପାଲ ନାମ ନଛାପିବାର ସର୍ତ୍ତପରେ କହିଥିଲେ କି, “ମୋତେ ପୂର୍ବମାସ କ୍ଲାସ ୫ର ହ୍ବାଟ୍ସଏପ ଗ୍ରୁପରେ ଏକ ଆପତ୍ତି-ଜନକ ଭିଡିଓର କ୍ଲିପ ମିଳିଥିଲା। କ୍ଲିପଟିକୁ ଛାତ୍ରର ରେଜିଷ୍ଟର ନମ୍ବରରୁ ପଠା ଯାଇଥିଲା। ମୁଁ ଛାତ୍ରର ମାତା-ପିତାଙ୍କୁ ଡ଼ାକିଥିଲି,ହେଲେ ସେମାନେ ଏମିତି କୈାଣସି ଭିଡିଓ ପଠାଇଥିବାର କଥାକୁ ମନା କରିଦେଇଥିଲେ।”

ସେ କହିଥିଲେ,ଆମ ଶିକ୍ଷକ ନିୟମିତ ଭାବରେ ଏହି ଗ୍ରୁପରେ ମେସେଜ ପଠାଉଛନ୍ତି ଯାହାଦ୍ଵାରା ମାତା-ପିତାଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଅନଲାଇନ କ୍ଲାସ ସହିତ ସମ୍ବନ୍ଧୀତ କୈାଣସି ପ୍ରଶ୍ନ ବ୍ୟତୀତ ଗ୍ରୁପରେ କିଛି ବି ଶେୟାର ନ କରିବା ପାଇଁ। ବର୍ତମାନ, ଆମେ ଶିକ୍ଷାବିଭାଗ ଦ୍ଵାରା ଜାରି କରାଯାଇଥିବା ଏହି ଆଦେଶକୁ ଶେୟାର କରି‌ ଦେଇଛୁ।

ସ୍କୁଲରେ ଅ-ଶୀ-ଳ ମେସେଜ ପୋଷ୍ଟ କରାଯିବା ଏବଂ ଛାତ୍ରଙ୍କ ପାଠପଢ଼ା ପାଇଁ ପ୍ରସ୍ତୁତ ହୋଇଥିବା ଗ୍ରୁପରେ ପୋର୍ନ ଭିଡିଓ-ଫୋଟ ପ୍ରସାରିତ ହେବାର ଖବର ମିଳିବା ପରେ, ଉତ୍ତରୀ ଦିଲ୍ଲୀ ନଗର ନିଗମ ଏମିତି କୈାଣସି ଗତିବିଧି ଉପରେ ଉତ୍ତରଦାୟିତ୍ୱ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚେତା-ବନୀ ଦେଇଛନ୍ତି।

ଉତ୍ତରୀ ଦିଲ୍ଲୀ ନଗର ନିଗମ ଶିକ୍ଷା ବିଭାଗର ନରେଲା ଜୋନଙ୍କର ଏକ ବିଦ୍ୟାଳୟରୁ ଖବର ମିଳିବା ପରେ ଏହି ଚେତାବନୀ ଜାରି କରିଛନ୍ତି।ନିଗମ ତରଫରୁ କୁହାଯାଇଛି କି “ଏମିତି କୈାଣସି ପୁନରାବୃତ୍ତିର ଘଟଣାରେ ବିନା କୈାଣସି ବିଳମ୍ବରେ ଆରୋପୀ ପିତାମାତାଙ୍କ ବିରୋଧରେ ଏଫଆଇଆର ଜମା କରାଯିବା ଉଚିତ।

Leave a Reply

Your email address will not be published. Required fields are marked *