ମୁମ୍ବାଇ ପୋଲିସ ଜଣେ ଯୁବକକୁ ହ-ତ୍ୟା କରିବାର ଉଦ୍ୟମ ସମୟରେ ଆରୋପୀକୁ ଧରି ନେଇଛି। ହତ୍ୟାର ପ୍ଲାନ ପୁରା ଫିଲ୍ମ ସ୍ଟାଇଲର ଅଟେ। ଏହି ଗିରଫତାରୀ ପୋଲିସ ଯେଉଁ ଖୁଲାସା କଲା ତାହା ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା।
ବାସ୍ତବରେ ଜଣେ ଭଉଣି ତା ଭାଇର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି ପ୍ଲାନ କରିଥିଲା। ଝିଅଟି ଇନଷ୍ଟାଗ୍ରାମରେ ଫେ-କ ଆଇଡି ବନେଇ ଯୁବକ ଟିକୁ ନିଜ ପ୍ରେମରେ ଫସାଇ ଥିଲା। ଜାନୁଆରୀ ୯ ତାରିଖ ଶନିବାର ଦିନ ସେ ଛୋଟ କଶ୍ମୀର ଇଲାକାକୁ ଡାକିଥିଲା। ପୁଣି ସେ ତାର ପାଞ୍ଚ ଜଣ ସହଯୋଗୀଙ୍କ ସାହାର୍ଯ୍ୟରେ ତାକୁ ଆମ୍ବୁଲାନ୍ସରେ ଅପରଣ କରିଲା। କିନ୍ତୁ ସେ ଠିକ ସମୟରେ ପହଁଚି ପାରି ନଥିଲା। ଏହାପୂର୍ବରୁ ସେହି ପିଲାମାନେ ଯୁବକ ଟିକୁ ନୟାଗାଁଓର ଜଙ୍ଗଲକୁ ନେଇ ଯାଇ ହତ୍ୟା କରିଦେବେ। ଏହାପୂର୍ବରୁ ଦହିସର ଚେକ ପାଖରୁ ପୋଲିସ ଧରି ନେଇଥିଲା।
ପୋଲିସ ଷ୍ଟେସନର ଖବର ଅନୁସାରେ ୨୦୨୦ ଜୁନ ୯ରେ ଏମ ଏମ କମ୍ପାନୀ ଏବଂ ସାଜିଦ ୩୧୩ ଗ୍ରୁପରେ ରିକ୍ସା ପାର୍କିଙ୍ଗ ପାଇଁ ଝଗଡା ହୋଇଥିଲା। ସେହି ଝଗଡା ପାଇଁ ଏମ ଏମ କମ୍ପାନୀର ମୋହମ୍ମଦ ସାଦିକ ବା ମେଣ୍ଟାଲ ସାଜିଦ ୩୧୩ ଗ୍ରୁପର ୨୪ ବର୍ଷିୟ ଅଲ୍ଲାଫ ଶେଖର ହତ୍ୟା କରି ଫେରାର ହୋଇ ଯାଇଥିଲା। ସେ ଦିଲ୍ଲୀରେ ଲୁଚିଥିଲା। ଅଲ୍ଲାଫର ଭଉଣି ଜାସମିନ ନିଜ ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲା।
ଏଥିପାଇଁ ସେ ମାଲବାଣୀରେ ରହୁଥିବା ନିଜ ଭାଇର ସାଙ୍ଗ ମୋହମ୍ମଦ ଫାରୂଖଶେଖ ( ୨୦ ), ଓବେଶ ନବିଉଲ୍ଲାହଶେଖ (୧୮), ମୋହମ୍ମଦ ମନିସ ସୈୟଦ(୨୦ ), ସହିତ କାନ୍ଦୀବଲୀର ଗଣେଶ ନଗରରେ ରହୁଥିବା ନିହାଲ ଜାକିର ଖାନ(୩୨ )ଏବଂ ସତ୍ୟମ କୁମାର ପାଣ୍ଡେ(୨୩) ନିଜ ଯୋଜନାରେ ସାମିଲ କରିଥିଲା। ଯସମିନୀ ନିଜେ ଇଷ୍ଟାଗ୍ରାମରେ ଫେକ ଆଇଡି ବନେଇ ସାଦିକୁ ଫଲୋ କରି ଚାଟ କରିଥିଲା। ପ୍ରେମଭରା ଗପ କହି ସାଦିକର ବିଶ୍ବାସ ଜିତିବାର ଚେଷ୍ଟାରେ ସଫଳ ହୋଇଥିଲା।
ଖବର ମିଳିବା ମାତ୍ରେ ଜୋନ ୧୨ର ଡିସିପି ଡକ୍ଟର ଡିଏସ ସ୍ବାମୀ ସମ୍ପୁର୍ଣ୍ଣ ପୋଲିସ ଥାନା ଇଲାକା କ୍ଷେତ୍ରକୁ ବନ୍ଦୀ ବନେଇବା ପାଇଁ ଆଦେଶ ଦେଇଥିଲେ। ଏହା ଭିତରେ ପୋଲିସକୁ ସାଦିକ କିଡନାପର ଭିଡିଓ ମିଳିଥିଲା। ତାର ଆଧାରରେ ମାଲବଣୀ ପୋଲିସକୁ ଜଣା ପଡିଲାକି କିଡନାପ କରିଥିବା ଝିଅ ର ନାଁ ହେଉଛି ଜସମିନ। ଏହା ସହିତ ପୋଲିସକୁ ତାର ମୋବାଇଲ ନମ୍ବର ମଧ୍ୟ ମିଳିଥିଲା। ସେହି ମୋବାଇଲ ନମ୍ବରକୁ ପୋଲିସ ଟ୍ରେସ କରି ଆମ୍ବୁଲାନ୍ସର ପିଛା କରୁଥିଲା। ଦହିସାରରେ ଚେକ ହେଉଥିବା ସମୟରେ ଧରାପଡିବା ପରେ ଆରୋପୀ ମାନେ ପୋଲିସକୁ କହିଥିଲେ କି ସାଦିକର ଅପହରଣ କରି ସେମାନେ କାନ୍ଦିବଲୀ ପଶ୍ଚିମ, ଏସ ବୀ ରୋଡ ର ଶତାବ୍ଦୀ ହସ୍ପିଟାଲ ପାଖରେ ପହଁଚିଲେ ତ ଗାଡିରୁ ଡିଜେଲ ଶେଷ ହୋଇ ଯାଇଥିଲା।
ଯାହାପରେ ଆମେ ଇନୋଭା ମଗାଇ ଥିଲୁ ସେଥିରେ ସାଦିକୁ ବସାଇ ଆମେ ସବୁ ନାୟଗାଁଓ ଯାଉଥିଲୁ। ସେଠାର ଜଙ୍ଗଲରେ ଜସମୀନ ନିଜର ସାଥି ସହିତ ମିଶି ସାଦିକକୁ ହତ୍ୟା କରି ନିଜ ଭାଇ ହତ୍ୟାର ପ୍ରତି-ଶୋଧ ନେବାକୁ ଚାହୁଁଥିଲା। ପୋଲିସ ଏହି ଘଟଣାରେ ଅପହରଣ ଏବ ହତ୍ୟା ଉଦ୍ୟମର ମାମଲା ଦର୍ଜ କରି ଆଗକୁ କାର୍ଯ୍ୟ କରୁଛି। ସବୁ ଆରୋପୀ ମାନଙ୍କ ଠାରୁ ଚାପର, ଖଣ୍ଡା ସହିତ ଅନ୍ୟ ଧରୁଆ ଅ-ସ୍ତ୍ର ମିଳିଛି। ଏହା ବ୍ୟତିତ ପୋଲିସ ଏକ ଆମ୍ବୁଲାନ୍ସ ଏବଂ ଏକ ଇନୋଭା ଗାଡି ଜ-ବ-ତ କରିଛି।