ଛତିସଗଡ ସରକାରଙ୍କ ପାଖାପାଖି ୫ ଲକ୍ଷ କର୍ମଚାରୀ ମାନଙ୍କ ପାଇଁ ଭଲ ଖବର । ଭୁପେସ ବଘେଲ ସରକାର କର୍ମଚାରୀ ମାନଙ୍କ ଦରମାରେ ବକେୟା ସହିତ ଦରମା ବଢେଇବାର ଅନୁମତି ମଧ୍ୟ ଦେଇ ଦେଇଛନ୍ତି। ଦରମା ବଢିବା କାର୍ଯ୍ୟ ୨୦୨୧ ଲାଗୁ ହେବ। ଛତିସଗଡ ସରକାର ଏକ ପ୍ରେସ ମିଟରେ ଏହାର ଘୋଷଣା କରିଛନ୍ତି।
ଛତିସଗଡ ସରକାରଙ୍କ ନିସ୍ପତି।
ରଜ୍ୟ ସରକାର କର୍ମଚାରୀ ମାନଙ୍କୁ ୨୦୨୦ ଜୁଲାଇ ୧ ତାରିଖରୁ ୩୧ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ମଧ୍ୟ ବକେୟା ଦିଆଯିବ। ଏଥିରେ ରାଜ୍ୟ ସରକାରଙ୍କୁ ୩୦୦ କୋଟି ଟଙ୍କାର ଭାର ପଡିବ। ଏହା ମଧ୍ୟରେ ମିଡିଆ ରିର୍ପୋଟରେ କୁହାଯାଉଛି କି କେନ୍ଦ୍ରସରକାରଙ୍କ କର୍ମଚାରୀ ମାନଙ୍କର୨୦୨୧ ଜାନୁଆରୀରୁ ମହଙ୍ଗାଇ ଭତ୍ତାରେ ୪% ବଢିପାରେ। ମହଙ୍ଗାଇ ଭତ୍ତାରେ ଏହି ଅଧିକ 7th central pay commissionର ବୁଝା ହୋଇଥିବା ସ୍ବିକୃତ ଫର୍ମୁଲା ଆଧାରରେ ହେବ।
କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ମିଳିବ 4% ଅଧିକ DA

୨୦୨୦ ପିଏମ ମୋଦିଙ୍କ ଅଧ୍ୟକ୍ଷତାର କ୍ୟାବିନେଟ ବୈଠକରେ ୨୦୨୦ ଜାନୁଆରୀ ୧ ତାରିଖରେ କେନ୍ଦ୍ରସରକାରଙ୍କ କର୍ମଚାରୀ ମାନେ ଏବଂ ପେଂଶନର୍ସଙ୍କୁ ମହଙ୍ଗାଇ ଭତ୍ତାର ଅତିରିକ୍ତ କିସ୍ତି ଏବଂ ମହଙ୍ଗାଇ ରିଲିଫ ଦେବାର ଅନୁମତି ଦିଆ ଯାଇଛି। ମନ୍ତ୍ରାଳୟ ଖବର ଦେଇଛନ୍ତି କି ଉପସ୍ଥିତ ଥିବା DA17 % ର ଉପରେ ୪ % ବଢା ଯିବ।
ସରକାରଙ୍କ ଉପରେ ପଡିବ ବୋଝ
ମହଙ୍ଗାଇ ଭତ୍ତା ଏବଂ ମହଙ୍ଗାଇ ରିଲିଫ ଦୁଇଟାକୁ ମିଶାଇ ସରକାରଙ୍କ ଉପରେ ବାର୍ଷିକ ୧୨,୫୧୦,୯୪ କୋଟି ଟଙ୍କାର ବୋଝ ପଡିବ। ଯେତେବେଳେ କି ୨୦୨୦-୨୧ରେ ମୋଟ ୧୪,୫୯୫,୦୪ କୋଟି ଟଙ୍କାର ବୋଝ ପଡିବ। ଏହି ନିସ୍ପତିରେ ପାଖାପାଖି ୪୮.୩୪ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଏବଂ ୬୫.୨୬ ଲକ୍ଷ ପେନଶନର୍ସଙ୍କୁ ଫାଇଦା ପହଁଚେଇବାର ଆଶା ଅଛି।
ବିକଳାଙ୍ଗ ଭତ୍ତା ମଧ୍ୟ ଜାରି ରହିବ

୨୦୨୦ ଡିସେମ୍ବରର ଶେଷ ସପ୍ତାହରେ ମୋଦୀ ସରକାର ବିକଳାଙ୍ଗ ଭତ୍ତା ସବୁ କର୍ମଚାରୀ ମାନଙ୍କ ପାଇଁ ଲାଗୁ କରିବେ ବୋଲି ଘୋଷଣା କରିଥିଲେ। ଯଦି ସେ କାମ କରୁଥିବ ସମୟରେ ଅପାଙ୍ଗ ହୋଇଯାନ୍ତି ଏବଂ ସେ ପୁଣି ଅଫିସ ଜୟନ କରିନ୍ତି ତେବେ ତାଙ୍କୁ ଏହି ଭତ୍ତା ଦିଆଯିବ। ଏହି ଆଦେଶର ସବୁଠାରୁ ଅଧିକ ଫାଇଦା Central Armed Police Forceର ଜବାନ ମାନଙ୍କୁ ଯେପରି CRPF , BSF,CISF ଙ୍କୁ ହେବ।କାରଣ ଡ୍ୟୁଟି ସମୟରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡିଥାଏ। ତାଙ୍କ କାମର ପ୍ରକୃତି ହିଁ ସେପରି