କୋରୋନା ଭାଇରସର ତାଣ୍ଡବରେ ୨୦୨୦ ମସିହାକୁ ପୁରା ବରବାଦ କରିଦେଲା। ୧୦୦ ବର୍ଷ ପୂର୍ବେ ଆସିଥିବା ସ୍ପୈନିଶ ଫ୍ଲୁ ପରେ ଏହା ଦୁନିଆର ସବୁଠାରୁ ବଡ ଭୟଙ୍କର ମହାମାରୀ ଥିଲା , ଯିଏ ସମସ୍ତଙ୍କୁ ଡରାଇଥିଲା। ଏବେ ବି ମହାମାରୀର ସଙ୍କଟ ଦୁନିଆରୁ ହଟି ନାହିଁ। ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଭାଇରସର ତାଣ୍ଡବ ଏହାର ପ୍ରମାଣ ଅଟେ। ଏହା ମଧ୍ୟରେ ବ୍ରିଟିଶ ଏକ ଭବିଷ୍ୟବକ୍ତା କୋରୋନାକୁ ନେଇ ଆଶ୍ଚର୍ଯ୍ୟକର ଭବିଷ୍ୟବାଣୀ କରିଛନ୍ତି ଏବଂ ଆଉ ଏକ ନୂଆ ବିପଦକୁ ନେଇ ଚେତାବନୀ ଦେଇଛନ୍ତି।
୨୦୨୧ରେ କୋରୋନାକୁ ନିୟନ୍ତ୍ରଣ – ବ୍ରିଟଶର ଜଣା ଶୁଣା ଭବିଷ୍ୟବକ୍ତା କ୍ରେଗ ହେମିଲ୍ଟନ ପାର୍କର Expres.com.ukରୁୁ ଭବିଷ୍ୟବାଣୀ କରିଛନ୍ତି କି ୨୦୨୧ରେ କୋରୋନା ମହାମାରୀ ଉପରେ ନିୟନ୍ତ୍ରଣ ଆସିଯିବ। ଆସନ୍ତୁ ଜାଣିବା ତାଙ୍କ ଭବିଷ୍ୟବାଣୀରେ ସେ ଆଉ କେଉଁ ଖାସ କଥା କହିଛନ୍ତି।
ଭ୍ୟାକସିନରୁ ଦୁନିଆକୁ ରାହତ – ହୈମିଲ୍ଟନ ପାର୍କର କହିଛନ୍ତି କି ଭ୍ୟାକସନ ବାହାରିବା ପରେ ଲୋକମାନେ ପୁଣି ନିଜ ଇଛାରେ ବାହାରକୁ ବାହାରି ପାରିବେ। ସେ କହିଛନ୍ତି କି ଚଳିତ ବର୍ଷ ଖରା ଦିନ ସରିବା ଭିତରେ କୋରୋନାରୁ ରାହତ ମିଳିଯିବ। ତିନୋଟି ମଜବୁଦ ପ୍ରତିବନ୍ଧକ ସହିତ ସମ୍ପୁର୍ଣ୍ଣ ୟୂନାଇଟେଡ କିଙ୍ଗଡମ ଭାଇରସର ପ୍ରଭାବ ରହିବ। ଯେତେବେଳେ କି ସ୍କଟଲ୍ୟାଣ୍ଡରେ ଭାରି ସଙ୍କଟ ବୁଲୁଛି।
କେବେ ମିଳିବ ମୁକ୍ତି
ହୈମିଲ୍ଟନଙ୍କ ଅନୁସାରେ ୟୂନାଇଟେଡ କିଙ୍ଗଡମ ଅଗଷ୍ଟ ପର୍ଯ୍ୟନ୍ତ ଭାଇରସର ପ୍ରଭାବରୁ ମୁକୁଳିବ। ଭ୍ୟାକସିନ ନେବା ପରେ ଲୋକ ପୁଣି ତାଙ୍କ ଆଗ ଜୀବନ ପରି ବଞ୍ଚି ପାରିବେ। ଭ୍ୟାକସିନ ନେବାକକୁ ମନା କରୁଥିବା ଲୋକମାନଙ୍କୁ ଅନ୍ତରାଷ୍ଟ୍ରୀୟ ଯାତ୍ରାର ପ୍ରତି ବନ୍ଧକର ସାମ୍ମନା କରିବାକୁ ପଡିବ।
ଲକ୍ଷ ଲକ୍ଷ ଲୋକମାନଙ୍କୁ ବଞ୍ଚାଇବ ଭ୍ୟାକସିନ
ହୈମିଲ୍ଟନ ପାର୍କର କହିଛନ୍ତି କି ଭ୍ୟାକସିନ ଆସିବା ପରେ ଲକ୍ଷ ଲକ୍ଷ ଲୋକମାନଙ୍କ ଜୀବନ ବଞ୍ଚି ଯିବ। ଏଥିରେ ଅକ୍ସଫୋର୍ଡର ବ୍ୟାକସିନର ମୁଖ୍ୟ ରୋଲ ରହିବ। କମ ମୂଲ୍ୟ ଏବଂ ସହଜରେ ସୋ୍ଟୋର ହେବା କାରଣରୁ ଭ୍ୟାକସିନ ବଜାରରେ ବହୁତ ଭରଷା ଯୋଗ୍ୟ ହେବାର ସଫଳ ହେବ।
ଭବିଷ୍ୟବକ୍ତା ଏହା ମଧ୍ୟ କହିଛନ୍ତି କି ଏକା ଅକ୍ସଫୋର୍ଡର ଭ୍ୟାକସିନ ସାରା ଦୁନିଆର ଲକ୍ଷ ଲକ୍ଷ ଲୋକମାନଙ୍କର ଜୀବନ ବଞ୍ଚେଇବାରେ ସାହାର୍ଯ୍ୟ କରିବ। ବ୍ରିଟେନ ବ୍ୟତିତ ଭାରତ ଏବଂ ଆଫ୍ରିକା ପରି ଦେଶରେ ଏହାର ସଫଳତା ପୂର୍ବକ ବ୍ୟବହାର କରାଯିବ। ଅକ୍ସଫୋର୍ଡ ୟୁନିବର୍ସିଟୀ ବ୍ରିଟିଶ କମ୍ପାନୀ ଏସ୍ଟ୍ରାଜେନେକା ସହିତ ମିଶି କୋରୋନା ଭ୍ୟାକସିନ କୋବିଶୀଲ୍ଡର ନିର୍ମାଣ କରିଛନ୍ତି। ଯେତେବେଳେ କି ସିରମ ଇଂସ୍ଟିଟ୍ୟୁଟରେ କୋବିଶୀଲ୍ଡର ପ୍ରଡକ୍ସନ ଏବଂ ପ୍ୟାକେଜିଙ୍ଗ କରାଯାଉଛି।
ସମ୍ପୁର୍ଣ୍ଣ ଭାବରେ ଶେଷ ହେବ ନାହିଁ କୋରୋନା
ହୈମିଲ୍ଟନ ପାର୍କର ନିଜର ଭବିଷ୍ୟବାଣୀରେ ମଧ୍ୟ କହିଛନ୍ତି କି ଭ୍ୟାକସିନ କୋଭିଡ-19 କୁ ସମ୍ପୁର୍ଣ୍ଣ ଭାବରେ ଶେଷ କରି ପାରିବ ନାହିଁ। ବଂର ଏହାର ଭାଇରସ ଏକ ଏପରି ପ୍ରକାରରେ ପରିବର୍ତ୍ତନ ହୋଇଯିବ ଯାହାପରେ ଭ୍ୟାକସିନର ଆବଶ୍ୟକତା ପଡିବ ନାହିଁ। ଅମେଜନ ଏବଂ ସାଇବେରିଆରେ ପରି ରିମୋଟ ଏରିଆରେ ଭାଇରସ ରହିବ।
ଚୀନରେ ନୂଆ ଭାଇରସ
କୋରୋନା ଭାଇରସର ତାଣ୍ଡବ ଶେଷ ହେବା ପରେ ଚୀନରେ ଆଉ ଏକ ଭାଇରସ ବାହାରିବ ବୋଲି ହୈମିଲ୍ଟନ ତାଙ୍କ ଭବିଷ୍ୟବାଣୀରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଭାଇରସ SARS-COV-2 ଫ୍ୟାମିଲିଙ୍କୁ ହେବ ନାହିଁ। ତାଣ୍ଡବ କରିବା ପୂର୍ବରୁ ଏହାକୁ କଣ୍ଟ୍ରୋଲ କରାଯିବ। ଏହି ଭାଇରସ ଜଲଦି କଣ୍ଟ୍ରୋଲକୁ ଆସିଯିବ। କିନ୍ତୁ ଏହି ଭାଇରସ ପାଇଁ ଲୋକମାନଙ୍କର ରାଗ କମିବ ନାହିଁ।
କୋଭିଡ-19 ପରେ ଦୁନିଆ ବହୁତ ଭଲ ହୋଇଯିବ
ଏହି ଭାଇରସର ଉତ୍ପତି ବିଷୟରେ ସତ୍ୟତା ୨୦୪୮ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି କି କୋଭିଡ-19ର ବିପଦ ଟଳିବା ପରେ ଦୁନିଆ ବହୁତ ଭଲ ହୋଇଯିବ। ଅଧିକାଂଶ ଲୋକ ଆଧ୍ୟାତ୍ମିକ ରୂପରେ ଭାବିବେ
ବଡ ଭବିଷ୍ୟବକ୍ତା ମାନଙ୍କର ଭବିଷ୍ୟବାଣୀ
ଏହା ପୂର୍ବରୁ ନାସ୍ତ୍ରେଦମସ ଏବଂ ବାବା ବେଙ୍ଗାଙ୍କ ପରି ବଡ ଭବିଷ୍ୟବକ୍ତା ମାନଙ୍କର ଭବିଷ୍ୟବାଣୀରେ ମଧ୍ୟ ଏହା କୁହାଯାଇଲା। ଏମାନଙ୍କ ଭବିଷ୍ୟବାଣୀରେ ମଧ୍ୟ ୨୦୨୦ରେ କୌଣସି ଏକ ମହାମାରୀ ବିଷୟରେ କୁହାଯାଇଥିଲା। ଦୁଇ ମହାନ ଭବିଷ୍ୟକ୍ତାଙ୍କର ଭବିଷ୍ୟବାଣୀ ପ୍ରଥମରୁ ସତ ହେଉଛି।
ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚିନ୍ତ ଜାଣନ୍ତୁ।