ନାଗପୁର: ଯୁଗ ଆସି କୋଉଠି ପହଞ୍ଚିଲାଣି, କିନ୍ତୁ ଦେହ ବ୍ୟାପାର ଥମ୍ ଧରିବାର ନା ନେଉନି। ଅଦ୍ଭୁତ ସେକ୍ସ ଇଚ୍ଛା ପାଇଁ ବ୍ୟକ୍ତିଙ୍କ ପ୍ରାଣ ଗଲା। ମହାରାଷ୍ଟ୍ରର ନାଗପୁରରେ ଜଣେ ମହିଳାଙ୍କ ସହ ଚୋରା ପୀରତି ମହଙ୍ଗା ପଡ଼ିଛି। ଶାରୀରିକ ସମ୍ପର୍କ ରଖିବା ସମୟରେ ବେକରେ ବନ୍ଧା ହୋଇଥିବା ଦଉଡିରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ପୁରୁଷ ସାଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ଘଟିଛି ଗୁରୁବାର ବିଳମ୍ବିତ ରାତିରେ ନାଗପୁରର ଖପରଖେଡାରେ ଅଞ୍ଚଳରେ। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ମୃତ ବ୍ୟକ୍ତି ଓ ତାଙ୍କ ସହିତ ଥିବା ମହିଳାଙ୍କର ୫ବର୍ଷ ହେବ ସମ୍ପର୍କ ରହିଥିଲା। ମହିଳା ଜଣକ ବିବାହିତ ଏବଂ ତାଙ୍କର ସନ୍ତାନ ବି ଅଛନ୍ତି। ଗୁରୁବାର ବିଳମ୍ବିତ ରାତି ଦୁହେଁ ଏକାଠି ସମୟ ବିତାଇବାକୁ ଲଜକୁ ଆସିଥିଲେ। ପର୍ଣ୍ଣ ଫିଲ୍ମ ଦେଖିବା ପରେ ସେଭଳି କିଛି କରିବାକୁ ମନରେ ଚିନ୍ତା କରି ମହିଳା ଜଣକ ପୁରୁଷଙ୍କୁ ଏକ ଚୌକିରେ ବସାଇ ହାତ ଗୋଡକୁ ରସିରେ ବାନ୍ଧି ଦେଇଥିଲେ।ରୋମାଞ୍ଚ ପାଇବା ପାଇଁ ମହିଳାଜଣକ ଯୁବକଙ୍କ ବେକରେ ଆଉ ଏକ ଦଉଡି ବାନ୍ଧିଥିବା ଅଭିଯୋଗ ହୋଇଛି ।ପୋଲିସର କହିବା ମୁତାବକ, ଯୁବକ ଜଣକ ବନ୍ଧା ହୋଇଥିବା ବେଳେ ମହିଳା ଜଣକ ବାଥରୁମ୍ ଯାଇଥିଲେ । ଏହି ସମୟରେ ଯେଉଁ ଚେୟାରରେ ଯୁବକ ବନ୍ଧା ହୋଇଥିଲେ,ତାହା ଖସିଯାଇଥିଲା । ଏହି କାରଣରୁ ଯୁବକଙ୍କ ବେକରେ ବନ୍ଧା ହୋଇଥିବା ଦଉଡି ଟାଣି ହୋଇଥିଲା।ଫଳରେ ଶ୍ବାସରୁଦ୍ଧ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଯେବେ ମହିଳା ବାଥରୁମରୁ ବାହାରକୁ ଆସିଲେ, ସେବେ ନିଜ ପାର୍ଟନରକୁ ତଳେ ବେହୋସ୍ ହୋଇ ପଡିଥିବାର ଦେଖିଲେ । ପରେ ପହିଳା ଜଣକ ରୁମ୍ ସର୍ଭିସକୁ ଡାକିଥିଲେ। ଲଜ୍ କର୍ମଚାରୀ ମହିଳାଙ୍କ କଥା ଶୁଣି ଲଜ ଭିତରକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।
ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିବା ସହିତ ଅଟକ ରଖିଛି। ଏଥିସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା । ଏହି ଘଟଣା ପରେ ପୋଲିସ ଉକ୍ତମହିଳାଙ୍କୁ ହିରାସତରେ ନେଇ ପଚରାଉଚରା କରୁଛି । ଅନ୍ୟପଟେ ଯୁବକର ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଯାଇଛି । ପୋଲିସ ସମସ୍ତଙ୍କ ବୟାନ ରେକର୍ଡ କରି ଉଭୟ ମହିଳା ଓ ତାଙ୍କ ପାର୍ଟନରଙ୍କ ମୋବାଇଲ ଜବତ କରିଛି ।