ଅଷ୍ଟ୍ରେଲିଆ ମାଟିରେ କମାଲ କରିଲେ ଏହି ଭାରତୀୟ ଖେଳାଳି, ସଚିନ ତେନ୍ଦୁଲକରଙ୍କ ଝିଅ ସହିତ ଯୋଡ଼ିଥାଏ ଏହି ନାମ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ଭାରତୀୟ ଟିମର ଯୁବ ଖେଳାଳି ଶୁଭମନ ଗିଲ ବହୁତ ବଡ କମାଲ ଦେଖାଇଛନ୍ତି | ନିଜ କ୍ୟାରିୟରର ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ହିଁ ସେ ଅଷ୍ଟ୍ରେଲିଆ ବିରୋଧରେ ନିଜର ପ୍ରଥମ ଟେଷ୍ଟ ଫିପ୍ଟି ଲଗାଇଛନ୍ତି | ତେବେ ୫୦ ରନ ବନାଇ ସେ ଆଉଟ ହୋଇଯାଇଛନ୍ତି କିନ୍ତୁ ୨୧ ବର୍ଷର ଏହି ଯୁବା ଖେଳାଳିଙ୍କର ସମସ୍ତ ମହଲରେ ପ୍ରଶଂସା କରାଯାଉଛି | କହି ରଖୁଛୁ ଯେ ଶୁଭମନ ଗିଲ ସେହି ଖେଳାଳି ଅଟନ୍ତି ଯାହାଙ୍କର ନାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସହିତ ଯୋଡ଼ା ଯାଇଥାଏ | ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଅନେକ ପ୍ରକାରର ପୋଷ୍ଟ ମଧ୍ୟ ଭାଇରଲ ହୋଇଥାଏ |

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ତୃତୀୟ ମ୍ୟାଚରେ ଭାରତର ପ୍ରାରମ୍ଭିକ ବହୁତ ଭଲ ରହିଥିଲା କିନ୍ତୁ ଟିମ ଏକ ଯୁବା ଖେଳାଳି ଯିଏକି ନିଜ କ୍ୟାରିୟରର ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ସେ ଏକ ବହୁତ ଉତ୍ତମ ରେକର୍ଡ ବନାଇନେଲେ |

ଆମେ କହୁଛୁ ଶୁଭମାନ ଗିଲଙ୍କ ବିଷୟରେ ଯିଏକି ନିଜର ଟେଷ୍ଟ କ୍ରିକେଟ କ୍ୟାରିୟରରେ ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି | ଏଥିସହିତ ସେ ଭାରତୀୟ କ୍ରିକେଟର ଟେଷ୍ଟ ଫର୍ମାଟରେ ଅର୍ଦ୍ଧଶତକ କରୁଥିବା ସବୁଠୁ କଂ ବୟସର ଯୁବ ବ୍ୟାଟ୍ସମ୍ୟାନ ହୋଇଗଲେ | ତାଙ୍କ ପୂର୍ବରୁ ୨୨ ବର୍ଷ ବୟସରେ ରବି ଶାସ୍ତ୍ରୀ ଏହି କମାଲ କରିଥିଲେ, ଯିଏକି ବର୍ତ୍ତମାନ ଭାରତୀୟ ଟିମର ମୁଖ୍ୟ କୋଚ ରହିଛନ୍ତି |

ଏଥରର ଭାରତୀୟ ଟିମର ସଲାମୀ ଯୋଡି ୧୦ ବର୍ଷ ପରେ ଏସିଆ ବାହାରେ ଟେଷ୍ଟ ମ୍ୟାଚରେ ୨୦ ଓଭର କିମ୍ବା ତା’ଠାରୁ ଅଧିକ ବ୍ୟାଟିଂ କରିଛନ୍ତି | ଭାରତୀୟ ଟିମ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଓପନିଂ କରିଥିଲେ ଯେଉଁଥିରେ ରୋହିତ ଶର୍ମା ୨୬ ରନ ବନାଇ ଆଉଟ ହୋଇଯାଇଥିଲେ | ସେହିପରି ଗିଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ | ସେ ୫୦ ରନ ବନାଇ ପ୍ୟାଟ କମିଂସ ଶିକାର ହୋଇଥିଲେ | ଏହି ଭାଗିଦାରୀ ୨୭ ଓଭର ପର୍ଯ୍ୟନ୍ତ ଏକ ସାଙ୍ଗରେ ବ୍ୟାଟିଂ କରିଥିଲେ |

ସୂଚନାଯୋଗ୍ୟ ଯେ ଶୁଭମନ ଗିଲ ସେହି ଖେଳାଳି ଅଟନ୍ତି ଯାହାଙ୍କର ନାମ ଅଧିକାଂଶ ସମୟରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହିତ ଯୋଡ଼ା ଯାଇଥାଏ | ଆଇପିଏଲ ୨୦୨୦ ଅବସରରେ ଏପରି ଅନେକ ମିମସ ଭାଇରଲ ହୋଇଥିଲା ଯେଉଁଥିରେ ସାରା ଏବଂ ଗିଲଙ୍କୁ ନେଇ ବହୁତ ଗୁଜବ ସାମ୍ନାକୁ ଆସିଥିଲା |

ଏମିତିକି ଗୁଗଲ ସର୍ଚ୍ଚରେ ଶୁଭମନ ଗିଲଙ୍କ ସ୍ତ୍ରୀଙ୍କର ନାମ ଲେଖିଲେ ସାରା ତେନ୍ଦୁଲକରଙ୍କ ନାମ ସାମ୍ନାକୁ ଆସୁଥିଲା | ଯାହାପରେ ଉଭୟଙ୍କର ସମ୍ପର୍କକୁ ବହୁତ ଚର୍ଚ୍ଚାରେ ରଖାଯାଇଥିଲା |

ନିକଟରେ ହିଁ ଶୁଭମନ ଗିଲଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ପରେ ମଧ୍ୟ ଅନେକ ମିମସ ଭାଇରଲ କରାଯାଇଥିଲା | ଯେଉଁଥିରୁ ଗୋଟିଏରେ ପ୍ରଶଂସକ ଜଣକ ଜେଠାଲାଲଙ୍କୁ ସଚିନ କରି ଲେଖିଥିଲେ ଯେ ମୋ ଝିଅ ଜୀବନରୁ ଯିବା ପାଇଁ କେଶ ନା ଚେକ ? ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇଥିଲା |

କିଛିଦିନ ପୂର୍ବେ ସାରା ତେନ୍ଦୁଲକର ନିଜେ ଗିଲଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କଳା ରଙ୍ଗର ହାର୍ଟ ଇମୋଜୀ ସହିତ କମେନ୍ଟ କରି ତାଙ୍କୁ କାର କିଣିଥିବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି | ଶୁଭମନ ଗିଲ ମଧ୍ୟ ବହୁତ ପ୍ରେମର ସହିତ ତାଙ୍କର ଧନ୍ୟବାଦ କରିଛନ୍ତି | ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାକୁ ହାର୍ଦିକ ପାଣ୍ଡିଆ ମଧ୍ୟ ନୋଟିସ କରିଥିଲେ ଏବଂ କମେଣ୍ଟରେ ଲେଖିଥିଲେ ଯେ “ତାଙ୍କ ତରଫରୁ ମୋଷ୍ଟ ୱେଲକମ”|

ଶୁଭମନ ଗିଲଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ସୁଦ୍ଧା ୩ ଗୋଟି ଦିନିକିଆ, ଦୁଇଟି ଟେଷ୍ଟ ଏବଂ ୪୧ ଆଇପିଏଲ ମ୍ୟାଚ ଖେଳି ସାରିଛନ୍ତି | ସେ ୨୬ ଡିସେମ୍ବର ୨୦୨୦ ମସିହାରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ | ସେହିପରି ୨୦୧୯ ମସିହାରେ ସେ ନ୍ୟୁଜଲ୍ୟାଣ୍ଡ ବିରୋଧରେ ଦିନିକିଆ ଡେବ୍ୟୁ କରିଥିଲେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *