କୁହନ୍ତି ଯୋଡି ଉପର ବାଲା ବନାଇ ଥାନ୍ତି କିନ୍ତୁ କ’ଣ ହେବ ଯେତେବେଳେ ବର ମଣ୍ଡପରୁ ନିଜ ପ୍ରେମିକା ସହ ଫେରାର ହୋଇଯିବ। କର୍ଣ୍ଣାଟକର ଚିକମଙ୍ଗୁଲୁରୂ ଜିଲ୍ଲା ରୁ ଏପରି ବିବାହ ଭାଙ୍ଗିବାର ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ଯେଉଁଠି ବର ହେବାକୁ ଥିବା ସ୍ତ୍ରୀକୁ ମଣ୍ଡପରେ ଛାଡି ପ୍ରେମିକା ସହିତ ଫେରାର ହୋଇଗଲା। କନ୍ୟା ମଧ୍ୟ ନିସ୍ପତି ନେବାରେ ଡେରି କରି ନଥିଲେ ସେ ବରଯାତ୍ରୀ ଆସିଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ।
ବେଙ୍ଗାଲୁରୁ ମିରର ଖବର ଅନୁସାରେ ନବିନ ଏବଂ ତା ଭାଇ ଅଶୋକର ବିବାହ ହେବାର ଥିଲା। ଅଶୋକ ତ ବିବାହ କରିଥିଲେ କିନ୍ତୁ ନବିନ ଫେରାର ହୋଇଥିଲେ। ନବିନ ବିବାହର ସବୁ ନିତୀ ନିୟମ ପାଳନ କରିଥିଲେ କିନ୍ତୁ ସେ ବିବାହ କରିଲେ ନାହିଁ।
ବାସ୍ତବରେ ବିବାହ ଦିନ ନବିନ ପ୍ରେମିକା ନବିନକୁ ଧମକ ଦେଇଥିଲା ଯଦି ସେ ସିନ୍ଧୁକୁ ବିବାହ କରେ ତେବେ ସେ ସେଠାକୁ ଯାଇ ବିଷ ପିଇ ଦେବ ବୋଲି ଏବଂ ବିବାହ ସମାରୋହକୁ ଖରପ କରିଦେବ। ଏହି ଡର ପାଇଁ ନବିନ ବିବାହ ମଣ୍ଡପରୁ ଫେରାର ହୋଇଯାଇଥିଲା।
ଫିଲ୍ମ ଡ୍ରାମା ପରି ଏହି ଘଟଣା ଏଇଠି ଶେଷ ହୋଇ ନଥିଲା। ଏହାପରେ କନ୍ୟା ସିନ୍ଧୁ ବରଯାତ୍ରୀ ମାନଙ୍କ ମଧ୍ୟରୁ ବର ଖୋଜିବା ଆରମ୍ଭ କରି ଦେଇଥିଲେ। ସିନ୍ଧୁ ଶେଷରେ ଚନ୍ଦ୍ରପ୍ପଙ୍କୁ ବଛି ବିବାହ କରିଥିଲେ। ଚନ୍ଦ୍ରପା ଏହି ସବୁ ଘଟଣାର ପ୍ରତକ୍ଷଦର୍ଶୀ ଥିଲେ।
ଚନଦ୍ରପ୍ପା ବିଏମଟିସି ବସର କଣ୍ଡକ୍ଟର ଅଟେ। ଦୁଇ ଜଣଙ୍କ ପରିବାରଙ୍କ ଅନୁମତିରେ ସିନ୍ଧୁ ଏବଂ ଚନ୍ଦ୍ରପ୍ପାଙ୍କ ବିବାହ ସମ୍ପୁର୍ଣ୍ଣ ନୀତି ନିୟମରେ ଶେଷ ହୋଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।