ଉତ୍ତରପ୍ରଦେଶର ପ୍ରତାପଗଢର ଶାରଦା ସହାୟକ ଜଳ ଶାଖାରେ ଏକ ଘଟଣା ସାମ୍ମନାକୁ ଆସିଛି ଯେଉଁ ଘଟଣା ପାଇଁ ମନ୍ୟୁଷତାକୁ ଲଜ୍ଜିତ କରିଛି। ଏଠାରେ ଏକ ଡଲଫିନକୁ ପାଣିରେ ଘେରି ପିଟିପିଟି ଜୀବନରୁ ମାରି ଦେଇଛନ୍ତି।
ଶାରଦା ଜଳ ଶାଖାରେ ଏକ ଗୁଲାବୀ ଡଲଫିନକୁ କିଛି ଲୋକ ବାଡିରେ ଏବଂ କୁରାଢୀରେ ପିଟିପିଟି ଅତି ନୃସଂଶ ଭାବେ ମାରୁଥିଲେ।
ଡଲଫିନର ହତ୍ୟାରେ କେନାଲର ପାଣି ଲାଲ ହୋଇଥିଲା। ଗଙ୍ଗା ଡଲଫିନ ଭାରତର ଦ୍ବିତୀୟ ରାଷ୍ଟ୍ରୀୟ ଜୀବ ଅଟେ , ଯାହା ଧିରେ ଧିରେ ବିଲୁପ୍ତ ହୋଇ ଚାଲିଛି।
ଡଲଫିନକୁ ମାରିବା ଭିଡିଓ ବହୁତ ଭାଇରାଲ ହେଲା ଯେଉଁଥିରେ ଲୋକମାନେ ଡଲଫିନକୁ ଘେରି ରହି ଏବଂ ତାକୁ ଆକ୍ରମଣ କରୁଛନ୍ତି।
ଏହି ଜାଗାରେ ଡଲଫିନକୁ ମାରିବା ଦ୍ବିତୀୟ ଘଟଣା ଅଟେ। ଡଲଫିନକୁ ମାରିବା ଘଟଣା ପୁରୁଣା କିନ୍ତୁ ଡଲଫିନକୁ ମାରିବା ଭିଡିଓ ଏବେ ଭାଇରାଲ ହୋଇଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।