ବର୍ଷ ୨୦୨୧ରେ ଜାରୀ ହୋଇଥିବା ଗ୍ଲୋବାଲ ରୈକିଙ୍ଗ ହିସାବରେ ଜାପାନର ପାସପୋର୍ଟକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ବୋଲି ଘୋଷଣା କରାଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟ ମାଧ୍ୟମରେ ୧୯୧ଟି ଦେଶକୁ ଯାତ୍ରା ଭିଜା-ଫ୍ରୀ ଭାବରେ କରି ପାରିବେ। ଜାପାନ ପୂର୍ବ ଚାରିବର୍ଷରୁ ଏହି ରୈକିଙ୍ଗରେ ସର୍ବୋଚ୍ଚ ସ୍ଥାନରେ ରହୁଛି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ସିଙ୍ଗାପୁରର ନାମ ରହିଛି। ଏହି ଦେଶର ରହୁଥିବା ଲୋକ ୧୯୦ଟି ଦେଶକୁ ଯାତ୍ରା ଭିଜା-ଫ୍ରୀ ଭାବରେ କରି ପାରିବେ।
ଏହି ତାଲିକାରେ ତୃତୀୟ ସ୍ଥାନରେ ଜର୍ମାନୀ ଏବଂ ସାଉଥ କୋରିଆର ନାମ ରହିଛି। ଦୁଇଟି ଯାକ ଦେଶର ଲୋକ ୧୮୯ଟି ଦେଶକୁ ଭିଜା-ଫ୍ରୀ ଯାତ୍ରା କରି ପାରିବେ। ଏହା ବ୍ୟତୀତ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଚାରୋଟି ଦେଶ ରହିଛି। ଇଟାଲୀ, ଫିନଲ୍ୟାଣ୍ଡ, ଲକ୍ସମବର୍ଗ ଏବଂ ସ୍ପେନରେ ରହୁଥିବା ଲୋକ ୧୮୮ଟି ଦେଶକୁ ଯାତ୍ରା କରି ପାରିବେ। ସେଠାର ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଷ୍ଟ୍ରିଆ ଏବଂ ଡେନମାର୍କ ରହିଛି ଏହି ଦେଶର ଲୋକ ୧୮୭ଟି ଦେଶକୁ ଯାତ୍ରା ଭିଜା-ଫ୍ରୀ ଭାବରେ କରି ପାରିବେ। ସେହି ତାଲିକାର ଷଷ୍ଠ ସ୍ଥାନରେ ଫ୍ରାନ୍ସ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ପୁର୍ତଗାଲ ଏବଂ ସ୍ଵିଡେନ ଭଳି ପାଞ୍ଚଟି ଦେଶ ରହିଛି। ଏହି ସବୁ ଦେଶର ଲୋକ ୧୮୬ଟି ଦେଶକୁ ଭିଜା-ଫ୍ରୀ ଯାତ୍ରା କରିବାର ଆନନ୍ଦ ଉଠାଇ ପାରିବେ।
ଏହି ବର୍ଷର ଏହି ରୈକିଙ୍ଗ ହେଲ୍ନୀ ପାସପୋର୍ଟ ଇଣ୍ଡେକ୍ସ ଜାରୀ କରିଛନ୍ତି। ଏହି ରୈକିଙ୍ଗଟି ଇଣ୍ଟରନ୍ୟାସନାଲ ଏୟର ଟ୍ରାନ୍ସପୋର୍ଟ ଏସୋସିଏଶନର ତଥ୍ୟ ଉପରେ ଆଧାରିତ ଅଟେ। ହେଲେ ଏହି ବର୍ଷର ରୈକିଙ୍ଗରେ କୋରୋନା ଭାଇରସର ମହାମାରୀ ଚାଲିବାରୁ କେତେ ଦେଶରେ ଯାତ୍ରାକୁ ନେଇ ଅସ୍ଥାୟୀ ପ୍ରତିବନ୍ଧକ ହେତୁ ସାମିଲ କରାଯାଇ ନାହିଁ।
ଏହା ବ୍ୟତୀତ ଏହି ତାଲିକାରେ ବେଲଜିଅମ, ନ୍ୟୁଜଲାଣ୍ଡ, ଅଷ୍ଟ୍ରେଲିଆ,ଚେକ ଗଣରାଜ୍ୟ, ଗ୍ରୀସ, ମାଲ୍ଟା, କନାଡା, ହଙ୍ଗେରୀ, ନ୍ରାର୍ବେ, ସୁଇଜରଲ୍ୟାଣ୍ଡ, ୟୁକେ ଏବଂ ଆମେରିକା ଭଳି ଦେଶ ଟପ ଟେନ ଶ୍ରେଣୀରେ ଆସିଥାନ୍ତି। ଆମେରିକା ଏହି ତାଲିକାରେ ସାତବର୍ଷ ପୂର୍ବରୁ ସର୍ବୋଚ୍ଚ ସ୍ଥାନରେ ଥିଲା କିନ୍ତୁ ବର୍ତ୍ତମାନ ଏହି ଦେଶ ଅବନତିକରି ସପ୍ତମ ସ୍ଥାନରେ ଆସି ପହଞ୍ଚିଛି।
ଏହି ତାଲିକାରେ ସର୍ବ ଶେଷରେ ଆଫଗାନିସ୍ତାନର ନାମ ରହିଛି ଏବଂ ଏହି ଦେଶର ପାସପୋର୍ଟ ସବୁଠାରୁ ଦୁର୍ବଳ ଅଟେ। ଆଫଗାନିସ୍ତାନରେ ରହୁଥିବା ଲୋକ କେବଳ ୨୬ଟି ଦେଶକୁ ହିଁ ଭିଜା-ଫ୍ରୀ ଯାତ୍ରା କରି ପାରିବେ। ଏହା ବ୍ୟତୀତ ଇରାକର ଲୋକ ୨୮ଟି ଦେଶକୁ, ସିରିଆର ଲୋକ ୨୯ଟି ଦେଶକୁ ଏବଂ ପାକିସ୍ତାନର ଲୋକ କେବଳ ୩୨ଟି ଦେଶକୁ ଯାତ୍ରା ଭିଜା-ଫ୍ରୀ ଭାବରେ କରି ପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।