ବ୍ୟବହାର ହୋଇସାରିଥିବା କ-ଣ୍ଡୋ-ମ ମଧ୍ୟରେ ଫସିଗଲା ସାପ, ଉଦ୍ଧାର କରିବାକୁ ଆସିଲା ବନ ବିଭାଗ

ମୁମ୍ବାଇରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ସାପ ବ୍ୟବହୃତ କଣ୍ଡୋମରେ ଫସି ଯାଇଥିଲା ଯାହାପରେ ସାପକୁ ବଞ୍ଚେଇବା ପାଇଁ ବନବିଭାଗକୁ ବହୁତ ସମସ୍ୟା ହୋଇଥିଲା। କ-ଣ୍ଡୋ-ମ ଭିତରେ ଫସିବା ପରେ ସାପକୁ ନିଶ୍ବାସ ନେବା ପାଇଁ ସମସ୍ୟା ହେଉଥିଲା , ଯାହାପାଇଁ ତାକୁ ବିଚଳିତ ଲାଗୁଥିଲା। ଦ ଟାଇମ୍ସ ଅଫ ଇଣ୍ଡିଆର ରିର୍ପୋଟ ଅନୁସାରେ ଜାନୁଆରୀ ୨ କୁ ମୁମ୍ବାଇର କନ୍ଦିବଲୀ ଇଲାକାରେ ଗ୍ରୀନ ମେଡୋଜ ହାଉସିଙ୍ଗ ସୋଶାଇଟି ପାଖରେ ସାପକୁ ତଡପୁ ଥିବାର ଦେଖିବାକୁ ମିିଳିଥିଲା।

ମୀତା ମାଲଓ୍ବକର ନାମକ ଏକ ମହିଳା ସାପ ବଞ୍ଚାଉଥିବା ସଂସ୍ଥାକୁ ଫୋନ କରି ଡାକିଥିଲେ ଏବଂ ସେମାନେ ଆସି ସାପକୁ ବଞ୍ଚାଇ ଥିଲେ। ସ୍ଥାନିୟ ଲୋକମାନଙ୍କ କହିବା ଅନୁସାରେ ସାପର ମୁହଁ ପ୍ଲାଷ୍ଟିକ ଥଳିରେ ପସି ଯାଇଥିଲା ସେଥିପାଇଁ ସାପ ଛଟପଟ ହେଉଥିଲା , ସେହି ସମୟରେ ଟିମ ପହଁଚି ଜାଞ୍ଚ କରି ଜଣାପଡିଲା କି ସେହି ପ୍ଲାଷ୍ଟି ଥଳୀ ପରି ଦିଶୁଥିବା ଜିନିଷଟି ବ୍ୟବହୃତ କ-ଣ୍ଡୋ-ମ ଅଟେ।

ସାପ ବଞ୍ଚାଉଥିବା କର୍ମଚାରୀମାନେ ଆସି ସେଠାରେ ପହଁଚି ଦେଢ ମିଟର ସାପର ମୁହଁରୁ ସେହି ବ୍ୟବହୃତ କ-ଣ୍ଡୋ-ମକୁ ବାହାର କରିଥିଲେ। ମିତା ମାଲଓ୍ବକରଙ୍କ କହିବା ଅନୁସାରେ ସାପ ମୁହଁରେ କ-ଣ୍ଡୋ-ମ ପସିଥିବାରୁ ସାପକୁ ଅକ୍ସିଜେନର ଅଭାବ ହେଉଥିଲା , ସେଥିପାଇଁ ସେ ଛଟପଟ ହେଉଥିଲା। ସେଇଠି ସାପ ବଞ୍ଚାଇଥିବା ଲୋକମାନେ କହିଛନ୍ତି ଯିଏ ବି ଏହି କାମ କରୁଛି ସେ ସାପ ବିଶେଷଜ୍ଞ ହୋଇଥିବ। ଏହାପଛର କାରଣ ସେ କହିଛନ୍ତି କି ସାପର ଛୁଞ୍ଚୀ ପରି ଦାନ୍ତ ନିଜର ଶିକାର କୁ ସହଜରେ ଛାଡେ ନାହିଁ କିନ୍ତୁ ଏହାକୁ ସହଜରେ କ-ଣ୍ଡୋ-ମ ପିନ୍ଧା ଯାଇଛି।

ଏହି ଘଟଣାରେ ଅଜଣା ଲୋକଙ୍କ ବିରୋଧରେ ପଶୁ ମାନଙ୍କ ସହିତ ଏହି ପ୍ରକାର କୁକର୍ମ କରିଥିବାର କେସ ଦର୍ଜ କରାଯାଇଛି। ବଞ୍ଚା ଯାଇଥିବା ସାପକୁ ମୁମ୍ବାଇର ବୋରୀବଲିର ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନରେ ରଖାଯାଇଛି। ନେଶନାଲ ପାର୍କରେ ପଶୁ ଚିକିତ୍ସା ଅଧିକାରୀ ସାପର ଜାଞ୍ଚ କଲେ ଏବଂ କହିଲେ କି ଏଥିରେ ସାପକୁ ସମସ୍ୟା ହୋଇଛି କିନ୍ତୁ ବର୍ତ୍ତମାନ ସେ ଠିକ ଅଛି।

ସଞ୍ଜୟ ଗାନ୍ଧୀ ନେଶନାଲ ପାର୍କର ପଶୁ ଚିକିତ୍ସା ଅଧିକାରୀ ଡ.ଶୈଲଶ ପେଟ୍ରେ କହିଛନ୍ତି କି ” ସାପକୁ ଯେତେବେଳେ ରିଷ୍ଟ୍ରୀୟ ଉଦ୍ୟାନ ପାର୍କକୁ ନିଆ ଯାଇଥିଲା ସେତେବେଳେ ତା ଦେହରେ କିଛି ସମସ୍ୟା ଦେଖିବାକୁ ମିଳିଥିଲା କିନ୍ତୁ ତା ଦେହରେ କୌଣସି ବାହର କ୍ଷତ ନଥିଲା। ଆମେ ତାକୁ ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲୁ। ବନ ବିଭାଗ ଅଧିକାରୀ ମାନଙ୍କୁ ପଟରୁ ସେହି ଅଜ୍ଞାନ୍ ବ୍ୟକ୍ତି ନାଁରେ କେସ ଦର୍ଜ କରା ଯାଇଛି।

Leave a Reply

Your email address will not be published. Required fields are marked *