ପୁରୀର ନାଗା ସାଧୁ କିଏ? ଯିଏ ପୁରୀରେ ହଇଚଇ ସୃଷ୍ଟି କରିଛି

ବନ୍ଧୁଗଣ କେତେବେଳେ ଅନରଗଳ ଇଂରାଜୀ କହୁଛନ୍ତି ତ କେତେବେଳେ ଓଡ଼ିଆ କହୁଛନ୍ତି ପୁରୀର ଏହି ନାଗା ସାଧୁ। ଏବେ ପୁରୀରେ ଚର୍ଚ୍ଚାରେ ଥିବା ଏହି ନାଗା ସାଧୁ ଜଣଙ୍କ କିଏ? ତାଙ୍କ ପରିଚୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦୀର୍ଘ ୯ ମାସ ଧରି ପୁରି ଶ୍ରୀ ମନ୍ଦିର ବନ୍ଦ ରହିଥିଲା। ଚଳିତ ମାସ ୨୩ ତାରିଖରେ ପୁରି ଶ୍ରୀ ମନ୍ଦିର ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭିତରେ ମଧ୍ୟ ମନ୍ଦିର ଭିତରକୁ ଧସେଇ ପଶିଥିଲେ। ସେହି ବ୍ୟକ୍ତି ଜଣଙ୍କ ହେଲେ ପୁରୀର ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ କରିଥିବା ବାବା ବୈଷ୍ଣବ।

ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ତେବେ ସେହି ବ୍ୟକ୍ତି ଜଣଙ୍କ କିଏ? ତାଙ୍କ ପରିଚୟ ଜାଣିଲେବି ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଜାଣନ୍ତୁ। ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ଶ୍ରୀ ରାମନଗର ବାସିନ୍ଦା ହେଉଛନ୍ତି ବାବା ବୈଷ୍ଣବ। ଯାହାଙ୍କୁ ତୋମନାଥ ସୁବୁଦ୍ଧି ନାମରେ ଲୋକେ ଜାଣିଛନ୍ତି। ପ୍ରାୟ ୭ ବର୍ଷ ହେଲା ତୋମନାଥ ପୁରି ମଠରେ ରହୁଛନ୍ତି। ଯାହାଙ୍କୁ ବାବା ବୈଷ୍ଣବ ନାମରେ ସମସ୍ତେ ଜାଣିଛନ୍ତି। ଆଉ ବିଭିନ୍ନ ସମୟରେ ପରିସ୍ଥିତିରେ ସମ୍ମୁଖିନ ହୋଇ ତାଙ୍କୁ ଜେଲ ଯିବାକୁବି ପଡ଼ିଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢୁଥିଲେ। ଅଧାରୁ କଲେଜ ପାଠ ଛାଡ଼ି ସେ ବିଭିନ୍ନ ସମାଜ କାର୍ଯ୍ୟରେ ଯୋଗ ଦେଇଥିଲେ।

କାଳକ୍ରମେ ବିଭିନ୍ନ ଅପରାଧିକ ମାମଲାରେ ତାଙ୍କ ନାମ ଯୋଡ଼ି ହୋଇଥିଲା। ୨୦୧୦ ମସିହା ଜୁଲାଇ ୨୨ ତାରିଖରେ ହିରୋଶାମଲ ଜଣେ ଯୁବକଙ୍କ ହତ୍ୟା ମାମଲାରେ ତୋମନାଥଙ୍କ ନାମ ମଧ୍ୟ ସାମିଲ ହୋଇଥିଲା। ଅବଶ୍ୟ ପରବର୍ତୀ ସମୟରେ ଏହି ହତ୍ୟା କାଣ୍ଡରେ ସେ ନିର୍ଦୋଷ ବୋଲି ପ୍ରମାଣିତ ହୋଇଥିଲେ। ସେହି ଘଟଣାର କିଛି ମାସ ପରେ ଅନ୍ୟ ଏକ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ବ୍ରହ୍ମପୁର ଜେଲରେ ୨ ରୁ ୪ ଦିନ ସେ ଜେଲରେ ଦିନ କାଟିଥିଲେ। ଏହି ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିସ୍ୟା ସମୟରେ ତୋମନାଥ ହସ୍ପିଟାଲରୁ ପଳାଇ ଯାଇଥିଲେ।

ଆଉ ସେହିପରି ଏହି ଘଟଣାର ବର୍ଷକ ପରେ ଜଣେ ପାଣ୍ଡୀ ଅଧିକାରୀଙ୍କୁ ହାଣି ସେ ଜେଲ ମଧ୍ୟ ଯାଇଥିଲେ। ପରବର୍ତୀ ସମୟରେ ତୋମନାଥ ସୁନ୍ଦର ଗଡ଼ ଜିଲ୍ଲାର ରାଜଗାନ ପୁରରେ ରହୁଥିବା ନେଇ ସୁଚନା ମିଳିଥିଲା। ସେଠାରେ ବାବା ତେଜସ୍ୱର ବୈଇଙ୍କ ନାଁରେ ରହି ଗୋ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ। ବ୍ରହ୍ମପୁର ଟାଉନ ଥାନା ପୁଲିସ ତାଙ୍କୁ ୨୦୧୫ ଜୁନ ୮ ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା। ଏହା ପରେ ସେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ମଧ୍ୟ ରହିଥିଲେ। ସେଠାରେ କିଛି ବର୍ଷ କାଟିବା ପରେ ସେ ପୁରି ଫେରି ଆସିଥିଲେ।

Leave a Reply

Your email address will not be published. Required fields are marked *