ସାରା ଦୁନିଆରେ କୋରୋନା ମହାମାରୀ ତାଣ୍ଡବ କରୁଛି। ଏହି ଭାଇରସର ସଂକ୍ରମଣରେ କେତେକ ଲୋକ ନିଜର ଜୀବନ ହରାଇଛନ୍ତି। କିନ୍ତୁ କୋରୋନା ଶଙ୍କଟ ମଧ୍ୟରେ ଦେଶରେ ଏକ ରୟସ୍ୟମୟ ରୋଗ ବ୍ୟାପୁଛି। ହିମାଞ୍ଚଳରେ ରହସ୍ୟମୟ ଭାବରେ ୧୦୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଛି। ମଧ୍ୟ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ କେତେକ ପକ୍ଷୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପକ୍ଷୀମାନଙ୍କର ସାମ୍ପୁଲ ଭୋପାଲର ଏକ ପ୍ରୟୋଗଶାଳାକୁ ପଠା ଯାଇଛି। ଏହା ପୂର୍ବରୁ ମଧ୍ୟ୍ୟପ୍ରଦେଶ ଏବଂ ରାଜସ୍ଥାନର ବାର୍ଡ ଫ୍ଲ୍ୟୁରେ ହଜାର ହଜାର ପକ୍ଷୀଙ୍କର ମୃତ୍ୟୁ ହୋଇଛି।
ରାଜସ୍ଥନ ଏବଂ ମଧ୍ୟ୍ୟପ୍ରଦେଶ ପରେ ହିମାଞ୍ଚଳର ପକ୍ଷୀମାନଙ୍କର ମୃତ୍ୟୁ ତାଣ୍ଡବ ସୃଷ୍ଟି ହୋଇଛି। ହିମାଞ୍ଚଳର ପୋଙ୍ଗ ହୈମ ଅଭ୍ୟାରଣରେ ଗୋଟିଏ ସପ୍ତାହରେ ୧୦୦୦ ପ୍ରବାଶୀ ପକ୍ଷୀଙ୍କର ମୃତ୍ୟୁ ହୋଇଛି।
ଅଭ୍ୟାରଣକୁ ପ୍ରତ୍ୟକ ବର୍ଷ ଅକ୍ଟୋବର ରୁ ମାର୍ଚ ପର୍ଯ୍ୟନ୍ତ ଋୁଷ ,ସାଇବେରିଆ , ମଧ୍ୟ ଏସିଆ , ଚୀନ , ତିବ୍ବତ ଏବଂ ଆଉ ଅନ୍ୟ କେତେକ ଦେଶରୁ ରଙ୍ଗ ବେରଙ୍ଗର ପକ୍ଷୀ ଆସିଥାନ୍ତି। ଏହା ପର୍ଯ୍ୟଟଙ୍କର ଆକର୍ଷଣ କେନ୍ଦ୍ର ଅଟେ। ଅଚାନକ ପକ୍ଷୀମାନଙ୍କର ମୃତ୍ୟୁ ହେବା ଏକ ପ୍ରକାର ସମସ୍ୟା ସୃଷ୍ଟି କରିଛି। ବନ୍ୟପ୍ରାଣୀ ବିଭାଗ ବାର୍ଡ ଫ୍ଲ୍ୟୁ ର ଆଶଂକା ପାଇଁ ଝରଣରା ସବୁ ପ୍ରକାରର ଗତୀବିଦ୍ଧିକୁ ବନ୍ଦ କରାଯାଇଛି।
ମଧ୍ୟ୍ୟପ୍ରଦେଶରେ ମରିଥିବା ପକ୍ଷୀଙ୍କର ବାର୍ଡ ଫ୍ଲ୍ୟୁ ଭାଇରସର ଲକ୍ଷଣ ଥିଲା। ଏହାପରେ ପ୍ରଶାସନ ଆଲର୍ଟ ହୋଇ ଏବଂ ଥଣ୍ଡା , କାସ ଏବଂ ଜ୍ବରର ଲକ୍ଷଣ ଥିବା ରୋଗୀଙ୍କର ସନ୍ଧାନ କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛି। ମଧ୍ୟ୍ୟପ୍ରଦେଶର ଇନ୍ଦୌରରେ କେତେକ କାଉଙ୍କର ମୃତ୍ୟୁ ହୋଇଥିଲା। ଏବେ ମଧ୍ୟ ସେଠାରେ ମୃତ୍ୟୁ ପକ୍ଷୀମାନଙ୍କର ସନ୍ଧାନ କରାଯାଉଛି।
ମଧ୍ୟ୍ୟପ୍ରଦେଶର ଝାଲାବାଡ ଜିଲ୍ଲାରେ ବାର୍ଡ ଫ୍ଲ୍ୟୁର ଆଶଂକା ମିଳିଛି। ପ୍ରଦେଶର କୋଟା ଏବଂ ପାଲୀରେ କାଉଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ଏହି ରୋଗ ପାଞ୍ଚୋଟି ଜିଲ୍ଲାରେ ବ୍ୟାପିଛି। ଶନିବାର ବାଂରାରେ ୧୯ , ଝାଲାବାଡାରେ ୧୫ ଏବଂ କୋଟାର ରାମଙ୍ଗମଣ୍ଡି ରେ ୨୨ କାଉଙ୍କର ମୃତ୍ୟୁ ହୋଇଛି। ଏହି ତିନୋଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭୭ଟି କାଉଙ୍କର ମୃତ୍ୟୁ ହୋଇ ସାରିଛି। ମଧ୍ୟ୍ୟପ୍ରଦେଶର ଇନ୍ଦୌର ପାଖାପାଖି ୭୦ଟି କାଉଙ୍କର ମୃତ୍ୟୁ ହୋଇଛି।
ମଧ୍ୟ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବାର୍ଡ ଫ୍ଲ୍ୟୁ ବ୍ୟାପି ସାରିଛି। ଇନ୍ଦୌର,କୋଟା , ପାଲିରେ ମରିଥିବା ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲ୍ୟୁର ଭାଇରସ ଅଛି ବୋଲି ପ୍ରମାଣ ମିଳିଛି। ଏହାପରେ ସ୍ଥାନିୟ ଲୋକମାନଙ୍କ ମଧ୍ୟରେ ଭୟ ଖେଳି ଯାଇଛି। ଲୋକମାନଙ୍କ ମଧ୍ୟରେ ଏଥିପାଇଁ ଭୟ ଖେଳୁଛି କାରଣ ବର୍ତ୍ତମାନ କୋରୋନା ଭାଇରସର ତାଣ୍ଡବ ସରି ନାହିଁ ପୁଣି ଏବେ ବାର୍ଡ ଫ୍ଲ୍ୟୁର ଆଶଂକା। ଯଦି ବାର୍ଡ ଫ୍ଲ୍ୟୁ ବ୍ୟାପି ଯାଏ ତେବେ ଦେଶର ଅବସ୍ଥା କ’ଣ ହେବ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।