ମଧ୍ୟପ୍ରଦେଶରେ ଏକ ଆଇପିଏସ ଆଧିକାରୀ ଅବୈଧ ଟଙ୍କା ଆଦାୟ କରୁଥିବା ପୋଲିସକର୍ମୀଙ୍କୁ ଧରିବା ପାଇଁ ଟ୍ରକ କ୍ଲିନରର ରୂପ ଧାରଣା କରିଥିଲେ ଏବଂ ଏମାନଙ୍କୁ ସମ୍ନାସାମ୍ନି ଧରି ନେଇଥିଲେ | ଗ୍ୱାଲିୟରର ଆଇପିଏସ ଅଧିକାରୀକୁ କିଛି ସମୟ ଟୋଲ ପ୍ଲାଜାରେ ଅବୈଧ ଟଙ୍କା ଆଦାୟ କରାଯାଉଥିବାର ବହୁତ ଅଭିଯୋଗ ଆସୁଥିଲା | ଯାହାପରେ ଏହି ଅଧିକାରୀ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଏହି ଯୋଜନା ଅଧୀନରେ ଆଇପିଏସ ଅଧିକାରୀକୁ ଟ୍ରକ କ୍ଲିନର ରୂପରେ ଦେଖି ମଧ୍ୟ ତାଙ୍କ ଉପରେ ସନ୍ଦେହ କରି ନଥିଲେ ଏବଂ ଅଧିକାରୀ ଜଣକ ସାମ୍ନାରେ ହିଁ ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀ ଲାଞ୍ଚ ମାଗିବା ଆରମ୍ଭ କରି ଦେଇଥିଲେ |
ଗ୍ୱାଲିୟରର ଏସପି ଅମିତ ସଂଘୀଙ୍କ ପାଖରେ ସହରର ବଢୁଥିବା ଅବୈଧ ଟଙ୍କା ଆଦାୟ ଖବର ବହୁତ ସମୟ ହେବ ଆସୁଥିଲା | କିନ୍ତୁ ତାଙ୍କ ପାଖରେ ଅବୈଧ ଟଙ୍କା ଆଦାୟର ଆଉଁସି ପ୍ରମାଣ ନଥିଲା | ସେହିପରି ପୋଲିସ ଅନେକଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କିନ୍ତୁ ଟଙ୍କା ଆଦାୟର ଅଭିଯୋଗ କମ ହୋଇନଥିଲା | ବଢୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଏସପି ଏହି ଘଟଣାର ଯାଞ୍ଚ କରିବାର ନିର୍ଦେଶ ଗ୍ୱାଲିୟରର ପନୀୟାର ଥାନାରେ ପଦସ୍ଥ ପ୍ରଶିକ୍ଷକ ଆଇପିଏସ ମୋତୀ-ଓର-ରହମାନଙ୍କୁ ଦେଇଥିଲେ | ଯାହାପରେ ଆଇପିଏସ ମୋତୀ-ଓର-ରହମାନ ନିଜେ ଟ୍ରକ କ୍ଲିନର ହୋଇ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ |
ମୋତୀ-ଓର-ରହମାନଙ୍କ ମୁତାବକ ସେ ଜଣେ ଟ୍ରକରେ ବସି ଗ୍ୱାଲିୟରର ବିକ୍କୀ ଫ୍ୟାକ୍ଟ୍ରି ଛକରେ ପହଞ୍ଚିଥିଲେ | ଯେଉଁଠାରେ ଚେକିଂ ପଏଣ୍ଟ ଲଗାଯାଇଥିଲା | ଏହି ଚେକିଙ୍ଗ ପଏଣ୍ଟରେ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ | ଏଠାରେ ଉପସ୍ଥିତ ଜଣେ ପୋଲିସ କର୍ମଚାରୀ ତାଙ୍କ ଟ୍ରକ ଅଟକାଇ ଦେଇଥିଲେ ଏବଂ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲା | ପୋଲିସ କର୍ମଚାରୀଙ୍କର ଟଙ୍କା ମାଗିବା ମାତ୍ରେ ଆଇପିଏସ ଅଧିକାରୀ ଜଣକ ଟ୍ରକରୁ ତଳକୁ ଓଲ୍ହାଇ ଆସିଥିଲେ ଏବଂ ପୋଲିସ କର୍ମଚାରୀଙ୍କର କ୍ଲାସ ନେଇଥିଲେ | ଆଇପିଏସ ଅଧିକାରୀଙ୍କୁ ସାମ୍ନାରେ ଦେଖି ଟଙ୍କା ଆଦାୟ କରୁଥିବା ପୋଲିସ କର୍ମଚାରୀଙ୍କର ହାତ ଗୋଡ ଥରିବାକୁ ଲାଗିଲା ସମସ୍ତେ କ୍ଷମା ମାଗିବା ଆରମ୍ଭ କରି ଦେଇଥିଲେ | ପ୍ରଶିକ୍ଷକ ଆଇପିଏସ ନିଜେ ଏସପିଙ୍କୁ ଫୋନ କରିଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଥିଲେ | ଯାହାପରେ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଦିଆ ଯାଇଥିଲା |
ଆଇପିଏସ ମୋତୀ ଏହି ଘଟଣା ବିଷୟରେ ବିସ୍ତାରରେ କହିଥିଲେ ଯେ ରାତି ପାଖାପାଖି ୧୨.୩୦ ସମୟରେ ବିକ୍କୀ ଛକରେ ପହଞ୍ଚିଥିଲେ | ଯେଉଁଠାରେ ସତ୍ୟବାନ ସିଂହ, ରବୀନ୍ଦ୍ର କୁଶବାହ, ଥାନ ସିଂହ ଯାଦବ ଏବଂ ମୁକେଶ ଶର୍ମା ନାମକ ପୋଲିସ କର୍ମଚାରୀ ମୁତୟନ ଥିଲେ | ଏହି ଚାରିଜଣ ଏଠାରେ ଯାଉଥିବା ସମସ୍ତ ଗାଡି ଠାରୁ ଅବୈଧ ଟଙ୍କା ଆଦାୟ କରୁଥିଲେ | ଯେତେବେଳେ ସେମାନେ ଏସପିଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କରିବାକୁ ମଧ୍ୟ ଚେଷ୍ଟା କଲେ ସେତେବେଳେ ତାଙ୍କୁ ଧରିନିଆ ଯାଇଥିଲା | ଯାହାପରେ ଏହି ଚାରିଜଣଙ୍କ ବିଷୟରେ ଏସପି ଅମିତ ସଂଘୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ତାଙ୍କ କହିବା ମୁତାବକ ସେମାନଙ୍କୁ ନିଲମ୍ବିତ କରିଦିଆ ଯାଇଥିଲା |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।