ଭାରତରେ କୋରୋନା ଭାଇରସ ବଢିବାର ଘଟଣା ଏବଂ ନୂଆ ସ୍ଟ୍ରେନର ମଧ୍ୟରେ ଏକ ବଡ ସୁନ୍ଦର କଥା ଏହାକି ଏଠାରେ ଏକା ସହିତ ଦୁଇଟିି ଭ୍ୟାକସିନକୁ ଅନୁମତି ପ୍ରଦାନ କରାଯାଇଛି। ଡ୍ରଗସ କଣ୍ଟ୍ରୋଲର ଜର୍ନଲ ଅଫ ଇଣ୍ଡିଆ ଅକ୍ସଫୋର୍ଡ ଇୟ୍ୟୁନିଭର୍ସିଟି ଏବଂ ଏସ୍ଟ୍ରାଜେନେକାଙ୍କ କୋଭିଡ-19 ଭ୍ୟାକସିନ ‘ କୋଓ୍ବିଶିଲ୍ଡ ‘ ଯାହାର ଉତ୍ପାଦନ ଭରତରେ ସିରମ ଇନସ୍ଟିଚ୍ୟୁଟ କରୁଛି ଏବଂ ଭାରତ ବାୟୋଟେକର ଭ୍ୟାକସିନ ‘ କୋବୈକ୍ସିନ ‘ର ଆପାତକାଳୀନ ବ୍ୟବହାରର ଅନୁମତି ଦେଇ ସାରିଛନ୍ତି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଡିସିଜିଆଇଙ୍କ ସିରମ ଇପସ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକର ଭ୍ୟାକସିନକୁ ଅନୁମତି ଦେବା ଏକ ସ୍ବସ୍ଥ ଏବଂ କୋଭିଡ ମୁକ୍ତ ଦେଶ ଆଡକୁ ବଢାଉ ଥିବା ଏକ ପାଦ ଅଟେ। କୁହାଯାଉଛି କି ଆସନ୍ତା ସପ୍ତାହରୁ ଭାରତରେ ଟୀକାକରଣ ଅଭିଯାନ ଆରମ୍ଭ ହେବ , ଯେଉଁଥିରେ ଏହି ଦୁଇ ଭ୍ୟାକସିନର ବ୍ୟବହାର କରାଯିବ। ଆସନ୍ତୁ ଜାଣିବା ଏହି ଦୁଇ ଭ୍ୟାକସିନର କିଛି ଖସ କଥା।
କେତେ ପ୍ରଭାବଶାଳୀ ଅଟେ ଏହି ଦୁଇ ଭ୍ୟାକସିନ?
‘ କୋଓ୍ବିଶିଲ୍ଡ ‘ କ୍ଲିନିକ ଟ୍ରାୟଲର ଆରମ୍ଭର ପରୀକ୍ଷାରେ ୯୦ ପ୍ରତିଶଦ ପ୍ରଭାବ ମିଳିଛି। ଯେତେବେଳେ ଡ୍ରଗସ କଣ୍ଟ୍ରୋଲର ଜର୍ନଲ ଅଫ ଇଣ୍ଡିଆ କହିଛନ୍ତି କି କୋଭ୍ୟାକସିନକୁ ୭୦.୪୨ ପ୍ରତିଶଦ ପ୍ରଭାବୀ ବୋଲି ମିଳିଛି। ଏହା ସ୍ବଦେଶୀ ଭ୍ୟାକସିନ ଅଟେ , ଯାହାକୁ ଭାରତ ବାୟୋଟେକ ଇଣ୍ଡିଆନ କାଉଂସିଲ ଅଫ ମେଡିକାଲ ରିସର୍ଚ ସହିତ ମିଶି ବନେଇଛନ୍ତି।
କେବେ ଠାରୁ ମିଳିବ ଭ୍ୟାକସିନ?
ସୀରମ ଇନସ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଈଓ ଅଦାର ପୂନାବାଲା କହିଛନ୍ତି କି ଅକ୍ସଫୋର୍ଡ ଏସ୍ଟ୍ରାଜେନେକାଙ୍କ ଭ୍ୟାକସିନ ‘ କୋଓ୍ବିଶିଲ୍ଡ ‘ର ବିତରଣ ଆସନ୍ତା ସପ୍ତାହରେ କରାଯିବ। ଡ୍ରଗସ କଣ୍ଟ୍ରୋଲ ଜର୍ନଲ ଅଫ ଇଣ୍ଡିଆ ଦ୍ବାରା କୋଓ୍ବିଶିଲ୍ଡ କୁ ଆପତିକାଳୀନ ଉପଯୋଗ ପଇଁ ଅନୁମତି ଦେବା ପରେ ସେ ଏହି ଟିପ୍ପଣୀ ଦେଇଛନ୍ତି। ଏବେ କୋଓ୍ବିଶିଲ୍ଡ ଭ୍ୟାକସିନର ବିତରଣକୁ ନେଇ ଆଉ କୌଣସି ଖବର ଆସି ନାହିଁ।
କ’ଣ ଭ୍ୟାକସିନ ପାଇଁ ପଇସା ଦେବାକୁ ପଡିବ?
ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଧନ କହିଛନ୍ତି କି ଟୀକାକରଣ ଅଭିଯାନ ପୂର୍ବରୁ ଚରଣରେ ଦେଶର ତିନି କୋଟି ହେଲ୍ଥ ଓ୍ବାର୍କର୍ସ ମାନଙ୍କୁ ପ୍ରଥମେ ମାଗଣାରେ ଟୀକା ଦିଆଯିବ ଏବଂ ଆଉ ୨୭ କୋଟି ଲୋକମାନଙ୍କୁ ଜୁଲାଈକୁ ଭ୍ୟାକସିନ ଦିଆା ଯାଇ ସାରିଥିବ ବୋଲି ନିସ୍ପତି ନିଆ ଯାଇଛି। ସୀରମ ଇନସ୍ଟିଚ୍ୟୁଟ ପ୍ରଥମେ ଭ୍ୟାକସିନର ମୂଲ୍ୟ କହିଥିଲା କି କୋଓ୍ବିଶିଲ୍ଡର ଗୋଟିଏ ଡୋଜ ୫୦୦ ଟଙ୍କା ହୋଇପାରେ।
କ’ଣ ଭ୍ୟାକସିନର ସାଇଡ ଇଫେକ୍ଟ ରହିବ?
ଡ୍ରଗସ କଣ୍ଟ୍ରୋଲ ଜର୍ନଲ ଅଫ ଇଣ୍ଡିଆର ନିଦେଶକ ବୀଜୀ ସୋମାନୀଙ୍କ କହିବା ଅନୁସାରେ ଯେଉଁ ଭ୍ୟାକସିନକୁ ଅନୁମତି ଦିଆ ଯାଇଛି , ସେ ୧୧୦ ପ୍ରତିଶଦ ସୁରକ୍ଷିତ ଅଟେ , କିନ୍ତୁ ଅଳ୍ପ ଜ୍ବର , ଯନ୍ତ୍ରଣା ଏବଂ ଆର୍ଲାଜି ହେବା କୌଣସି ବି ଭ୍ୟାକସିନର ସାଇଡ ଇଫେକ୍ଟ ହୋଇପାରେ। ସେଇଠି ରାମ ମନୋହର ଲୋହିୟା ହସ୍ପିଟାଲର ଡା.ଏ.କେ ବାର୍ଷ୍ଣେୟ କହିଛନ୍ତି କି କୋଓ୍ବିଶିଲ୍ଡ ପରୀକ୍ଷଣରେ କୌଣସି ପ୍ରକାରର ଆର୍ଲାଜୀର ରିଆକସନ୍ ଦେଖିବାକୁ ମିଳି ନାହିଁ। କିନ୍ତୁ ଯଦା ଆପଣଙ୍କର କୌଣସି ପ୍ରକାରର ଆର୍ଲାଜି ଅଛି ତେବେ ଆପଣ ଭ୍ୟାକସିିନ ଲଗେଇବା ପୂର୍ବରୁ ଡକ୍ଟରଙ୍କ ପରାର୍ମଶ କରନ୍ତୁ।
ଭ୍ୟାକସିନ ନେବାପରେ କେତେ ଦିନ ଶରୀରରେ ରହିବ ଆଣ୍ଟିବଡୀ?
ବିଶେଷଜ୍ଞମାନଙ୍କର କହିବା ଏହାକି ଭ୍ୟାକସିନ ନେବାପରେ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡୀ ରହିଥାଏ , ଏବେ ଏହାକୁ ସ୍ପଷ୍ଟ ଭାବରେ କହି ହେବ ନାହିଁ। ଭାରତର ବାୟୋଟେକ ଦାବି କରିଛନ୍ତି କି କୋବୈକ୍ସିନ ପାଇଁ ଶରୀରରେ ଥିବା ଆଣ୍ଟିବଡୀ ୬ ରୁ ମାସ ରହିଥାଏ। କୋଓ୍ବିଶିଲ୍ଡ କୁ ନେଇ ଏମିତି କିଛି ଖବର ମିଳି ନାହିଁ।
କେମିତି କାମ କରିଥାଏ କୋଓ୍ବିଶୀଲ୍ଡ ଭ୍ୟାକସିନ?
ଏହି ଭ୍ୟାକସିନକୁ ଜେନେଟିକଲି ଇଞ୍ଜିନିୟର୍ସ ଭାଇରସର ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଛି , ଏହି ଭାଇରସ ପାଇଁ ଚିମ୍ପାଞ୍ଜିକୁ ସାମାନ୍ୟ କୋଲ୍ଡ ହୋଇଥାଏ। ଏହି ଭାଇରସକୁ ବହୁତ ମୋଡିଫାଇଡ କରାଯାଇଛି ଯେମିତି ଏଥିରେ ଲୋକମାନଙ୍କୁ ସଂକ୍ରମଣ ନ ହେଉ ଏବଂ ଏହା ବହୁତ ସମୟ ପର୍ଯ୍ୟନ୍ତ କୋରୋନା ଭାଇରସ ପରି ଲାଗିବାକୁ ଲାଗିଲା। ଏହି ଭ୍ୟାକସିନର ସାହାର୍ଯ୍ୟରେ ଶରୀରର ପ୍ରତିରକ୍ଷା ତନ୍ତ୍ର କୋରୋନା ଭାଇରସ ଉପରେ ଆକ୍ରମଣ କରିବା ଶିକ୍ଷିଥାଏ।
କେମିତି କାମ କରିଥାଏ ଭାରତର କୋବୈକ୍ସିନ?
ଏହା ଏକ ଇନଏକ୍ଟିଓ୍ବେଟେଡ ଭ୍ୟାକସିନ ଅଟେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏମିତି ଭ୍ୟାକସିନ ଭାଇରସ ବା ବୈକ୍ଟିରିଆକୁ ମାରି ଦେଇଥାଏ। ଏଥିପାଇଁ ଏହା ରୋଗ ଉତ୍ପନ କରି ନଥାଏ। ଏକ ରିର୍ପୋଟ ଅନୁସାରେ ଭାରତ ବାୟୋଟେକ ନିଷ୍କ୍ରିୟ ଭାଇରସ ଭ୍ୟାକସିନ ବିକଶିତ କରିବା ପାଇଁ ସେହି ଭାଈରସର ଉପଯୋଗ କରିଛି। ଯାହାକୁ ନେଶନାଲ ଇନସ୍ଟିଚ୍ୟୁଟ ଅଫ ବାୟରୋଲଜୀ ଦ୍ବାରା ଏକ ଭାରତୀୟ ରୋଗୀ ଠାରୁ ଅଲଗା କରା ଯାଇଥିଲା।