ବିସିସିଆଇ ଅଧ୍ୟକ୍ଷ ଏବଂ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କର ଶନିବାର ଦିନ ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିଯିବା ପରେ ତାଙ୍କୁ କୋଲକାତାର ବୁଡ଼ଲ୍ୟାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ରିପୋର୍ଟ ମୁତାବକ ସକାଳୁ ୱାର୍କଆଉଟ କରିବା ପରେ ଗାଙ୍ଗୁଲିଙ୍କର ଛାତିରେ ଅଚାନକ ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କର ମୁଣ୍ଡ ବୁଲାଇ ଥିଲା | ଏହାପରେ ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ | ହସ୍ପିଟାଲରେ ୪୮ ବର୍ଷର ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା, ଯାହାପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା |
କଣ ଅଟେ ଏହି ଆଞ୍ଜିଓପ୍ଲାଷ୍ଟି: ଆଞ୍ଜିଓପ୍ଲାଷ୍ଟି ଏପରି ଏକ ସର୍ଜିକାଲ ପ୍ରକ୍ରିୟା ଅଟେ, ଯେଉଁଥିରେ ହୃଦୟର ମାଂସପେଶୀ ଗୁଡିକ ପର୍ଯ୍ୟନ୍ତ ରକ୍ତ ସଂଚାଳନ କରୁଥିବା ରକ୍ତବାହିକା ଗୁଡିକୁ ଖୋଲା ଯାଇଥାଏ | ମେଡିକାଲ ଭାଷାରେ ଏହି ରକ୍ତ ବାହିକାକୁ କୋରୋନରୀ ଆର୍ଟରୀଜ କୁହାଯାଇଥାଏ | ଡାକ୍ତରମାନେ ଅଧିକାଂଶ ସମୟରେ ହୃଦଘାତ ପରି ସମସ୍ୟା ଗୁଡିକ ପରେ ରୋଗୀଙ୍କର ଆଞ୍ଜିଓପ୍ଲାଷ୍ଟି କରିଥାନ୍ତି |
ଏକରୁ ଦେଢ଼ ଘଣ୍ଟା ଭିତରେ ଚିକିତ୍ସା ଜରୁରୀ: ଏହି ପ୍ରକ୍ରିୟାକୁ ପରକ୍ୟୁଟାନ୍ସ କୋରୋନରୀ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କୁହାଯାଇଥାଏ | ଅନେକ ମାମଲାରେ ଡାକ୍ତର ଆଞ୍ଜିଓପ୍ଲାଷ୍ଟି ପରେ କୋରୋନରୀ ଆର୍ଟରୀ ଷ୍ଟେଟ ମଧ୍ୟ ରକ୍ତ ବାହିକରେ ରଖିଥାନ୍ତି | ଏହି ଷ୍ଟେଟ ସିରା ପ୍ରଶୀରାରେ ରକ୍ତ ପ୍ରବାହକୁ ପୁଣିଥରେ ପୂର୍ବ ଭଳି କାମ କରିଥାଏ | ହୃଦଘାତ ପରେ ଆଦର୍ଶ ରୂପରେ ଏକରୁ ଦୁଇ ଘଣ୍ଟା ଭିତରେ ରୋଗୀଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଯିବା ଆବଶ୍ୟକ |
ହେଲ୍ଥ ଲାଇନର ରିପୋର୍ଟ ମୁତାବକ ଏକ ଘଣ୍ଟା ଭିତରେ ରୋଗୀଙ୍କୁ ଆଞ୍ଜିଓପ୍ଲାଷ୍ଟି ମିଳିବା ଦ୍ୱାରା ମୃତ୍ୟୁର ବିପଦ କମ ହୋଇଯାଇପାରେ | ଏହାକୁ ଯେତେ ଶୀଘ୍ର କରାଯିବ ରୋଗୀର ହୃଦୟ ବନ୍ଦ ପଡିଯିବାର ଆଶଙ୍କା ସେତେ କମ ହୋଇଯିବ | ଆଞ୍ଜିଓପ୍ଲାଷ୍ଟି ତିନି ପ୍ରକାରର ହୋଇଥାଏ | ବେଲୁନ ଆଞ୍ଜିଓପ୍ଲାଷ୍ଟି, ଲେଜର ଆଞ୍ଜିଓପ୍ଲାଷ୍ଟି ଏବଂ ଏଥରେକ୍ଟାମୀ ଆଞ୍ଜିଓପ୍ଲାଷ୍ଟି |
ବେଲୁନ ଆଞ୍ଜିଓପ୍ଲାଷ୍ଟି : ବେଲୁନ ଆଞ୍ଜିଓପ୍ଲାଷ୍ଟି ସମୟରେ କେଥେଟର ନାମକ ଏକ ପତଳା ଟ୍ୟୁବକୁ ବହୁ କିମ୍ବା ଜଙ୍ଘର ପାଖରେ ହାଲ୍କା ଚିରା ଲଗାଇ ବ୍ଲକ ହୋଇଯାଇଥିବା ଧମନୀରେ ଭର୍ତ୍ତି କରାଯାଇଥାଏ | ଡାକ୍ତର ଏକ୍ସ-ରେ କିମ୍ବା ଭିଡିଓର ସାହାଯ୍ୟରେ ବାହିକା ଗୁଡିକୁ ଯାଉଥିବା ଟ୍ୟୁବକୁ ମନିଟର କରିଥାନ୍ତି | କେଥେଟରର ଧମନୀରେ ପହଂଚିବା ପରେ ତାକୁ ଫୁଲାଇ ଦିଆଯାଇଥାଏ | ଏହା ବେଲୁନ ପ୍ଲାକକୁ ଦବାଇ ଚେପଟା କରିଦେଇଥାଏ, ଯାହାଦ୍ୱାରା ଧମନୀ ଚୌଡା ହୋଇଯାଇଥାଏ ଏବଂ ରୋଗୀର ରକ୍ତ ସଂଚାଳନ ପୁଣିଥରେ ଠିକ ହୋଇଯାଇଥାଏ |
ଲେଜର ଆଞ୍ଜିଓପ୍ଲାଷ୍ଟି ଏବଂ ଏଥରେକ୍ଟାମୀ: ଲେଜର ଆଞ୍ଜିଓପ୍ଲାଷ୍ଟିରେ ମଧ୍ୟ କେଥେଟରର ପ୍ରୟୋଗ କରାଯାଇଥାଏ, କିନ୍ତୁ ଏଥିରେ ବେଲୁନର ସ୍ଥାନରେ ଲେଜର ସାହାଯ୍ୟ ନିଆଯାଇଥାଏ | ଏଥିଏ ଲେଜରକୁ ପ୍ଲାକ ପର୍ଯ୍ୟନ୍ତ ନେଇକରି ଯାଇଥାଏ ଏବଂ ପୁଣି ବନ୍ଦ ପଡ଼ିଯାଇଥିବା ଧମନୀକୁ ଭେପରାଇଜ କରି ଖୋଲିବାକର ଚେଷ୍ଟା କରାଯାଇଥାଏ | ମାତ୍ର ଏଥରେକ୍ଟାମୀର ବ୍ୟବହାର ସେସମୟରେ କରାଯାଇଥାଏ ଯେତେବେଳେ ବେଲୁନ କିମ୍ବା ଲେଜର ଆଞ୍ଜିଓପ୍ଲାଷ୍ଟି ଦ୍ୱାରା ମଧ୍ୟ କୌଣସି ବ୍ୟକ୍ତି ପ୍ଲାକକୁ ହଟାଯାଇ ପାରିବ ନାହିଁ |
ଆଞ୍ଜିଓପ୍ଲାଷ୍ଟିର ଲାଭ: “ସୋସାୟଟି ଫର କାର୍ଡିୟୋୱସକ୍ୟୁଲର ଆଞ୍ଜିଓଗ୍ରାଫି ଏଣ୍ଡ ଇଣ୍ଟରବେନସନ୍ସ”ର ରିପୋର୍ଟ ମୁତାବକ, ଆଞ୍ଜିଓପ୍ଲାଷ୍ଟି ଦ୍ୱାରା କୌଣସି ମଣିଷର ଜୀବନ ବଞ୍ଚାଯାଇ ପାରିବ | ଏହି ବନ୍ଦ ପଡିଥିବା ଧମନୀ ଗୁଡିକରେ ରକ୍ତ ପ୍ରବାହକୁ ପୁନଃ ଠିକ କରିବାର ସବୁଠୁ ତୀବ୍ର ପ୍ରକ୍ରିୟା ଅଟେ | ଯେତେ ଶୀଘ୍ର ଆଞ୍ଜିଓପ୍ଲାଷ୍ଟି ହେବ ହୃଦୟର ମାଂସପେଶୀ ଗୁଡିକ ସେତେ କମ ନଷ୍ଟ ହେବ | ହୃଦଘାତ କାରଣରୁ ମାଂସ ଗୁଡିକରେ ସମସ୍ୟା କିମ୍ବା ଛାତିରେ ଯନ୍ତ୍ରଣା ସମୟରେ ମଧ୍ୟ ଆଞ୍ଜିଓପ୍ଲାଷ୍ଟି ଆରାମ ପ୍ରଦାନ କରିଥାଏ | ଏଥିରେ ରକ୍ତ ଜମାଟ ହୋଇଯିବା ଏବଂ ହୃଦଘାତ ହେବାର ବିପଦ ମଧ୍ୟ କମ ହୋଇଯାଇପାରେ |
ଆଞ୍ଜିଓପ୍ଲାଷ୍ଟିର ଖରାପ ପ୍ରଭାବ: ପ୍ରତ୍ୟେକ ମେଡିକାଲ ପ୍ରକ୍ରିୟାରେ କୌଣସି ନା କୌଣସି ବିପଦ ରହିଥାଏ | ଆଞ୍ଜିଓପ୍ଲାଷ୍ଟିରେ ମଧ୍ୟ ଏନେସ୍ଥୋଟିକ, ଡ଼ାଈ, କିମ୍ବା ଆଞ୍ଜିଓପ୍ଲାଷ୍ଟିରେ ବ୍ୟବହାର କରାଯାଉଥିବା କିଛି ଜିନିଷ ଦ୍ୱାରା ରୋଗୀଙ୍କୁ ଏଲର୍ଜୀ ହୋଇଯାଇପାରେ | ଏହାଛଡା ଅବରୁଦ୍ଧ ହୋଇରହିଥିବା ଧମନୀ ଗୁଡିକରେ ରକ୍ତସ୍ରାବ ହେବା, ରକ୍ତ ଜମାଟ ହୋଇଯିବା କିମ୍ବା ବ୍ରୁସିଙ୍କର ସମସ୍ୟା ହୋଇପାରେ | ସର୍ଜରୀ ପରେ ହୃଦୟର ସ୍ପନ୍ଦନରେ ଅନିୟମିତତା ଆସିବାର ମଧ୍ୟ ବିପଦ ରହିଥାଏ |
ଏହାଦ୍ୱାରା ରକ୍ତ ବାହିକା, ହାର୍ଟ ବଲ୍ବ ଏବଂ ଧମନୀ ଗୁଡିକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ | ହାର୍ଟ ଆଟାକର ବିପଦ କମ ହେବା ପରିବର୍ତ୍ତେ ବଢ଼ିଯାଇପାରେ | ଏହି ପ୍ରକ୍ରିୟା ଦ୍ୱାରା ମଣିଷଙ୍କର କିଡ଼ନୀମଧ୍ୟ ନଷ୍ଟ ହୋଇଯାଇପାରେ | ବିଶେଷ ଭାବରେ ସେହି ଲୋକ ମାନଙ୍କର କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ଯେଉଁ ମାନଙ୍କୁ ପୂର୍ବରୁ କୌଣସି କିଡନୀ ସମସ୍ୟା ରହିଥିବ | ଏହାଦ୍ୱାରା ଶରୀରରେ ଇମ୍ଫେକ୍ସନ ହେବାର ମଧ୍ୟ ବିପଦ ରହିଛି |
ଆଞ୍ଜିଓପ୍ଲାଷ୍ଟି ପରେ ସତର୍କ ରୁହନ୍ତୁ: ଆଞ୍ଜିଓପ୍ଲାଷ୍ଟି ସଫଳାତାପୂର୍ବକ ହେବା ପରେ ଡାକ୍ତର ରୋଗୀଙ୍କୁ ଆଗ ଠାରୁ ଅଧିକ ସାବଧାନ ରହିବାର ପରାମର୍ଶ ଦେଇଥାନ୍ତି | ଡାକ୍ତରଙ୍କର ପରାମର୍ଶକୁ ମାନି ମେଡିକେଶନ ନିଅନ୍ତୁ | ଯଦି ଧୁମ୍ରପାନର ଅଭ୍ୟସ୍ତ ଅଟନ୍ତି ତେବେ ତାହା ଛାଡି ଦେବାରେ ହିଁ ଆପଣଙ୍କର ମଙ୍ଗଳ ରହିଛି | ଏକ ସୁସ୍ଥ ଏବଂ ବାଲାନ୍ସ ଡାଏଟ ଗ୍ରହଣ କରନ୍ତୁ | ରକ୍ତଚାପ ଏବଂ କୋଷ୍ଠକାଠିନ୍ୟ ମାତ୍ର ମଧ୍ୟ କମ କରାଇବା ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।