ନୂଆ ବର୍ଷର ପାର୍ଟିରେ ଦୁଇ ସାଙ୍ଗ ମିଶି ନିଜ ସାଙ୍ଗ ସହ କଲେ ଏମିତି ଉନ୍ମୁକ୍ତ କାଣ୍ଡ, ପୁରା ପରିବାର ଲୋକ ସ୍ତବ୍ଧ ହୋଇଗଲେ

ନୂଆ ବର୍ଷର ପୂର୍ବ ସନ୍ଧ୍ୟାର ପାର୍ଟିରେ ଗୋଟେ ଝିଅକୁ ତା ସାଙ୍ଗମାନେ ମିଶି ହତ୍ୟା କରିଛନ୍ତି। ପୋଲିସ ଦୁୁଇ ଆରୋପିଙ୍କୁ ଗିରଫ କରି ନେଇଛି। କୁହାଯାଉଛି କି ଦୁଇ ଆରୋପି ଅପତିଜନକ ସ୍ଥିତିରେ ମିିଶି ଥିଲେ ଯାହାପରେ ୧୯ ବର୍ଷିୟ ଜାନ୍ହବୀ କୁକରେଜା ନାମକ ଗୋଟେ ଝିଅ ସହ ତାଙ୍କର ଯୁକ୍ତି ହୋଇଗଲା। ଏହି ଯୁକ୍ତି ଏତେ ବଢି ଯାଇଥିଲା କି ମାଡ ମରା ମରି ପର୍ଯ୍ୟନ୍ତ କଥା ପଳାଇ ଥିଲା ଏବଂ ଶେଷରେ ଜାନ୍ହବୀଙ୍କୁ ହତ୍ୟା କରିଥିଲେ। ପାର୍ଟିରେ ଥିବା ବହୁତ ଲୋକ ମଦ ନିଶାରେ ଥିଲେ।

ମୁମ୍ବାଇ ନୂଆ ବର୍ଷର ପୂର୍ବ ସନ୍ଧ୍ୟାର ପାର୍ଟିରେ ଗୋଟେ ଝିଅକୁ ତା ସାଙ୍ଗମାନେ ମିଶି ହତ୍ୟା କରିଛନ୍ତି। ପୋଲିସ ଦୁୁଇ ଆରୋପିଙ୍କୁ ଗିରଫ କରି ନେଇଛି। କୁହାଯାଉଛି କି ଦୁଇ ଆରୋପି ଅପତିଜନକ ସ୍ଥିତିରେ ଦେଖିବାକୁ ମିଳିଥିଲେ ଯାହାପରେ ୧୯ ବର୍ଷିୟ ଜାନ୍ହବୀ କୁକରେଜା ନାମକ ଗୋଟେ ଝିଅ ସହ ତାଙ୍କର ଯୁକ୍ତି ହୋଇଗଲା। ଏହି ଯୁକ୍ତି ଏତେ ବଢି ଯାଇଥିଲା କି ମାଡ ମରା ମରି ପର୍ଯ୍ୟନ୍ତ କଥା ପଳାଇ ଥିଲା ଏବଂ ଶେଷରେ ଜାନ୍ହବୀଙ୍କୁ ହତ୍ୟା କରିଥିଲେ। ପାର୍ଟିରେ ଥିବା ବହୁତ ଲୋକ ମଦ ନିଶାରେ ଥିଲେ।

ଏହି ଘଟଣା ମୁମ୍ବାଇର ଖାର ଇଲାକାର ଅଟେ। ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ହୋଇଥିବା ପ୍ରାଫାଇଲ ପାର୍ଟି ଜାନ୍ହବୀ କୁକରେଜାଙ୍କ ପାଇଁ ଶେଷ ଦିନ ଥିଲା। ଜାନ୍ହବୀଙ୍କ ଦୁଇ ସାଙ୍ଗ ହିଁ ତାଙ୍କର ହତ୍ୟା କରିଛନ୍ତି। ପୋଲିସ ହତ୍ୟାର ମାମଲା ଦର୍ଜ କରିଛନ୍ତି ଏବଂ ଜାନ୍ହବୀଙ୍କର ଦୁଇ ସାଙ୍ଗ ୨୨ ବର୍ଷିୟ ଜୋଗନ୍ଧକର ଏବଂ ୧୯ ବର୍ଷିୟ ଦୀୟା ପଣ୍ଡକରଙ୍କୁ ଗିରଫ କରାଯାଇଛି।

 

ଖାର ପୋଲିସ ସ୍ଟେଶନର ବରିଷ୍ଠ ପୋଲିସ ଇନସ୍ପେକ୍ଟର ଗଜାନନ କାବୁଲେ କହିଛନ୍ତି କି – ଖାର ପଶ୍ଚିମରେ ବିଲଡିଙ୍ଗ ଛାତ ଉପରେ ନୂଆ ବର୍ଷର ପାର୍ଟି ଥିଲା । ବହୁତ ସାଙ୍ଗମାନେ ଏକାଠି ହୋଇଥିଲେ। ପାର୍ଟି ଶେଷରେ ଜାନ୍ହବୀ ଏବଂ ଆରୋପିଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ଝିଅଟିର ହତ୍ୟା କରା ଯାଇଥିଲା। ଆମେ ଦୁଇ ଆରୋପୀଙ୍କୁ ଗିରଫ କରି ନେଇଛୁ।

ପୋଲିସ ଏହା ମଧ୍ୟ ଜାଞ୍ଚ କରୁଛି କି ପୁରା ମୁମ୍ବାଇରେ ପାର୍ଟି କରିବା ଉପରେ ରୋକ ଲଗା ଯିବା ପରେ ମଧ୍ୟ କିପରି ବିଲଡିଙ୍ଗ ଛାତ ଉପରେ ନ୍ୟୁ ଇୟର ପାର୍ଟି ହେଉଥିଲା। ପୋଲିସ ଏହା ପାଇଁ ଅଲଗା ଏଫଆର ଦର୍ଜ ମଧ୍ୟ କରି ପାରେ।

ପୋଲିସ ଅଧିକାରୀ ମାନଙ୍କ ଅନୁସାରେ ଖାର ପଶ୍ଚିମରେ ଭଗବତୀ ହାଇଟ୍ସ ଟାଓ୍ବାରରେ ୧୬ ତାଲାରେ ନ୍ୟୁ ଇୟର ପାର୍ଟି ରଖାଯାଇଥିଲା। ପାର୍ଟିରେ ବହୁତ ଲୋକ ମଦ ପିଇ ଥିଲେ। ରାତିର ପାଖାପାଖି ୨ଟା ବେଳେ ଜାନ୍ହବୀ ଦୁଇ ଆରୋପିଙ୍କୁ ଆପତିଜନକ ସ୍ଥିତିରେ ଦେଖି ନେଇଥିଲେ । ଏହି କଥାକୁ ଜାନ୍ହବୀ ଆପତି କରିଥିଲେ ଏବଂ ଏହି କଥାକୁ ନେଇ ତିନି ଜଣଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା।

ପୋଲିସ ସୂତ୍ର ଅନୁସାରେ ଜାନ୍ହବୀଙ୍କର ଛୁଟି ଭିଡି ଏବଂ ତାଙ୍କୁ ବହୁତ ମାରପିଟ ମଧ୍ୟ କରିଥିଲେ। ତା ମୁଣ୍ଡରେ ମାଡର ଦାଗ ଥିଲା। ପ୍ରଥମେ କୁହାଯାଉଥିଲା କି ଜନ୍ହବୀକୁ ଛାତରୁ ପେଲି ଦିଆ ଯାଇଥିଲା କିନ୍ତୁ ଜାଞ୍ଚ ପରେ ଜଣା ପଡିଲା କି ତାକୁ ବହୁତ ନୃସଂଶ ମାରପିଟ ପରେ ଅନ୍ୟ ତାଲାକୁ ନେଇ ଯାଇଥିଲେ।

ପୋଲିସକୁ ଜାନ୍ହବୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା। ହସ୍ପିଟାଲ ପହଁଚିବା ପରେ ତାକୁ ମୃତ୍ୟୁ ଘୋଷିତ କରାଯାଇଥିଲା। ଘଟଣାର ଜାଞ୍ଚ କରୁଥିବା ପୋଲିସ କହିଛନ୍ତି କି ଜାନ୍ହବୀଙ୍କୁ ଏତେ ମାରପିଟ କରିଥିଲେ କି ତାର ସେହି ସମୟରେ ମୃତ୍ୟୁ ହୋଇ ଯାଇଥିଲା। ପୋଲିସ ଏହାର ସଠିକ ଘଟଣା ଜାଣିବା ପାଇଁ ଚେଷ୍ଟା କରୁଛି।

ପାର୍ଟିରେ ଉପସ୍ଥିତ ଥିବା ଜାନ୍ହବିଙ୍କ ସବୁ ସାଙ୍ଗ ମାନଙ୍କୁ ପୋଲିସ ପଚରା ଉଚରା କରୁଛି। ଜାନ୍ହବୀଙ୍କ ମା ପାର୍ଟି ଆୟୋଜନ କରିଥିବା ପିଲା ଉପରେ କାର୍ଯ୍ୟଅନୁଷ୍ଠାନ ନିଆଯାଉ ବୋଲି ଦାବି କରୁଛନ୍ତି।

ଗାଜିୟାବାଦ ଚୌକି ଇନଚାର୍ଜ ପଦରୁ ବହିସ୍କାର।

ଏଠାର ଗାଜିୟାବାଦରେ ନୂଆ ବର୍ଷରେ ଚୌକି କ୍ଷେତ୍ରରେ ଚାଲୁଥିବା ଅବୈଧ ସମାବେଶ , ସେଥିରେ ହେଉଥିବା ଧୁର୍ମପାନ , ହୁକ୍କାପାନ ସମନ୍ଧରେ ଠିକ ସମୟରେ କାର୍ଯ୍ୟଅନୁଷ୍ଠାନ ନ ନେବାରୁ ଚୌକି ଇନ୍ଚାର୍ଜଙ୍କୁ ପଦରୁ ବହିସ୍କାର କରାଯାଇଛି। ଥାନା କୌଶାନ୍ବି କ୍ଷେତ୍ର ଅନ୍ତର୍ଗତ ଏଞ୍ଜଲ ମେଗା ମଲରେ ଏକ ହୁକ୍କା ବର ଚାଲୁଥିଲା। ପ୍ରଥମରୁ ସମ୍ବଧିତ ଚୌକି ଇନଚାର୍ଜ କୌଶାମ୍ବି ଉପନିରିକ୍ଷକ ଦିବ୍ୟ ପ୍ରତାପ ସିଂହଙ୍କୁ ଆପତଜନକ ହୁକ୍କା ବିକ୍ରି କରିବାକୁ ମନା କରିଥିଲେ । କିନ୍ତୁ ନ୍ୟୁ ଇୟରର ପୂର୍ବ ଦିନସ ସେହି ବାର କୁ ଖୋଲା ରଖିଥିଲେ। ଏଥିରେ ଆକ୍ସନ ନେଇ ଚୌକି ଇନଚାର୍ଜଙ୍କୁ ପଦରୁ ବହିସ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *