ହଠାତ ଶୁଭିଲା ଭୟଙ୍କର ଶବ୍ଦ, ଜେଜେବାପାଙ୍କର ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ ୧୮ ଲୋକ ଆଉ ଫେରିଲେନି

ଦିଲ୍ଲୀରୁ ସେଟ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଶ୍ମଶାନ ଘାଟରେ ଛାତ ପଡି ଯିବାରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି , ଏବେ ମଧ୍ୟ କେତେକ ଲୋକ କାନ୍ଥ ଭଙ୍ଗା ଇଟା ତଳେ ଦବି ହୋଇ ଥିବାର ଆଶଂକା ଅଛି।

କୌଣସି ଏକ ବ୍ୟକ୍ତିର ଶବ ସଂସ୍କାର ପାଇଁ ତାଙ୍କର ପରିଜନ ଲୋକ ଏବଂ ଅନ୍ୟ ଲୋକମାନେ ତାଙ୍କୁ ଶ୍ମଶାନ ଘାଟକୁ ନେଇ ଯାଇଥିଲେ। ଅନ୍ତିମ ସଂସ୍କାର ହେଉଥିବା ସମୟରେ ଶ୍ମଶାନ ଘରର ଛାତ ଭର ଭର ହୋଇ ଭୁସୁଡି ପଡିଥିଲା ଯେଉଁଥିରେ ଦୁଇ ଡ୍ରଜନରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ପୋଲିସ ଏବଂ ସୁରକ୍ଷା କର୍ମୀ ପହଁଚିବା ପୂର୍ବରୁ ଲୋକମାନେ ମୃତ୍ୟୁ ବରଣ କରି ସାରିଥିଲେ।

ଛାତ ଭୁସୁଡିବାର ଖବର ପାଇବା ମାତ୍ରେ ମୁରାଦନଗର ଥାନା ପୋଲିସ ପହଁଚି ଥିଲା ଏବଂ କ୍ରେନକୁ ଡାକି ଲୋକମାନଙ୍କୁ ବଞ୍ଚେଇବାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣାର ଗଂଭୀରତାକୁ ଦେଖି ଗାଜିଆବାଦ ପ୍ରଶାସନର ଥାନା ଅଧିକାରୀ ମଧ୍ୟ ସେଠାରେ ପହଁଚି କାର୍ଯ୍ୟକୁ ଅତି ତିବ୍ରରେ କରିବାକୁ ର୍ନିଦେଶ ଦେଇଥିଲେ।

ଇଟା ଏବଂ ପଥର ଗୁଣ୍ଡରୁ ବାହାରିଥିବା ଆହତ ଲୋକମାନଙ୍କୁ ସ୍ଥାନିୟ ହସ୍ପିଟାଲରେ ଭର୍ତୀ କରାଯାଇଛି। ଦେବେନ୍ଦ୍ର ନାମକ ଏକ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି ତାଙ୍କ ଜେଜେବାପାଙ୍କର ଅନ୍ତିମ ସଂସ୍କାର ହେଉଥିଲା ଏବଂ ଅନ୍ୟ ଲୋକ ସବୁ ଦୂରରେ ରହି ଦେଖୁଥିଲେ। ଏହି ସମୟରେ ଅଚାନକ ଜୋରରେ ଏକ ଶବ୍ଦ ହେଲା ଏବଂ ଯେତେବେଳେ ସେମାନେ ସେପଟ ଆଡକୁ ଦୌଡି ଲେ ଓ ଦେଖିଲା ବେଳକୁ ସେଠାରେ କେତେକ ଲୋକ ଛାତ ତଳେ ଦବି ହୋଇ ପଡିଛନ୍ତି।

ସେ କହିଥିଲେ କି ଏହି ର୍ଦୁଘଟଣାରେ ତାଙ୍କ ଦାଦାଙ୍କର ମଧ୍ୟ ମୃତ୍ୟୁ ହୋଇଛି ଏବଂ ତାଙ୍କର ବଡ ଦାଦାଙ୍କ ପୁମ ମଧ୍ୟ ତା ତଳେ ଦବି ହୋଇ ଅଛି। ଦେବେନ୍ଦ୍ର କହିଛନ୍ତି କି ତାଙ୍କ ବାପାଙ୍କ କାନ୍ଧରେ ମଧ୍ୟ ଆଘାତ ହୋଇଛି କିନ୍ତୁ ସେ ର୍ଦୁଘଟଣାରୁ ମରୁ ମରୁ ବଞ୍ଚିଛନ୍ତି।

ଦିଲ୍ଲୀର ଏନସିଆରରେ ଆଜି ସକାଳୁ ବର୍ଷା ହେଉଛି ଏବଂ ଏହି ସମୟରେ ମୁରାଦନଗରରେ ଏକ ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେକ ଲୋକ ଶ୍ମଶାନରେ ଏକାଠି ହୋଇଥିଲେ।

ବର୍ଷା ହେଉଥିବାରୁ ସେମାନେ ସମସ୍ତେ ଛାତ ତଳେ ଥିଲେ ସେହି ସମୟରେ ଶ୍ମଶାନ ଘାଟର ଛାତ ଭରଭର କରି ଭୁସୁଡି ପଡିଥିଲା। ଏଥିରେ କେତେକ ଲୋକ ତା ତଳେ ଦବି ଯାଇଛନ୍ତି। ଘଟଣା ବିଷୟରେ ଖବର ମିଳିବା ପରେ ପୋଲିସ ଏବଂ ଏନଡିଆରଏଫ ର ଟିମ ସେଠି ପହଁଚି ଥିଲେ।

Leave a Reply

Your email address will not be published. Required fields are marked *