ଶେଷରେ ସ୍କୁଲ ପିଲାମାନଙ୍କ ପାଇଁ ଖୁସି ଖବର। ଦୀର୍ଘ ୯ ମାସ ଧରି ବନ୍ଦ ଥିବା ସ୍କୁଲ ଆସନ୍ତା ଜାନୁଆରୀ ୮ ତାରିଖ ଦିନ ଖୋଲିବାକୁ ଯାଉଛି। ତେବେ ସମସ୍ତଙ୍କ ପାଇଁ ନୁହଁ କେବଳ ଦଶମ ଏବଂ ଦ୍ବାଦଶ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ରାଜ୍ୟ ସରକାର ନେଇଛନ୍ତି । ଉଭୟ ଶ୍ରେଣୀ ପାଇଁ ୧୦୦ ଦିନ ପାଠ ପଢା ଯିବାର ନିଷ୍ପତି ନିଆଯାଇଛି।ଏଥିରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଯାଏଁ ପାଠପଢ଼ା ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ଯିବ।
ଜାନୁଆରୀ ୮ ରେ ଓଡ଼ିଶାରେ ଖୋଲିବ ସ୍କୁଲ, ଜାଣନ୍ତୁ ସମ୍ପୂର୍ଣ ବିବରଣୀ
