ସୋସାଇଟି ଦେଲା ଘର ଖାଲି କରିବାର ନୋଟିସ, ବାପା ଓ ମାଙ୍କ ସହ ବାହାରେ ବୁଲୁଛନ୍ତି ରିୟା ଚକ୍ରବତୀ

ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା କେସର ମୁଖ୍ୟ ଆରୋପି ରିୟା ଚକ୍ରବତୀ ଏବେ ଜେଲରୁ ବାହାରିଛନ୍ତି। ଡ୍ରଗସ ଘଟଣାରେ ତାଙ୍କୁ ଏନସିବି ଗିରଫ କରିଥିଲା , ଯାହାପାଇଁ ତାଙ୍କୁ ଗୋଟିଏ ମାସ ଜେଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ରିୟା ଜାମିନରେ ଫେରିଛନ୍ତି କିନ୍ତୁ ତାଙ୍କର ସମସ୍ୟା ବହୁତ ବଢିଯାଇଛି।

ବାସ୍ତବରେ ବର୍ତ୍ତମାନ ଅଭିନେତ୍ରୀ ଜଣକ ନିଜ ପାଇଁ ନୂଆ ଘର ଖୋଜୁଥିବାର ଦେଖିବାକୁ ମିଳିଛନ୍ତି । ରିୟା ଚକ୍ରବତୀଙ୍କୁ ମୁମ୍ବାଇର ଖାର ଇଲାକାରେ ନିଜର ଏବଂ ନିଜ ପରିବାର ପାଇଁ ଘର ଖୋଜୁଥିବାର ଦେଖିବାକୁ ମିଳିଛନ୍ତି। ଏହା ସହିତ ଜଡିତ ଏକ ଭିଡିଓ ସୋଶିଆଲ ମିଡିଆରେ ବହୁତ ତିବ୍ରରେ ଭାଇରାଲ ହେଉଛି। ଯେଉଁଥିରେ ଅଭିନେତ୍ରୀ ନିଜର ବାପା, ମାଙ୍କ ସହ ନୂଆ ଘର ଖୋଜୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ରିୟାଙ୍କ ବାପା ଇନ୍ଦ୍ରଜୀତ ଏବଂ ମା ସନ୍ଧ୍ୟା ଚକ୍ରବତୀଙ୍କୁ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Koimoi.com (@koimoi)

ରିୟାଙ୍କ ଫାମିଲି ଏପର୍ଯ୍ୟନ୍ତ ସାନ୍ତାକ୍ରୁଜ ସୋସାଇଟୀରେ ରହୁଥିଲେ। ସୁତ୍ର ଅନୁସାରେ ଏବେ ତାଙ୍କୁ ଜଲଦି ରୁ ଜଲଦି ସେ ଘର ଖାଲି କରିବାକୁ କୁହାଯାଇଛି। ଏନସିବି ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ପରେ ରିୟା ଚକ୍ରବତୀଙ୍କୁ ଗିରଫ କରିଥିଲା। ବାସ୍ତବରେ ଆତ୍ମହତ୍ୟାର ଛାନଭିନରେ ମଧ୍ୟ ଡ୍ରଗସ ଆଙ୍ଗଲ ସାମ୍ମନାକୁ ଆସିଥିଲା , ଯେଉଁଥିରେ ରିୟା ଦୋଷୀ ବୋଲି ଜଣା ପଡିଥିଲା। ଏହାପରେ ରିୟା ଚକ୍ରବତୀଙ୍କ ଫ୍ଲାଟର ବାହାରକୁ ଆସିଥିବା ଦିନ ମିଡିଆର ବହୁତ ଭିଡ ଲାଗିଥିଲା।

ଏହି କଥାକୁ ନେଇ ସୋସାଇଟର କେତେକ ଲୋକ ଅରାଜି ଥିଲେ। କୁହାଯାଉଛି କି ଯେବେଠାରୁ ରିୟା ବାହାରକୁ ଆସିଛନ୍ତି, ସେବେଠାରୁ ପରିବାର ଉପରେ ପ୍ରଭାବ ପକାଯାଉଛି କି ସେ ଘର ଖାଲି କରନ୍ତୁ ବୋଲି। ଗତ ଅଗଷ୍ଟ ମାସରେ ରିୟା ନିଜର ଇନଷ୍ଟାଗ୍ରାମ୍ ପେଜରେ ଏକ ଭିଡିଓରେ ସେୟାର କରିଥିଲେ , ଯେଉଁଥିରେ ତାଙ୍କ ସୋସାଇଟିର ବିଲଡିଙ୍ଗ ତଳେ ମିଡିଆ କର୍ମୀ ମାନଙ୍କର ଭିଡ ଲାଗିଥିଲା। ଏହାପରେ ରିୟା ମୁମ୍ବାଇ ପୋଲିସର ପ୍ରୋଟେକ୍ସନ ମଧ୍ୟ ମାଗିଥିଲେ। ଏବେ ଯେତେବେଳେ ରିୟା ଜେଲରୁ ବାହାରକୁ ଆସି ସାରିଛନ୍ତି , ଏବେ ମଧ୍ୟ କ୍ୟାମେରା ମ୍ୟାନ ତାଙ୍କର ପିଛା କରୁଛନ୍ତି।

କଣ ରିୟା ଚକ୍ରବତୀଙ୍କୁ ଘର ମିଳି ପାରିବ ? ଆମର ଏହି ଆର୍ଟିକିଲ ଯଦି ଭଲ ଲାଗିଥାଏ ଗୋଟେ ଲାଇକ ଓ ଶେୟର କରିବାକୁ ଭୁଲିବେନାହିଁ

Leave a Reply

Your email address will not be published. Required fields are marked *