ବିବାହର ୭ ବର୍ଷ ପରେ ପିତା ହେଲେ କ୍ରିକେଟର, ୧ ଫୁଟ ଉଚ୍ଚତାର ବାଙ୍ଗରା ଝିଅକୁ ଦେଖିବା ମାତ୍ରେ ଦେଇଦେଲେ ହୃଦୟ

ବର୍ତ୍ତମାନ ସମୟରେ ସମସ୍ତଙ୍କ ନଜର ବୀରୁସ୍କାଙ୍କର ହେବାକୁ ଥିବା ପିଲା ଉପରେ ରହିଛି ମାତ୍ର ସେହି ସ୍ଥାନରେ ଏହି ବେଟିଂ ପିରିୟଡ଼ ସମୟରେ କ୍ରିକେଟର ଉମେଶ ଯାଦବଙ୍କ ଘରେ ଝିଅ ଜନ୍ମ ହୋଇଛି | ଏହି କଥାର ସୂଚନା ବିସିସିଆଇ ଟ୍ୱିଟ କରି ଦେଇଛନ୍ତି | ଏଥିସହିତ ସେ କ୍ରିକେଟରଙ୍କର ଖୁବଶୀଘ୍ର ରିକଭର ହୋଇ ମୈଦାନକୁ ଫେରିବାର ଆଶା ପ୍ରକଟ କରିଛନ୍ତି | ବିସିସିଆଇ ପୋଷ୍ଟରେ ଲେଖିଛନ୍ତି ଯେ ଉମେଶ ଯାଦବଙ୍କୁ ଝିଅର ଜନ୍ମ ପାଇଁ ଶୁଭେଚ୍ଛା | ଏଥିସହିତ ସେ ଖୁବଶୀଘ୍ର ରିକଭରୀ କରି ମୈଦାନକୁ ଆଉଥରେ ଫେରି ଆସନ୍ତୁ | ସୂଚନାଯୋଗ୍ୟ ଯେ ଉମେଶ କିଛି ବର୍ଷ ହେବ ନିଜ ଗାର୍ଲଫ୍ରେଣ୍ଡ ତାନ୍ୟା ବାଧବାଙ୍କୁ ଡେଟ କରିଥିଲେ | ଏହାପରେ ୨୯ ମଇ ୨୦୧୩ ମସିହାରେ ଉଭୟ ବିବାହ କରି ନେଇଥିଲେ | ବିବାହର ୭ ବର୍ଷ ପରେ ବର୍ତ୍ତମାନ ତାଙ୍କ ଘରେ କୁନି ଅତିଥିଙ୍କର ପାଦ ପଡିଛି | ଉମେଶ ଏବଂ ତାନ୍ୟାଙ୍କର ପ୍ରେମ କାହାଣୀରେ ବହୁତ ଉତ୍ଥାନ ପତନ ଆସିଥିଲା | ବହୁତ ସମସ୍ୟାର ସାମ୍ନା କରିବା ପରେ ବର୍ତ୍ତମାନ ତାଙ୍କର ପରିବାର ସମ୍ପୂର୍ଣ୍ଣ ହୋଇପାରିଛି |

ଅଷ୍ଟ୍ରେଲିଆ ଟ୍ରିପ ଅବସରରେ ଆହତ ହୋଇଥିବା ଉମେଶ ଯାଦବ ବର୍ତ୍ତମାନ ରେଷ୍ଟରେ ଅଛନ୍ତି | ଯାଦବ-ଗାଭାସ୍କର ସିରିଜର ଦ୍ଵିତୀୟ ମ୍ୟାଚର ତୃତୀୟ ଦିନ ତାଙ୍କୁ ଆଘାତ ଲାଗି ଯାଇଥିଲା ଯାହାପରେ ସେ ସିରିଜରୁ ବାହାରି ଯାଇଥିଲେ | ତାଙ୍କ ସ୍ଥାନରେ ଦଳରେ ଟି ନଟରାଜନଙ୍କୁ ସ୍ଥାନ ଦିଆଯାଇଥିଲା |

ସିରିଜରୁ ବାହାରକୁ ଯାଇଥିବା ଉମେଶ ଯାଦବଙ୍କୁ ନୂତନ ବର୍ଷରେ ଝିଅର ପିତା ହେବାର ଖୁସି ଖବର ମିଳିଛି | ଉମେଶ ଯାଦବଙ୍କୁ ବିବାହର ୭ ବର୍ଷ ପରେ ପିତା ହୋଇଛନ୍ତି | ସେ ୨୦୧୩ ମସିହାରେ ନିଜର ପ୍ରେମିକା ତାନ୍ୟାଙ୍କ ସହିତ ବିବାହ କରିଥିଲେ |

ତାନ୍ୟା ଏବଂ ଉମେଶଙ୍କ ପ୍ରଥମ ଭେଟ ଏକ ଇଭେଣ୍ଟ ଅବସରରେ ହୋଇଥିଲା | ସେସମୟରେ ତାନ୍ୟା କଲେଜରେ ପଢୁଥିଲେ ଏବଂ ଉମେଶ ନିଜର କ୍ରିକେଟ ଲାଇଫରେ ସଂଘର୍ଷ କରୁଥିଲେ | ପ୍ରଥମ ନଜରରେ ହିଁ ଉମେଶଙ୍କର ମନ ତାନ୍ୟାଙ୍କୁ ପ୍ରେମ କରି ବସିଥିଲେ |

ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ହୋଇଯାଇଥିଲା | ତାହାପରେ ଧୀରେ ଧୀରେ ଏହି ସମ୍ପର୍କ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା | ଉଭୟ ଡେଟ କରିବା ଆରମ୍ଭ କରି ଦେଇଥିଲେ | ଏଥିମଧ୍ୟରେ ଉମେଶ ଯାଦବ କ୍ରିକେଟ ଦୁନିଆରେ ଭଲ ପ୍ରଦର୍ଶନ କରି ନାମ ଅର୍ଜନ କରିବାକୁ ଲାଗିଥିଲେ | କିନ୍ତୁ ଯେତେବେଳେ ତାଙ୍କର ସମ୍ପର୍କ ବିଷୟରେ ଘରଲୋକଙ୍କୁ ଜଣାପଡିଥିଲା ସେତେବେଳେ ସେମାନେ ହଙ୍ଗାମା ସୃଷ୍ଟି କରି ଦେଇଥିଲେ |

ଘରଲୋକଙ୍କ ଠାରୁ ବିବାହ ପାଇଁ ଅସହମତି ଶୁଣିବା ପରେ ଉଭୟ ବହୁତ ସମୟ ପର୍ଯ୍ୟନ୍ତ ପରିବାରକୁ ରାଜି କରାଇବା ପାଇଁ ଚେଷ୍ଟା କରିଥିଲେ | ଶେଷରେ ଘରଲୋକ ମାନି ଯାଇଥିଲେ ଏବଂ ୨୯ ମଇ ୨୦୧୩କୁ ତାଙ୍କର ବିବାହ ହୋଇଯାଇଥିଲା |

ଏହି ଦମ୍ପତିଙ୍କର ଚର୍ଚ୍ଚା ତାଙ୍କ ଉଚ୍ଚତାରେ ଥିବା ଭିନ୍ନତା କାରଣରୁ ମଧ୍ୟ ହୋଇଥାଏ | ଏକ ସାକ୍ଷାତକାରରେ ତାନ୍ୟା କହିଥିଲେ ଯେ ତାଙ୍କୁ ଟିକିଏ ମଧ୍ୟ ଭଲ ଲାଗେ ନାହିଁ ଯେ ଉମେଶଙ୍କ ଉଚ୍ଚତା ତାଙ୍କ ଠାରୁ ୧ ଫୁଟ ଅଧିକ ଅଟେ | ଉମେଶ ୫ ଫୁଟ ୮ ଇଞ୍ଚ ଉଚ୍ଚତାର ହୋଇଥିବା ବେଳେ ତାନ୍ୟା ୪ ଫୁଟ ୯ ଇଞ୍ଚ ଉଚ୍ଚତାର ଅଟନ୍ତି |

ଉମେଶ ଯାଦବଙ୍କର ପତ୍ନୀ ତାନ୍ୟା ପେଶାରେ ଜଣେ ଫେସନ ଡିଜାଇନର ଅଟନ୍ତି | ସେ ଏକ ସାକ୍ଷାତକାର ସମୟରେ କହିଥିଲେ ଯେ ନିଜର ସ୍ୱାମୀଙ୍କର ୱାର୍ଡରବର ଦାୟିତ୍ୱ ତାଙ୍କର ଅଟେ | ସେ କେତେବେଳେ କେଉଁ ଇଭେଣ୍ଟରେ କଣ ପିନ୍ଧିବେ ଏହା ତାନ୍ୟା ହିଁ ନିଷ୍ପତ୍ତି ନେଇଥାନ୍ତି |

ତାନ୍ୟା ପ୍ରତ୍ୟେକ କଠିନ ସମୟରେ ଉମେଶଙ୍କ ସାଙ୍ଗରେ ରହିଛନ୍ତି | ଗୋଟିଏ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ଉମେଶ ନିଜର କ୍ୟାରିୟରରେ ଲଗାତାର ଅସଫଳ ହେଉଥିଲେ | ସେତେବେଳେ ତାନ୍ୟା ତାଙ୍କୁ ସାହସ ଦେଇଥିଲେ | ତାନ୍ୟା ଉମେଶଙ୍କୁ ଲଗାତାର ପ୍ରାକ୍ଟିସ ପାଇଁ ପଠାଉଥିଲେ | ଯାହାର ଫଳ ଏହା ଯେ ଆଜି ଉମେଶ ଇଣ୍ଡିଆନ କ୍ରିକେଟ ଟିମର ଏକ ମୁଖ୍ୟ ଅଂଶ ଅଟନ୍ତି |

Leave a Reply

Your email address will not be published. Required fields are marked *