ଉତ୍ତର ପ୍ରଦେଶର ଏକ ବ୍ୟକ୍ତି ମୁହଁକୁ କଳା କରି ତାକୁ ଗଧ ଉପରେ ବସା ଯାଇଛି ଏବଂ ପୂରା ଗାଁରେ ତାକୁ ବୁଲା ଯାଇଛି। ଯେତେବେଳେ ପୋଲିସକୁ ଏହି ଘଟଣା ବିଷୟରେ ଜଣାପଡିଲା ତ ହ୍ୟାଣ୍ଡକପ ଧରି ସେଠାରେ ପହଞ୍ଚି ଥିଲେ ଏବଂ ଗାଁ ଲୋକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ପୂରା ଘଟଣାଟି ବିସୌଲୀ କୋତବାଲୀ କ୍ଷେତ୍ରର ଅଟେ। ପୋଲିସ ଅନୁସାରେ ମଙ୍ଗଳବାର ରାତିରେ ଏକ ୪୦ବର୍ଷର ବ୍ୟକ୍ତିଙ୍କୁ ଗାଁ ଲୋକମାନେ ଧରି ପ୍ରଥମେ ବହୁତ ବାଡ଼େଇଥିଲେ। ପୁଣି ତାକୁ ଗଧ ଉପରେ ବସାଇ ଥିଲେ ଏବଂ ପୂରା ଗାଁରେ ବୁଲେଇ ଥିଲେ।ଗାଁ ଲୋକଙ୍କ କହିବା କଥା ହେଉଛି କି ଏହି ବ୍ୟକ୍ତି ଜଣେ ମହିଳାଙ୍କ ସହିତ ଅଭଦ୍ରାମୀ କରିଥିଲେ ଯେଉଁ କାରଣରୁ ତା ସହିତ ଏମିତି ସବୁ କରା ଯାଇଛି।
ଉତ୍ତର ପ୍ରଦେଶର ବିସୌଲୀ କୋତବାଲୀ କ୍ଷେତ୍ରର ଏହି ଘଟଣାର ପୋଲିସ ଏବେ ତର୍ଜମା କରୁଛନ୍ତି। ପୋଲିସ ଅନୁସାରେ ତାଙ୍କୁ ଫୋନ ଆସିଥିଲା କି ଗାଁରେ ଜଣେ ବ୍ୟକ୍ତିଙ୍କୁ ଗଧ ଉପରେ ବସାଇ ତାକୁ ବାଡଉଛନ୍ତି। ଯାହାପରେ ପୋଲିସ ଟିମ ଗାଁରେ ପହଞ୍ଚିଥିଲେ ଏବଂ ଆରୋପୀକୁ ଗାଁ ଲୋକମାନଙ୍କ କବଳରୁ ଛଡେଇ ଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ପୋଲିସଙ୍କର କହିବା କଥା ହେଉଛି କି ଗଧ ଉପରେ ବସା ଯାଇଥିବା ବ୍ୟକ୍ତି ଜଣେ ମହିଳାଙ୍କ ଘରେ ପଶି ତାଙ୍କ ସହିତ ଅଭଦ୍ରାମୀ କରିଥିଲେ। ଯେଉଁ କାରଣରୁ ଗାଁ ଲୋକମାନେ ଆରୋପୀକୁ ଏପରି ଦଣ୍ଡ ଦେଇଥିଲେ।
ଗାଁ ଲୋକଙ୍କ କହିବା କଥା ହେଉଛି କି ମଙ୍ଗଳବାର ରାତିରେ ଏକ ୪୦ବର୍ଷର ବ୍ୟକ୍ତି ଗାଁର ଏକ ମହିଳାଙ୍କ ଘରେ ପଶି ଯାଇଥିଲେ। ସେହି ସମୟରେ ମହିଳାଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇବାକୁ ଯାଉଥିଲେ। ମହିଳା ଜଣଙ୍କ ମଧ୍ୟ ନିଜର ପୂରା କାମ କରି ସାରିବା ପରେ ନିଜ କୋଠରୀକୁ ଯାଇ ଶୋଇଥିଲେ। ଏହି ଆରୋପୀ ଜଣଙ୍କ ମହିଳାଙ୍କ କୋଠରୀରେ ଜବରଦସ୍ତି ପଶିଥିଲା ଏବଂ ମହିଳାଙ୍କ ସହିତ ଅଭଦ୍ରାମୀ କରିବାକୁ ଲାଗିଥିଲା। ମହିଳା ଜଣଙ୍କ ସଙ୍ଗେସଙ୍ଗେ ଚିତ୍କାର କରି ଘର ଲୋକଙ୍କୁ ଆବାଜ ଦେଇଥିଲେ। ଯାହା ପରେ ମହିଳାଙ୍କ ଘର ଲୋକେ ତାଙ୍କ କୋଠରୀକୁ ଆସିଥିଲେ। ଯେଉଁଠାରେ ଆରୋପୀ ମଧ୍ୟ ମହଜୁଦ ଥିଲେ। ମହିଳାଙ୍କ ଘର ଲୋକେ ଆରୋପୀଙ୍କୁ ମାରିଥିଲେ ଏବଂ ଏହା ପରେ ତାକୁ ଗାଁ ଲୋକମାନଙ୍କ ପାଖକୁ ନେଇ ଯାଇଥିଲେ।ଗାଁ ଲୋକଙ୍କୁ ପୂରା ଘଟଣା କୁହା ଯାଇଥିଲା ଏବଂ ତାକୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଗଧ ଉପରେ ବସା ଯାଇଥିଲା।
ଗାଁ ଲୋକମାନେ ଆରୋପୀକୁ ଗଧ ଉପରେ ବସାଇବା ପୂର୍ବରୁ ତାର ଚେହେରାକୁ କଳା କରିଥିଲେ ଏବଂ ତାକୁ ବାଡ଼େଇ ଥିଲେ ମଧ୍ୟ। ଏହାପରେ ତାକୁ ଗଧ ଉପରେ ବସାଇ ରାତିରେ ହିଁ ଗାଁ ସାରା ବୁଲାଇଥିଲେ। କେହିଜଣେ ଏହି ଘଟଣାର ସୂଚନା ପୋଲିସ ଥାନାରେ ଦେଇ ଦେଇଥିଲେ। ସୂଚନା ମିଳିବା ମାତ୍ରେ ସିଓ ବିନୟ କୁମାର ସିଂହ ଚୌହାନ ଏବଂ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଆରୋପୀଙ୍କୁ ଗାଁ ଲୋକଙ୍କ କବଳରୁ ବଞ୍ଚାଇ ଥିଲେ ଏବଂ ତାକୁ ନିଜ କବଜାରେ ନେଇ ଆସିଥିଲେ। ସେହି ଗାଁରେ ପୋଲିସ ଆସିବା ଖବର ପାଇବା ମାତ୍ରେ ଗୋଳମାଳ ହୋଇଯାଇଥିଲା। ଏହି ଘଟଣାରେ ସିଓ କହିଛନ୍ତି କି ପୋଲିସ ତଦନ୍ତ କରୁଛନ୍ତି ଏବଂ ଆରୋପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।