ମୈଦାନକୁ ଫେରିବେ ନାହିଁ ସିକ୍ସର କିଙ୍ଗ, ଯୁବରାଜଙ୍କୁ ବଡ ଝଟକା ଦେଲେ ବିସିସିଆଇ

ଯୁବରାଜ ସିଂହଙ୍କୁ ବିସିସିଆଇ ଏକ ବଡ ଝଟକା ଦେଇଛି ଏବଂ ତାଙ୍କୁ ଘରୋଇ କ୍ରିକେଟରେ ଫେରିବାକୁ ଅନୁମତି ଦେଇ ନାହାନ୍ତି | ସୂଚନାଯୋଗ୍ୟ ଯେ ଯୁବରାଜ ଆସନ୍ତା ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବା ପାଇଁ ଆଶା କରୁଥିଲେ |

କ୍ରିକେଟରୁ ସନ୍ୟାସ ନେବା ପରେ ଯୁବରାଜ ସିଂହଙ୍କର ପ୍ରଶଂସକ ତାଙ୍କୁ ପୁଣିଥରେ ମୈଦାନରେ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ | ଏଥିପାଇଁ ଯୁବରାଜ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ | କିନ୍ତୁ ବିସିସିଆଇ, ଯୁବରାଜଙ୍କୁ ଏକ ବଡ ଝଟକା ଦେଇଛି ଏବଂ ତାଙ୍କୁ ଘରୋଇ କ୍ରିକେଟରେ ଫେରିବା ପାଇଁ ଅନୁମତି ଦେଇ ନାହାନ୍ତି | ସୂଚନାଯୋଗ୍ୟ ଯେ ଯୁବରାଜ ଆସନ୍ତା ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବା ପାଇଁ ଆଶା କରୁଥିଲେ | ପଞ୍ଜାବ କ୍ରିକେଟ ଆସୋସିଏସନ ତାଙ୍କୁ ନିଜ ଦଳରେ ଶାମିଲ କରିବାର ସୁପାରିଶ ମଧ୍ୟ କରିଥିଲେ |

ବିସିସିଆଇ ସାମ୍ନାରେ ଖାରଜ ହେଲା ଯୁବରାଜଙ୍କର ଅପିଲ:

ନିକଟରେ ହିଁ ଯୁବରାଜଙ୍କର ଫେରିବାର ଖବର ସବୁଆଡେ ଦେଖା ଦେଉଥିଲା | ସେ ଆସନ୍ତା ବର୍ଷ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ନିଜର ପ୍ରତ୍ୟାବର୍ତ୍ତନ କରିଥାନ୍ତେ | କିନ୍ତୁ ଏଥିପାଇଁ ତାଙ୍କୁ ବିସିସିଆଇର ଅନୁମତିର ଆବଶ୍ୟକତା ରହିଥିଲା | ସେ ପ୍ରୋସେସ ମାଧ୍ୟମରେ ବିସିସିଆଇରେ ନିଜର ସନ୍ୟାସ ପରେ ଫେରିବାକୁ ଅପିଲ କରିଥିଲେ କିନ୍ତୁ ବିସିସିଆଇ ପଞ୍ଜାବ ପକ୍ଷରୁ ଯୁବରାଜଙ୍କର ଖେଳିବାର ଅପିଲକୁ ଖାରଜ କରି ଦେଇଥିଲେ | ନିୟମ ମୁତାବକ ଯଦି କେହି ଖେଳାଳି ବିଦେଶୀ ଲିଗରେ ଭାଗ ନେଉଛନ୍ତି ତେବେ ସେ ଆଇପିଏଲ କିମ୍ବା କୌଣସି ମଧ୍ୟ ଘରୋଇ ଭାଗ ନେହି ପାରିବେ ନାହିଁ |

୨୦୧୯ ମସିହାରେ କ୍ରିକେଟରୁ ସନ୍ୟାସ ନେଇଥିଲେ ଯୁବରାଜ:

ସୂଚନାଯୋଗ୍ୟ ଯେ ଯୁବରାଜ ସିଂହ ୧୦ ଜୁନ ୨୦୧୯ ବେଳକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ | ତାଙ୍କର ଅବସର ଗ୍ରହଣ କରିବା ପରେ ତାଙ୍କୁ ଗ୍ଲୋବାଲ ଟି-୨୦ କାନାଡ଼ାରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା | ଏହାପରେ ସେ ଘରୋଇ କ୍ରିକେଟରେ ନିଜର ଫେରିବାକୁ ନେଇ ମଧ୍ୟ ଖୋଲାଖୋଲି ଭାବରେ କଥା ହୋଇଥିଲେ | ପଞ୍ଜାବ କ୍ରିକେଟ ଆସୋସିଏସନ ଯୁବରାଜଙ୍କୁ ଅନୁରୋଧ ମଧ୍ୟ କରିଥିଲେ ଯେ ସେ ପଞ୍ଜାବ ଷ୍ଟେଟ ଟିମରେ ଯୁବପିଢିଙ୍କୁ ମାର୍ଗଦର୍ଶନ ଦେବା ପାଇଁ ନିଜର ଅବସରରୁ ବାହାରକୁ ଆସନ୍ତୁ | ଏହାପରେ ସେ କ୍ରିକେଟକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ବିସିସିଆଇ ତାଙ୍କର ଆଉଥରେ କ୍ରିକେଟ ଖେଳିବାର ସ୍ବପ୍ନ ଭାଙ୍ଗି ଦେଇଛି |

Leave a Reply

Your email address will not be published. Required fields are marked *