ରାଜ୍ୟ ସରକାରଙ୍କର ଐତିହାସିକ ନିଷ୍ପତ୍ତି, ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ

ଗତକାଲି ବସିଥିବା କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ୧୨ ଗୋଟି ପ୍ରସ୍ତାବରେ ମୋହର ଲଗାଇଛନ୍ତି | ସେଥିରେ ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମଧ୍ୟ ଶାମିଲ ରହିଛି | ତେବେ ଆସନ୍ତାବର୍ଷ ଠାରୁ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରେ ନାମଲେଖା ସଂରକ୍ଷଣ ରହିବ | ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ପାଳନ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି | ଏପରି ନିଷ୍ପତ୍ତି ନେବା ପଛରେ କାରଣ ରହିଛି ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା |

କ୍ୟାବିନେଟ ଏହି ପ୍ରସ୍ତାବ ପାରିତ କରିବା ପରେ ଏହାକୁ କାର୍ଯ୍ୟକାରୀ ଚୂଡାନ୍ତ ରୂପ ପ୍ରଦାନ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ | ଯେଉଁ କମିଟି ଆଗାମୀ ୩ ମାସ ମଧ୍ୟରେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ | କମିଟିର ଦେଇଥିବା ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରେ କାର୍ଯ୍ୟକାରୀ କରାଯିବ |

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ଭଳି ପରୀକ୍ଷା ରହିଛି | କିନ୍ତୁ ଓଡ଼ିଶାର ସରକାରୀ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହି ପାଠ୍ୟକ୍ରମରେ ହ୍ରାସ ପାଇବାରେ ଲାଗିଛି। ତେବେ ଏହାର କାରଣ ମେଧାବୀ ଛାତ୍ରଛାତ୍ରୀଙ୍କ ଅଭାବ ନୁହେଁ, ବରଂ ଗ୍ରାମାଞ୍ଚଳ ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ସେହିପରି ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ଏହା ଏକ ଏଆଇତିହାସିକ ନିଷ୍ପତ୍ତି ଅଟେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *