ଚାକିରୀରୁ ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ ସରକାରୀ ବାସଭବନ ମଧ୍ୟ ଛାଡିବାକୁ ପଡିବ | ଯଦି କୌଣସି କର୍ମଚାରୀ ଏପରି କରୁ ନାହାନ୍ତି ଏବଂ ବଳପୂର୍ବକ ସେଠାରେ ରହୁଛନ୍ତି ତେବେ ତାଙ୍କର ଗ୍ରାଚ୍ୟୁଟି ଟଙ୍କା ଜୋରିମାନା ସହିତ ଆଦାୟ କରାଯିବ | ଏହାଦ୍ୱାରା ସରକାରୀ କିମ୍ବା ବେସରକାରୀ କର୍ମଚାରୀ ଆଉ ନିଜର କ୍ଷମତାର ଅପବ୍ୟବହାର କରି ପାରିବେ ନାହିଁ | ଏହି ନୂତନ ନିୟମ ଅନୁଯାୟୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସରକାର କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଏକ ଦଣ୍ଡନୀୟ ଅପରାଧ ଅଟେ | ଯଦି କୌଣସି କର୍ମଚାରୀ ଏପରି କରିବାକୁ ଚେଷ୍ଟା କରୁଛନ୍ତି ତେବେ ତାଙ୍କ ଠାରୁ ଭଡା ସହିତ ଜୋରିମାନା ଆଦାୟ କରାଯିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ |
ଏତେ ବଡ ନିଷ୍ପତ୍ତି ନେବାର କାରଣ ହେଉଛି ପୁରୁଣା କର୍ମଚାରୀ ସରକାରୀ ବାସଭବନ ଗୁଡିକୁ ନଛାଡ଼ିବାରୁ ନୂତନ କର୍ମଚାରୀମାନେ ରହିବା ପାଇଁ ଘର ନପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏନେଇ ବାରମ୍ବାର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଚେତାଇଲେ ମଧ୍ୟ ସେମାନେ ସରକାରଙ୍କର କଥାକୁ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି | ଏପରି ଏକ ଘଟଣା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ ସହ ହୋଇଥିବା ବେଳେ ସେହି ଘଟଣାକୁ ଆଧାର କରି ସୁପ୍ରିମକୋର୍ଟ ଶନିବାର ଦିନ ଏହି ନିଷ୍ପତ୍ତି ଶୁଣାଇଛନ୍ତି |
୨୦୧୭ ମସିହାରେ ଏକ ଡିଭିଜନ ବେଞ୍ଚ, ଜଣେ କର୍ମଚାରୀଙ୍କ ଅବସର ପରେ କ୍ୱାଟରରେ ରହିବା କାରଣରୁ ଗ୍ରାଚ୍ୟୁଟି ଜବତକୁ ବିରୋଧରେ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ଉକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଟି ତୁରନ୍ତ ଜାରି କରିବାକୁ କହିବା ସହ ସାଧାରଣ ଭଡା ନେବାକୁ କହିଥିଲେ |ଏଥିପାଇଁ କୌଣସି ମଧ୍ୟ ଜୋରିମାନା ଲାଗୁ କରାଯାଇ ନଥିଲା | ମାତ୍ର ବର୍ତ୍ତମାନ ସୁପ୍ରିମକୋର୍ଟ ୨୦୧୭ ମସିହାର ସେହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଇ ନୂତନ ନିଷ୍ପତ୍ତି ନେଇଛନ୍ତି |
ବର୍ତ୍ତମାନ ଯେଉଁ ମାମଲା ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ତାହା ଝାଡଖଣ୍ଡ ହାଇକୋର୍ଟଙ୍କ ଏକ ଆଦେଶ ପରେ ଦିଆଯାଇଛି | ଯେଉଁଥିରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଜଣେ କର୍ମଚାରୀଙ୍କ ଉପରେ ୧.୯୫ ଲକ୍ଷ ଜରିମାନା ଲଗାଇଥିଲେ | କର୍ମଚାରୀଜଣଙ୍କ ୨୦୧୬ରେ ଅବସର ନେବା ପରେ ମଧ୍ୟ ସରକାରୀ ବାସଭବନରେ ରହୁଥିଲେ ଏହାଛଡା ବକେୟା ଅର୍ଥରାଶି ମଧ୍ୟ ପଇଠ କରିନଥିଲେ | ଆଉ ସେତେବେଳେ ଝାଡ଼ଖଣ୍ଡ ହାଇକୋର୍ଟ ସୁପ୍ରିମକୋର୍ଟର ୨୦୧୭ ମସିହାର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସେଲ କର୍ମଚାରୀଙ୍କୁ ତୁରନ୍ତ ଗ୍ରାଚ୍ୟୁଟି ଟଙ୍କା ଜାରି କରିଥିଲେ ଏବଂ ସେଲ ଜୋରିମାନା ନନେଇ କେବଳ ଭଡ଼ା ନେଇ ମାମଲାର ରଫାଦଫା କରିଥିଲେ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।