ମାତ୍ର ୭ ବର୍ଷ ବୟସରେ ଉଡ଼ାଜାହାଜ ଉଡାଉଛନ୍ତି ଏହି ପିଲା, ଜଣେ ଦକ୍ଷ ପାଇଲଟ ପରି କରିଥାନ୍ତି ସ୍ଵିଚ କଣ୍ଟ୍ରୋଲ

ଯଦି ମଣିଷ ପାଖରେ ଏହି ଜୋଶ ରହିଥାଏ ତେବେ କଣ କରାଯାଇ ପାରିବ ନାହିଁ | ହୁଏତ ଏହି ଜୋଶ ଜଣେ ପିଲା ପାଖରେ ଥାଉ ନା କାହିଁକି | ସେଥିପାଇଁ ଯେଉଁ ବୟସରେ ପିଲାମାନେ ଉଡାଇବା ପାଇଁ ଖେଳନା ଉଡ଼ାଜାହାଜ ମାଗିଥାନ୍ତି ସେହି ୭ ବର୍ଷ ବୟସରେ ଏହି ପିଲାଟି ତିନିଥର ଉଡ଼ାଜାହାଜ ଉଡାଇ ସାରିଛି | ଏହି ପିଲାଟିର ପ୍ରତିଭାର କମାଲ ଏପରି ଅଟେ ଯେ ଜର୍ମାନୀର ରାଜଦୂତ ମଧ୍ୟ ପିଲାଟିକୁ ଭେଟିବାକୁ ଡ଼କାଇଛନ୍ତି | ପିଲାଟିକୁ ପ୍ଲେନ ଉଡ଼ୁଥିବାର ଦେଖିଲେ ଏପରି ଲାଗିଥାଏ ଯେପରି ବର୍ଷ ବର୍ଷ ଧରି ପ୍ଲେନ ଉଡାଇ ଆସୁଥିବା ଜଣେ ଦକ୍ଷ ପ୍ରଫେସନାଲ ଅଟନ୍ତି | ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଏହା ଅଟେ ଯେ ଏହି ପିଲାଟିର ଜୀବନରେ ହୋଇଥିବା ଏକ ଘଟଣା ହିଁ ତାଙ୍କୁ ପ୍ଲେନ ଉଡାଇବା ପାଇଁ ପ୍ରେରିତ କରାଇଥିଲା |

ୟୁଗାଣ୍ଡା ଦୁନିଆରେ ନିଜର ଦରିଦ୍ରତା କାରଣରୁ ଏବଂ ଅନାହାର କାରଣରୁ ବଦନାମ ହୋଇଛି କିନ୍ତୁ ଏଠାରେ ପ୍ରତିଭାର କୌଣସି ଅଭାବ ନାହିଁ | ଆଫ୍ରିକୀୟ ମହାଦ୍ଵୀପର ଏହି ଛୋଟ ଦେଶରେ ରହୁଥିବା ୭ ବର୍ଷର ଏକ ପିଲା ସହିତ ଯେତେବେଳେ ଆପଣ ଭେଟିବେ ସେତେବେଳେ ତା’ର କଥା ଶୁଣି ଆପଣ ଯେତେ ଆଶ୍ଚର୍ଯ୍ୟ ନହେଲେ ତା’ଠାରୁ ଅଧିକ ତା’ର କାରାନାମ ଦେଖି ହୋଇଯିବେ |

୭ ବର୍ଷର ଏହି ପିଲାଟିର ନାମ ଗ୍ରାହମ ଶେମା ଅଟେ | ବର୍ତ୍ତମାନ ସମୟରେ ଗ୍ରାହମଙ୍କ ଚତୁର୍ପାର୍ଶ୍ୱରେ ଚର୍ଚ୍ଚା ହେଉଛି | ସମସ୍ତେ ଗ୍ରାହମଙ୍କର ବହୁତ ପ୍ରଶଂସା କରୁଛନ୍ତି | ପିଲାଟି କାମ ହିଁ ସେମିତି କରିଛି | ଏତେ କମ ବୟସରେ ପ୍ଲେନ ଉଡାଇବା ଶିଖି ନେଇଛି |

ବର୍ତ୍ତମାନ ସୁଦ୍ଧା ତିନିଥର ପ୍ଲେନ ଉଡାଇ ସେ ଦୁନିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ଗ୍ରାହମର ଏକ ସାକ୍ଷାତକାର ସ୍ଥାନୀୟ ଗଣମାଧ୍ୟମରେ ଆସିଥିଲା | ଏଥିସହିତ ତାଙ୍କୁ ସମସ୍ତ ମିଡ଼ିଆ ହାଉସ କ୍ୟାପଟେନ ଉପାଧି ମଧ୍ୟ ଦେଇଛନ୍ତି | ଏତେ କମ ବୟସରେ ଏପରି ପ୍ରତିଭା ଦେଖାଇ ଗ୍ରାହମ ଚର୍ଚ୍ଚିତ ହୋଇଯାଇଛନ୍ତି |

ଗ୍ରାହମଙ୍କୁ ଗଣିତ ଏବଂ ବିଜ୍ଞାନରେ ବହୁତ ଆଗ୍ରହ ରହିଛି | ସେ ଆଗକୁ ଯାଇ ଜଣେ ପାଇଲଟ ଏବଂ ପୁଣି ମହାକାଶଚାରୀ ହେବାକୁ ଚାହୁଁଛନ୍ତି | ନିଜର ରୋଲ ମଡେଲ ଏଲୋନ ମାସ୍କଙ୍କ ପରି ଗ୍ରାହମଙ୍କୁ ସ୍ପେସରେ ଗ୍ରାହମଙ୍କୁ ବହୁତ ଆଗ୍ରହ ରହିଛି |

ଉଡ଼ାଜାହାଜ ଉଡ଼ାଇବାର ଇଚ୍ଛା ଗ୍ରାହମଙ୍କୁ ସେତେବେଳେ ଆସିଥିଲା ଯେତେବେଳେ ସେ ନିଜର ଜେଜେମାଆଙ୍କ ଘରେ ଥିଲେ | ସେଠାରେ ପୋଲିସଙ୍କର ଏକ ହେଲିକେପ୍ଟର ତାଙ୍କ ଘରର ବହୁତ ପାଖ ଦେଇ ଉଡି ଯାଇଥିଲା | ଏହି ଘଟଣା ପରେ ଗ୍ରାହମ ପ୍ଲେନ ବିଷୟରେ ସୂଚନା ଏକଜୁଟ କରିବା ଆରମ୍ଭ କରି ଦେଇଥିଲେ |

ଗ୍ରାହମଙ୍କର ମାଆ ଯେତେବେଳେ ନିଜ ପୁଅର ଆଗ୍ରହ ଦେଖିଲେ ସେତେବେଳେ ଯେ ଜଣେ ସ୍ଥାନୀୟ ଏଭିଏସନ ଏକାଡେମୀରେ ଗ୍ରାହମର ଦେଖିଲା କରାଇ ଦେଇଥିଲେ | ଏହାପରେ ଗ୍ରାହମ ମାତ୍ର ୫ ମାସ ଭିତରେ ପ୍ଲେନ ଉଡାଇବା ଶିଖି ନେଇଥିଲେ | ବର୍ତ୍ତମାନ ସୁଦ୍ଧା ଗ୍ରାହମ ତିନିଥର ସେଶନା ୧୭୨ ଉଡାଇ ସାରିଛନ୍ତି |

ୟୁଗାଣ୍ଡା ଏୟାରପୋର୍ଟରେ ଯେତେବେଳେ ଜଣେ ଶିକ୍ଷକ ଗ୍ରାହମଙ୍କୁ ପ୍ଲେନ ବିଷୟରେ ପଚାରିଥିଲେ ସେ ଜଣେ ଦକ୍ଷ ପାଇଲଟ ପରି ବହୁତ ସ୍ପଷ୍ଟତର ସହିତ ସମସ୍ତ ସୂଚନା ଦେଇଥିଲେ | ଏହାକୁ ଦେଖି ପାଇଲଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବର୍ତ୍ତମାନ ଆଗକୁ ଗ୍ରାହମଙ୍କୁ ତାଲିମ ଦେବାର ପ୍ରସ୍ତୁତି ଚାଲିଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *