ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡିଓ ଖୁବ ଜୋରସୋର ଭାଇରଲ ହେଉଛି | ଭିଡିଓରେ ଏକ ହାତୀ ମାତ୍ର ୩୮ ସେକେଣ୍ଡ ମଧ୍ୟରେ ଗୋଟିଏ ଗଛକୁ ଉପାଡି ଫୋପାଡ଼ି ଦେଇଥାଏ | ହାତୀର ଏହି ଶକ୍ତିକୁ ଦେଖି ସୋସିଆଲ ମିଡିଆରେ କେହି ତାଙ୍କୁ ଜେସିବି ଆଉକେହି ତାଙ୍କୁ ବାହୁବଳୀ କହୁଛନ୍ତି |
ଏହି ଭିଡିଓକୁ ସର୍ବପ୍ରଥମେ ଆଇଏଫଏସ ଅଧିକାରୀ ସୁଶାନ୍ତ ନଣ୍ଡା ସେୟାର କରିଥିଲେ ଯାହାପରେ ଆଖିପିଛୁଳାକେ ଏହି ଭିଡିଓ ଭାଇରଲ ହୋଇଯାଇଥିଲା | ୩୮ ସେକେଣ୍ଡର ଏହି ଭିଡିଓରେ ହାତୀ ନିଜର ଏତେ ଶକ୍ତି ଲାଗିଛି ଯେ ସମ୍ପୂର୍ଣ୍ଣ ଗଛ ଭୂମିରୁ ବାହାରି ଯାଇଛି | କିନ୍ତୁ ଏଥିସହିତ ଲୋକମାନେ ସୋସିଆଲ ମିଡିଆରେ ଏପ୍ରଶ୍ନ ମଧ୍ୟ ପଚାରିଛନ୍ତି ଯେ ହାତୀ କାହିଁକି ଗଛକୁ ଉପାଡି ପକାଇଛି |
ଜଣେ ଟ୍ୱିଟର ବ୍ୟବହାରକାରୀ ପଚାରିଛନ୍ତି ଯେ ହାତୀ କାହିଁକି ଗଛ ଉପାଡି ପକାଇଛି | ଏହାର ଉତ୍ତର ଦେବାକୁ ଯାଇ ଅନ୍ୟଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ଅନେକ ଲୋକ କହୁଛନ୍ତି ହାତୀ ଗଛରେ ସବୁଜ ପତ୍ର ଖାଇବା ପାଇଁ ତା’ଉପରେ ଚଢ଼ିବାକୁ ଚାହୁଁଥିଲା |
କିନ୍ତୁ ଯେତେବେଳେ ଚଢି ପାରିଲା ନାହିଁ ନିଜ ଶୁଣ୍ଢରେ ପତ୍ର ଗୁଡିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା କିନ୍ତୁ ଡାଳ ଗୁଡିକ ଉପରେ ଥିବାରୁ ତା’ର ଶୁଣ୍ଢ ସେପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା | ମାତ୍ର ଏହି କଥାରେ ହାତୀ କ୍ରୋଧିତ ହୋଇଯାଇଥିଲା ଏବଂ ଗଛକୁ ହିଁ ଉପାଡି ତଳେ ପକାଇ ଦେଇଥିଲା ଯାହାଦ୍ୱାରା ସେ ସହଜରେ ସବୁଜ ପତ୍ର ଖାଇ ପାରିବ |
Strength of an African bull.
Source:Life & Nature pic.twitter.com/4V63TTYdSk— Susanta Nanda IFS (@susantananda3) December 25, 2020
ସେହିପରି ଆଉଜଣେ ବ୍ୟବହାରକାରୀ ହାତୀର ଏହି ଶକ୍ତିକୁ ଦେଖି ତା’ର ତୁଳନା ଜେସୀବି ସହିତ କରିଛନ୍ତି | ସେହିପରି ମହିଳା ବ୍ୟବହାରକାରୀ ଜଣକ ଭିଡିଓକୁ ଦେଖି ଲେଖିଛନ୍ତି ଯେ, ବାପ ରେ ବାପ ଏହା ଅଟେ ପ୍ରକୃତ ଶକ୍ତି | ସୂଚନାଯୋଗ୍ୟ ଯେ ଏହି ଭିଡିଓ କେଉଁ ସ୍ଥାନର ଅଟେ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରି ନାହିଁ | କିନ୍ତୁ ଏହି ହାତୀ ଆଫ୍ରିକୀୟ ବୁଲ ପ୍ରଜାତିର ଅଟେ ଯେଉଁମାନେ ବହୁତ ଶକ୍ତିଶାଳୀ ଅଟନ୍ତି |