ବ୍ରେସଲେଟ୍ ଲାଇନ ବା ମଣିବନ୍ଧ ରେଖାରୁ ଜାଣନ୍ତୁ ଜୀବନର ଖୁସି ବିଷୟରେ

ହସ୍ତରେଖା ବିଜ୍ଞାନ : ଏହା ହେଉଛି ଜଣେ ବ୍ୟକ୍ତିଙ୍କ ହାତର ରେଖା ଉପରେ ଆଧାରିତଏକ ଗଭୀର ଅଧ୍ୟୟନ। ଯେଉଁଥିରେ, ହାତ, ଆଙ୍ଗୁଠି, ନଖ ଇତ୍ୟାଦି ପ୍ରତ୍ୟେକ ଧାଡି ମାଧ୍ୟମରେ ଜୀବନର ସମସ୍ତ ଦିଗ, ଚାକିରି, ବୟସ ଏବଂ ଵୈବାହିକ ଜୀବନ ବିଷୟରେ ଜାଣିହୁଏ। ହସ୍ତରେଖା ଶାସ୍ତ୍ରରେ, ହାତର ପ୍ରତ୍ୟେକ ଛୋଟ ଏବଂ ବଡ ରେଖାର ନିଜସ୍ୱ ଗୁରୁତ୍ୱ ରହିଛି।

ହସ୍ତରେଖା ଶାସ୍ତ୍ର ଅନୁସାରେ, ଯେଉଁଠାରେ ବାହୁର ପ୍ରାନ୍ତ ଏବଂ ପାପୁଲି ଯୋଗ ହୁଏ, ଅର୍ଥାତ୍ ପାପୁଲି ଉପରେ ହାତର ଶେଷାନ୍ତ ନିକଟରେ ଥିବା ଗୋଲାକାର ଲାଇନକୁ ମଣିବନ୍ଧ ରେଖା ବା ବ୍ରେସଲେଟ୍ ଲାଇନ୍ କୁହାଯାଏ। ସାଧାରଣତଃ ଲୋକଙ୍କ ପାପୁଲିରେ ତିନୋଟି ମଣିବନ୍ଧ ରେଖା ମିଳିଥାଏ। ବେଳେବେଳେ କିଛି ଲୋକଙ୍କ ଠାରେ ଚାରୋଟି ବ୍ରେସଲେଟ୍ ଲାଇନ ଦେଖିବାକୁ ମିଳେ।

ମଣିବନ୍ଧ ରେଖାଗୁଡିକ ଜଣେ ବ୍ୟକ୍ତିଙ୍କ ଜୀବନ ସହିତ ଜଡିତ ଅନେକ ଜିନିଷକୁ ପ୍ରତିନିଧିତ୍ୱ କରେ, ଯେଉଁଥିରେ ସୁଖ, ସମ୍ମାନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ। ବ୍ରେସଲେଟ୍ ଲାଇନ୍ ବା ମଣିବନ୍ଧ ରେଖାକୁ, ପୁରୁଷର ବାମ ହାତରେ ଦେଖାଯାଉଥିବା ବେଳେ ମହିଳାଙ୍କ ଠାରେ ଡାହାଣ ହାତରେ ଦେଖାଯାଏ। ଆସନ୍ତୁ ଜାଣିବା ବ୍ରେସଲେଟ୍ ଲାଇନ୍ କ’ଣ ଦର୍ଶାଇଥାଏ?

• ଯଦି ମଣିବନ୍ଧ ରେଖାର ପ୍ରଥମ ଧାଡି ସିଧା ଥାଏ ଅର୍ଥାତ୍ ରେଖାଟି ପରିଷ୍କାର ଏବଂ କଟା ଫଟା ନଥିବ, ତେବେ ଏହାର ଅର୍ଥ ହେଉଛି ସ୍ୱାସ୍ଥ୍ୟ ଭଲ ରହିବ।ଏହି ରେଖାଗୁଡ଼ିକ କଟାଫଟା କିମ୍ବା ବିଚ୍ଛିନ୍ନ ଅବସ୍ଥାରେ ରହିଥିଲେ ସ୍ୱାସ୍ଥ୍ୟ ସମସ୍ୟା ଜୀବନରେ ରହିଥାଏ।

• ଦ୍ୱିତୀୟ ମଣିବନ୍ଧ ରେଖା ବ୍ୟକ୍ତିର ବୟସ ସହିତ ସୁଖ ଏବଂ ସମୃଦ୍ଧତାକୁ ଦର୍ଶାଏ।ଏହି ରେଖା ଯଥାସମ୍ଭବ ସ୍ପଷ୍ଟ ଥିଲେ ,ତେବେ ଜଣେ ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ଏହି ରେଖା ଯଦି କଟା ଫଟା ରହିଥାଏ, ତେବେ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥାଏ ବୋଲି ବିଶ୍ୱାସ କରାଯାଏ।

• ମଣିବନ୍ଧ ରେଖାର ତୃତୀୟ ରେଖା , ନିଜ ଜୀବନରେ ସାମାଜିକ ସମ୍ମାନ ଏବଂ ସମ୍ମାନକୁ ସୂଚିତ କରେ। ଯେଉଁମାନଙ୍କ ହାତରେ ତୃତୀୟ ବ୍ରେସେଲେଟ ଲାଇନ ଅଛି, ସେମାନେ ଉଭୟ ସମ୍ମାନ ଏବଂ ଖ୍ୟାତି ପାଆନ୍ତି। ଅପରପକ୍ଷରେ ଚତୁର୍ଥ ବ୍ରେସଲେଟ୍ ଲାଇନ ଦୀର୍ଘାୟୁ ବୋଲି ବିବେଚନା କରାଯାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *