୨୦୨୮ରେ ଆମେରିକାକୁ ପଛରେ ପକେଇ ଦୁନିଆର ସବୁଠାରୁ ଶକ୍ତିଶାଳୀ ଇକୋନୋମିକ ହୋଇଯିବ ଚୀନ

୨୦୨୮ ରେ ଚୀନ ଆମେରିକାକୁ ହରାଇ ଦୁନିଆର ସବୁଠାରୁ ବଡ ଇକୋନୋମିକ ହୋଇଯିବ। ଲଣ୍ଡନରେ ଥିବା ଥିଙ୍କ ଟୈଙ୍କ ସେଣ୍ଟର ଫର ଇକୋନୋମିକ୍ସ ଆଣ୍ଡ ବିଜନେସ ରିସର୍ଚର ବାର୍ଷିକ ରିର୍ପୋଟରେ ଏହି କଥା କୁହାଯାଇଛି। ୨୦୩୦ ଦଶକର ଆରମ୍ଭରେ ଭାରତର ଇକୋନୋମିକ ମଧ୍ୟ ଓ୍ବାଲ୍ଡ ରୈଙ୍କିଙ୍ଗରେ ପହଁଚିବ।

ପ୍ରଥମେ ଏହା ଅନୁମାନ କରା ଯାଇଥିଲା କି ୨୦୩୩ ସୁଦ୍ଧା ଚୀନର ଇକୋନୋମି ଦୁନିଆରେ ସବୁଠାରୁ ବଡ ହୋଇପାରେ । କିନ୍ତୁ CEBRର ରିର୍ପୋଟ ଅନୁସାରେ କୋରୋନା ଭାଇରସ ମହାମାରୀ ଦ୍ବାରା ହୋଇଥିବା ସଙ୍କଟ ପରେ ଚୀନ ଇକୋନୋମିର ରିକଓ୍ବରୀ ବହୁତ ତିବ୍ର ହେଉଛି। ସେଇଠି ଆମେରିକାର ଇକୋନୋମି ବହୁତ କମ ତିବ୍ରରେ ଯାଉଛି। ଏଥିପାଇଁ ୨୦୨୮ରେ ଚୀନ ସମସ୍ତଙ୍କ ଆଗକୁ ବଢିଯିବ।

CEBR ନିଜ ରିର୍ପୋଟରେ କହିଛନ୍ତି କି ହୁଏତ କୋରୋନା ଭାଇରସ ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିଲା , କିନ୍ତୁ ଚୀନ ନିଜର ସ୍କିଲ ମ୍ୟାନେଜମେଣ୍ଟ ଦ୍ବରା ମହାମାରୀକୁ କାବୁ କଲା , ଲକଡାଉନ ଲାଗୁ କରାଗଲା ଏବଂ ଏହା ପାଇଁଁ ପଶ୍ଚିମ ଦେଶର ମୁକାବିଲାରେ ଚୀନ ଇକୋନୋମିର ରିକଓ୍ବରୀ ତିବ୍ର ହେଲା।

CEBR ର ରିର୍ପୋଟରେ ଏହା ମଧ୍ୟ କୁହାଯାଇଛି କି ଓ୍ବାଲ୍ଡ ଇକୋନୋମି ରେ ୨୦୦୦ ମସିହାରେ ଚୀନର ସେୟାର ୩.୬ ପ୍ରତିଶଦ ଥିଲା , କିନ୍ତୁ ଏହା ୨୦୨୦ ରେ ୧୭.୮ ପ୍ରତିଶଦ ହୋଇ ସାରିଛି। ସେଇଠି ଭାରତର ଇକୋନୋମି ୨୦୩୦ ଦଶକର ଆରମ୍ଭରେ ଜାପାନକୁ ପଛରେ ପକାଇ ଦୁନିଆର ତୃତୀୟ ସବୁଠାରୁ ବଡ ଇକୋନୋମି ହୋଇଯିବ।

ଚୀନର ଇକୋନୋମି ୨୦୨୧-୨୫ ରେ ୫.୭ ପ୍ରତିଶଦର ହାରାହାରି ଇକୋନୋମିକ ଗ୍ରୋଥ ସହିତ ଆଗକୁ ବଢିପାରେ। ସେଇଠି ୨୦୨୬-୩୦ ରେ ଏହାର ତିବ୍ରତା ୪.୫ ପ୍ରତିଶଦ ରହି ପାରେ। ଏହାର ୨୦୩୦ ରୁ ୨୦୩୫ରେ ଚୀନର ବାର୍ଷିକ ବିକାଶ ଦର ୩.୯ ପ୍ରତିଶଦ ରହିବାର ଆଶା ରହିଛି। ସେଇଠି ଆମେରିକାର ଆର୍ଥିକ ବିକାଶ ଦର ୨୦୨୨ ରୁ ୨୦୨୪ ମଧ୍ୟରେ ୧.୯ ପ୍ରତିଶଦ ରହିବ। ଏହାପରେ ଏହା କଟି ୧.୬ ପ୍ରତିଶଦ ହୋଇଯିବ।

Leave a Reply

Your email address will not be published. Required fields are marked *