ଏହି ଦେଶରେ ଗିଫ୍ଟ ଦେବାପାଇଁ ଆସିଥିଲା କୋରୋନା ସଂକ୍ରମିତ ସାନ୍ତା କ୍ଲଜ, ୧୫୭ ଜଣ ସଂକ୍ରମିତ ଏବଂ ୧୮ ଜଣଙ୍କର ମୃତ୍ୟୁ

ଏକ ହୋମ କେୟର ରେ କୋରୋନା ସଂକ୍ରମିତ ଏକ ସାନ୍ତା କ୍ଲଜ ଆସିବା ଦ୍ବାରା ସେଠାରେ ରହୁଥିବା ୧୨୧ ଜଣ ଲୋକ ଏବଂ ୩୬ ଣ ସ୍ଟାଫ କୋରୋନା ସଂକ୍ରମଣ ହୋଇଗଲେ। ପରେ କୋରୋନା ସଂକ୍ରମିତ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ବେଲଜିୟମର ଅଟେ।

ଡେଲି ମେଲର ରିର୍ପୋଟ ଅନୁସାରେ ଦୁଇ ସପ୍ତାହ ପୂର୍ବରୁ ସାନ୍ତା କ୍ଲଜ ନିଜର ସାଙ୍ଗ ମାନଙ୍କ ସହିତ ବେଲଜିୟମର ଏଣ୍ଟଓ୍ବର୍ପର କେୟର ହୋମ ରେ ପହଁଚି ଥିଲେ। ପରେ କୋରୋନା ସଂକ୍ରମଣ ବଢିବା କାରଣରୁ ସାନ୍ତା କ୍ଲଜଙ୍କୁ ହିଁ ସୁପରସ୍ପେଡର କୁହାଗଲା।

୨୪ ଏବଂ ୨୫ ଡିସେମ୍ବରକୁ କେୟର ହୋମରେ ରହୁଥିବା ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ଲୋକକୁ ଅକ୍ସିଜେନରେ ରଖାଯାଇଛି। ରିର୍ପୋଟ ଅନୁସାରେ କେୟର ହୋମକୁ ଆସିବା ତିନି ଦିନ ପରେ ସାନ୍ତା କ୍ଲଜ ନିଜେ କୋରୋନା ପଜେଟିଭ ହୋଇଥିଲେ।

ସ୍ଥାନିୟ ମେୟର ବିମ କିୟର୍ସ କହିଛନ୍ତି କି କେୟାର ହୋମ ପାଇଁ ଖରାପ ଦିନ ଅଟେ। ସେ କହିଛନ୍ତି ଆସନ୍ତା ଦଶ ଦିନ ମଧ୍ୟ ସମସ୍ୟା ପୂର୍ଣ୍ଣ ରହିବ। ପ୍ରଥମେ ମେୟର କହିଛନ୍ତି କି ସାନ୍ତା କ୍ଲଜ କେୟର ହୋମ ଯିବା ସମୟରେ ନିୟମର ପାଳନ କରିଥିଲେ , କିନ୍ତୁ ପରେ ସେ ଫଟୋ ଅଧାରରେ କହିଲେ ନିମୟର ପାଳନ ହୋଇ ନାହିଁ।

ବେଲଜିୟମ ର ଏକ ପ୍ରମୁଖ ବାୟରୋଲଜିସ୍ଟ ମାର୍କ ବୈନ ରୈନ୍ସ୍ଟ କହିଛନ୍ତି କି ତାଙ୍କୁ ସନ୍ଧେହ ହେଉଛି କି ସାନ୍ତା କ୍ଲଜ ଙ୍କ ପାଇଁ ହିଁ ଏତେ ଲୋକ ସଂକ୍ରମିତ ହୋଇଥିବେ। ସେ କେୟର ହୋମରେ ଖରାପ ଭେଣ୍ଟିଲେସନ କାରଣରୁ କୋରୋନା ବ୍ୟାପିଥିବାର ବୋଲି କହିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *