ଭ୍ୟାକସିନ ପରେ ଏସ୍ଟ୍ରାଜେନକା ପ୍ରସ୍ତୁତ କରିଛି ନୂତନ “ଔଷଧ”, କରୋନା ମହାମାରୀରୁ ତୁରନ୍ତ କରିବ ରକ୍ଷା

କରୋନା ଭ୍ୟାକସିନର ପ୍ରାରମ୍ଭିକ ସଫଳତା ପରେ ଔଷଧ କମ୍ପାନୀ ଏସ୍ଟ୍ରାଜେନକା ଏପରି ଏକ ଆଣ୍ଟିବଡ଼ିଜ ପ୍ରସ୍ତୁତ କରିଛି ଯାହା କରୋନା ସଂକ୍ରମିତ ଲୋକଙ୍କୁ ଗମ୍ଭୀର ରୋଗ ହେବାରୁ ରକ୍ଷା କରିପାରିବ | ଏହି ଆଣ୍ଟିବଡ଼ିଜ ବିଶେଷ ଭାବରେ ସେପରି ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିବ ଯାହାଙ୍କୁ ଭ୍ୟାକସିନ ମିଳିପାରିବ ନାହିଁ କିମ୍ବା ଯେଉଁମାନଙ୍କୁ କିଛି କାରଣରୁ ଭ୍ୟାକସିନ ଦିଆଯାଇପାରିବ ନାହିଁ |

bbc.comର ରିପୋର୍ଟ ମୁତାବକ, ନୂତନ ଆଣ୍ଟିବଡ଼ିଜର ଟ୍ରୟାଲ ଆରମ୍ଭ କରିଦିଆଯାଇଛି ଏବଂ ଏହା ଏପ୍ରାକାରର ପ୍ରଥମ ଟ୍ରୟାଲ ଅଟେ | ପ୍ରାରମ୍ଭିକ ସମୟରେ ୧୦ ଜଣ ଲୋକଙ୍କୁ ଏହି ଆଣ୍ଟିବଡ଼ିଜ ଦିଆଯାଇଛି | ଏହି ୧୦ ଜଣ ଏପରି ଲୋକ ଅଟନ୍ତି ଯେଉଁମାନେ ଗତ ୮ ଦିନ ଭିତରେ କୌଣସି ନା କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କର ନିକଟବର୍ତ୍ତୀ ହୋଇଛନ୍ତି |ଏହାକୁ କରୋନା ଠାରୁ ରକ୍ଷା ପାଇବାର ଅପତ୍ତାକାଳୀନ ପ୍ରୋଟେକ୍ସନ ମଧ୍ୟ କୁହାଯାଉଛି |

ନୂତନ ଆଣ୍ଟିବଡ଼ିଜକୁ ଏସ୍ଟ୍ରାଜେନକା କମ୍ପାନୀ ପ୍ରସ୍ତୁତ କରିଛି | ସେହିପରି, ବ୍ରିଟେନ ସରକାରଙ୍କର ୟୁନିଭର୍ସିଟି କଲେଜ ଲଣ୍ଡନ ହସ୍ପିଟାଲ (UCLH ) ଆଣ୍ଟିବଡ଼ିଜର ଟ୍ରୟାଲ ଆରମ୍ଭ କରି ଦେଇଛନ୍ତି | ଟ୍ରୟାଲ ଅବସରରେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯିବ ଯେ ଦୁଇ ପ୍ରକାରର ଆଣ୍ଟିବଡ଼ିଜକୁ ବ୍ୟବହାର କରିବା ଦ୍ୱାରା କରୋନା ଠାରୁ ଅଧିକ ପରିମାଣରେ ସୁରକ୍ଷା ମିଳିବ କିମ୍ବା ନାହିଁ ?

ସୂଚନାଯୋଗ୍ୟ ଯେ ଭ୍ୟାକସିନ ଦିଆଯିବା ପରେ ସମ୍ପୂର୍ଣ୍ଣ ରୂପରେ ଇମ୍ୟୁନିଟି ବିକାଶ କରିବାକୁ ଅନେକ ସପ୍ତାହ ସମୟ ଲାଗିଯିବ | କୌଣସି ବ୍ୟକ୍ତି ଯଦି ଆଗରୁ ହିଁ ସଂକ୍ରମିତ ହୋଇସାରିଛି ତେବେ ତାଙ୍କୁ ଭ୍ୟାକସିନ ଦ୍ୱାରା ତୁରନ୍ତ ସୁରକ୍ଷା ମିଳିଯିବ ତାହା ଜରୁରୀ ନୁହେଁ |

ଆଶା କରାଯାଉଛି ଯେ ଏହି ଆଣ୍ଟିବଡ଼ିଜ ତୁରନ୍ତ କରୋନା ଭାଇରସକୁ ନିଷ୍କ୍ରିୟ କରିଦେବ | ଏଥିସହିତ ଏହାଦ୍ୱାରା ବ୍ୟକ୍ତି ଏକ ବର୍ଷ ପର୍ଯ୍ୟନ୍ତ କରୋନା ଠାରୁ ସୁରକ୍ଷିତ ରହିପାରିବ | UCLHର ବାୟୋଟେକନୋଲୋଜିସ୍ଟ କେଥରୀନ ହୁଲିହାନ କହିଛନ୍ତି ଯେ ଟ୍ରୟାଲରେ ଏକ ହଜାର ସ୍ବେଚ୍ଛାସେବୀଙ୍କୁ ଶାମିଲ କରିବାକୁ ଚାହୁଁଛନ୍ତି | ଟ୍ରୟାଲରେ ଶାମିଲ ହୋଇଥିବା ଲୋକଙ୍କୁ ଏହା କହିବାକୁ ପଡିବ ଯେ ସେ ନିକଟରେ କୌଣସି ସଂକ୍ରମିତ ଲୋକର ସଂସ୍ପର୍ଶରେ ଆସିଛନ୍ତି |

Leave a Reply

Your email address will not be published. Required fields are marked *