ଜାପାନର ସ୍କୁଲ ଗୁଡିକରେ ପିଲାମାନଙ୍କର ପିନ୍ଧୁଥିବା ଡ୍ରେସ କୋଡ଼ ଚର୍ଚ୍ଚାରେ ରହିଥାଏ | ଜାପାନର କିଛି ସ୍କୁଲ ଏଠାରେ ପଢ଼ୁଥିବା ପିଲାଙ୍କର ଅନ୍ତବସ୍ତ୍ରର ରଙ୍ଗ ମଧ୍ୟ ସ୍ଥିର କରିଥାନ୍ତି | ଅନେକ ସ୍କୁଲ ବ୍ୟାଗ ଠାରୁ ଆରମ୍ଭ କରି ଜୋତାର ବ୍ରାଣ୍ଡ ମଧ୍ୟ ସ୍ଥିର କରିଥାନ୍ତି | ସ୍କୁଲ ହିଁ ଖାଦ୍ୟର ନିୟମ ସ୍ଥିର କରିଥାନ୍ତି |
ବାସ୍ତବରେ, wionews ଡଟ କମ “ଜାପାନ ଟୁଡ଼େ” ର ସୂତ୍ରରୁ ଛପା ଯାଇଥିବା ଏକ ରିପୋର୍ଟରେ କହିଛନ୍ତି ଯେ ଜାପାନର ସ୍କୁଲ ଗୁଡିକର ଅଜବ ପ୍ରକାରର ନିୟମ ସମଗ୍ର ଦୁନିଆରେ ପ୍ରସିଦ୍ଧ ଅଟେ | ଏଠାକାର ନିୟମ ଗୁଡିକ ଏପରି ରହିଛି ଯେ ସ୍କୁଲର ସଫେଇ ପାଇଁ ମଧ୍ୟ କର୍ମଚାରୀ ରଖାଯାଇ ନଥାଏ | ଏଠାରେ ପିଲାମାନେ ହିଁ ନିଜର ଶ୍ରେଣୀ ଗୃହର ସଫେଇ କରିଥାନ୍ତି | ଏଥିରେ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କର ସହଯୋଗ କରିଥାନ୍ତି |
କେବଳ ଏତିକି ନୁହେଁ ପିଲାଙ୍କର ଖାଇବା ପିଇବା ପାଇଁ ମଧ୍ୟ ଅନେକ ନିୟମ ସ୍ଥିର କରାଯାଇଛି | ସ୍କୁଲର ପିଲାମାନେ ଶ୍ରେଣୀ ଗୃହରେ ହିଁ ବସି ମଧ୍ୟାହ୍ନ ଭୋଜନ କରିଥାନ୍ତି | ପିଲାମାନଙ୍କ ସହିତ ଶିକ୍ଷକ ମଧ୍ୟ ସେଠାରେ ମଧ୍ୟାହ୍ନ ଭୋଜନ କରିଥାନ୍ତି | ମଧ୍ୟାହ୍ନ ଭୋଜନ କରିବା ପାଇଁ ସମସ୍ତ ପିଲାମାନେ ନିଜ ନିଜର ପ୍ଲେଟ ମଧ୍ୟ ନେଇକରି ଆସିଥାନ୍ତି | ଭୋଜନ କରିବା ପରେ ପିଲାମାନେ ନିଜ ନିଜର ପ୍ଲେଟ ସ୍ୱୟଂ ସଫା କରିଥାନ୍ତି |
ରିପୋର୍ଟ ମୁତାବକ ଝିଅମାନଙ୍କର ଅଧିକ ଲମ୍ବା ବାଳ ରଖିବା ଉପରେ ମଧ୍ୟ ପ୍ରତିବନ୍ଧ ରହିଛି, ସ୍କୁଲରେ ଗହଣା ଏବଂ ମେକଅପ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଯାଇଛି | ପୁଅ ମାନଙ୍କୁ ପ୍ରତ୍ୟେକଦିନ ସେଭିଙ୍ଗ ହେବାକୁ ପଡିଥାଏ | କୌଣସି ପିଲା ନିଜର ବାଳ ରଙ୍ଗ କରି ପାରିବେ ନାହିଁ |
ଶୀତ ଋତୁରେ କୌଣସି ମଧ୍ୟ ପିଲା ସ୍କୁଲ ୟୁନିଫର୍ମ ସହିତ ରଙ୍ଗ ବେରଙ୍ଗର ଶୀତବସ୍ତ୍ର ପିନ୍ଧିପରିବେ ନାହିଁ | ପିଲାମାନଙ୍କୁ କେବଳ ନୀଳ, ବାଦାମୀ ଏବଂ କଳା ରଙ୍ଗର ଶୀତବସ୍ତ୍ର ପିନ୍ଧିବାର ଅନୁମତି ରହିଛି | ଏଠାକାର ସ୍କୁଲରେ ଜୁନିଅର ହାଇସ୍କୁଲ ପର୍ଯ୍ୟନ୍ତ ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ପଡିଥାଏ ଶିକ୍ଷକ ମାନଙ୍କ ସହିତ ବହୁତ ନମ୍ର ଏବଂ ଧାର୍ଯ୍ୟର ସହିତ ବ୍ୟବହାର କରିବାକୁ ପଡିଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।