ଉପଦେଶ ଦେଇ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ମନୁଷ୍ୟ ନିଜେ ନିଜର ଗରୀବ ଏବଂ ଧନୀ ହେବାର କାରଣ ହୋଇଥାଏ। ମନୁଷ୍ୟ ନିଜର କର୍ମ ପାଇଁ ଗରୀବ ହୋଇଥାଏ। ଯଦି ସେ ଖରାପ କାମ କରିଥାଏ ତାକୁ ଖରାପ ଫଳ ମିଳିଥାଏ ଏବଂ ଯଦି ଭଲ କର୍ମ କରିଥାଏ ତାକୁ ଭଲ ଫଳ ମିଳିଥାଏ। ମନୁଷ୍ୟଙ୍କୁ କୁହାଯାଇଛି କି ନିଜେ କର୍ମ କରି ଧନ ଅର୍ଜନ କରନ୍ତୁ ପରନ୍ତୁ ଏହା କୁହାଯାଇ ନାହିଁ କି ସେଥିରେ ରତ ହୋଇ ଅଧର୍ମ କାର୍ଯ୍ୟ କରନ୍ତୁ। ଆମେ ପ୍ରତ୍ୟକ ଦିନ ଏପରି କିଛି କାମ କରିଥାଉ ଯାହା ଆମ ଜୀବନରେ ନାକାରତ୍ମକତା ଭରି ଦେଇଥାଏ। ମନୁଷ୍ୟ ଭାଗ୍ୟ ରେଖା ଯେତେ ଲମ୍ବା ହେଉ ନା କାହିଁ ଯଦି ସେ ଏହି ପାଞ୍ଚୋଟି କାର୍ଯ୍ୟ କରିଥାଏ ତେବେ ତାକୁ ଗରୀବ ହେବାକୁ ପଡିଥାଏ। ଏହାର ସମ୍ପୁର୍ଣ୍ଣ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଧୁ ସୁଦାମା ଅଟନ୍ତି। ଯାହାଙ୍କୁ ନିଜର ଭୁଲ ପାଇଁ ଗରୀବ ହେବାକୁ ପଡିଥିଲା। ଯଦି ଆମେ ସେହି ଭୁଲ କୁ ସୁଧାରି ପାରିବା ତେବେ ଆମ ଜୀବନରୁ ଦୁଃଖ , ଦାରିଦ୍ରତା ଦୂରେଇ ଯିବ। ଆସନ୍ତୁ ଯାଣିବା ଭଗବାନ ଶ୍ରୀକୃଷ୍ଣ କେଉଁ ଭୁଲ କର୍ମ ବିଷୟରେ କହିଛନ୍ତି।
ସର୍ବ ପ୍ରଥମ କଥା
ଯେଉଁ ଘରେ ଭଗବାନଙ୍କୁ ଭୋଗ ନ ଲାଗାଇ ର୍ଅନ୍ନ ଖିଆ ଯାଇଥାଏ ସେହି ଘରେ ସର୍ବଦା ଦାରିଦ୍ରତା ଦେଖା ଦେଇଥାଏ। କାରଣ ଯେଉଁ ବିଧାତା ମନୁଷ୍ୟକୁ ର୍ଅନ୍ନ ପ୍ରଦାନ କରିଛନ୍ତି ଯଦି ତାଙ୍କୁ ଭୁଲି ମନୁଷ୍ୟ ର୍ଅନ୍ନ ଶେବନ କରିଥାଏ ତାହେଲେ ଏହା ଆଦୌ ଭଲ ନୁହେଁ। ମନୁଷ୍ୟକୁ କେବେବି ଅନ୍ୟର ଖାଦ୍ୟ ଖାଇବା ଉଚିତ ନୁହେଁ। ଘରେ ବନା ଯାଇଥିବା ଖାଦ୍ୟ ଉପରେ ପଶୁ ମାନଙ୍କର ଅଧିକାର ଅଛି ବୋଲି କୁହାଯାଇଛି। ଘରେ ବନା ଯାଇଥିବା ଖାଦ୍ୟ ଉପରେ ଗୋ ମାତା ଏବଂ କୁକୁର ର ମଧ୍ୟ ଅଧିକାର ଥାଏ। କାରଣ ଗୋ ମାତାଙ୍କ ମଧ୍ୟରେ ସବୁ ଦେବା ଦେବୀ ବାସ କରିଥାନ୍ତି ଏବଂ ଏହା ସହିତ ଗୋ ମାତା ଆମକୁ କ୍ଷୀର ପ୍ରଦାନ କରିଥାନ୍ତି। ତାଙ୍କୁ ଖାଦ୍ୟ ଦେବା ବହୁତ ପୁଣ୍ୟ ଅଟେ। ଯେଉଁ ଘରେ ଭଗବାନଙ୍କୁ ଭୋଗ ନ ଲାଗାଯାଏ , ପଶୁ ମାନଙ୍କୁ ଖାଦ୍ୟ ନ ଦିଆ ଯାଏ ସେହି ଘରେ ସର୍ବଦା ଦୁଃଖ , ଦାରିଦ୍ରତା , କଳି ଝଗଡା ବଢି ଚାଲିଥାଏ।
ଦ୍ବିତୀୟ କାର୍ଯ୍ୟ ଦାନ ନ କରିବା।
ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁ ଘର ଲୋକ ନିଜ ସାର୍ମଥ୍ୟ ଅନୁସାରେ ଦାନ , ଧର୍ମ ନ କରିଥାନ୍ତି ତାଙ୍କ ଠାରୁ ଲକ୍ଷ୍ମୀ ରାଗି ଯାଅନ୍ତି। ଧନ ସଦ୍ଉପୋଯୋଗ ଦାନରୁ ହିଁ ହୋଇଥାଏ। ଦାନ କରିବାରୁ ଧନ ବୃଦ୍ଧି ହୋଇଥାଏ। ଯଦି ଧନ ଦାନ ନ କରାଯାଏ ତେବେ ଏପରି ଧନ କଷ୍ଟ ଦାୟକ ହୋଇଥାଏ। ସେ ସୁଖ ,ସମୃଦ୍ଧି ଦେଇ ନଥାଏ ତେଣୁ ସମୟେ ସମୟେ ଧନ ଦାନ କରିବା ଉଚିତ୍। ଦ୍ବାରକୁ ଆସିଥିବା ଭିକାରୀଙ୍କୁ ମଧ୍ୟ କେବେ ଫେରାଇବା ଉଚିତ ନୁହେଁ।
ତୃତୀୟ କାର୍ଯ୍ୟ ସ୍ତ୍ରୀଙ୍କୁ ଅପମାନ।
ଶ୍ରୀକୃଷ୍ଣ କହିଛନ୍ତି କି ସ୍ତ୍ରୀ ମା ଲକ୍ଷ୍ମୀଙ୍କର ରୂପ ଅଟନ୍ତି। ସ୍ତ୍ରୀ ମାନଙ୍କୁ ହିଂସା , ମାରପିଟ କରିବା ପାପ ଅଟେ ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଘର ଛାଡି ପଳାନ୍ତି। ଯେଉଁ ଘରେ ସ୍ତ୍ରୀ ସବୁବେଳେ ଖୁସି ରହିଥାନ୍ତି ସେ ଘରେ ମା ଲକ୍ଷ୍ମୀ ସଦା ସର୍ବଦା ବାସ କରିଥାନ୍ତି। ଯେଉଁ ଘରେ ସ୍ତ୍ରୀ ସବୁବେଳେ ଦୁଃଖି ରହିଥାଏ ର୍ସାପ ଦେଇଥାଏ ସେହି ଘରୁ ମା ଲକ୍ଷ୍ମୀ ଚାଲି ଯାନ୍ତି।
ଚତୁର୍ଥ କାର୍ଯ୍ୟ ଯେଉଁ ଘରର ଲୋକ ମଦ ପାନ କରି ଯୁଆ ଖେଳିଥାନ୍ତି ତାଙ୍କର ସବୁ ପୁଣ୍ୟ କର୍ମ ନଷ୍ଟ ହୋଇଯାଇଥାଏ। ଯୁଆ ଖେଳିବା ଦ୍ବାରା ଧନ ଖରପା ବ୍ୟବହାର ହୋଇଥାଏ , ଏଥିରେ ମା ଲକ୍ଷ୍ମୀ ରାଗିଯାନ୍ତି। ମନୁଷ୍ୟକୁ ସବୁବେଳେ ଧନର ଠିକ୍ ବ୍ୟବହାର କରିବା ଉଚିତ , ସେତେବେଳେ ଯାଇ ମନୁଷ୍ୟ ପାଖରେ ଧନ ବୃଦ୍ଧି ହୋଇଥାଏ।
ପଞ୍ଚମ କାର୍ଯ୍ୟ ହେଉଛି ପର ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବା। ପର ସ୍ତ୍ରୀଙ୍କ ପାଖକୁ ଯିବା ପାପ ବୋଲି କୁହାଯାଇଛି। ବାଳୀ ଙ୍କ ଠାରୁ ରାବଣ ପର୍ଯ୍ୟନ୍ତ , ରାମାୟଣ ଠାରୁ ମହାଭାରତ ପର୍ଯ୍ୟନ୍ତ ସବୁଠାରେ ଏହାର ଉଦାହରଣ ମିଳିଛି କି ପର ସ୍ତ୍ରୀ ର ପାଖକୁ ଯିବାର ଲୋଭ ଥିବା ବ୍ୟକ୍ତି ମାନଙ୍କର ଦିନେ ନା ଦିନେ ଅନ୍ତ ହୋଇଛି। ଏଥିପାଇଁ ନିଜ ସ୍ତ୍ରୀ ବ୍ୟତିତ ଅନ୍ୟ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ। ଏହା ପାପ ଅଟେ। ଏଥିରେ ମା ଲକ୍ଷ୍ମୀ ରାଗିଯାଅନ୍ତି। ଏହା ହେଉଛି ସେହି ପାଞ୍ଚୋଟି କାରଣ ଯାହା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି।