କିଛି ସମୟ ପୂର୍ବରୁ ହିଁ ଫାଇଜର ବାୟୋଏନଟେକର କୋଭିଡ ୧୯ ଭ୍ୟାକସିନ ନେବାର କିଛି ମିନିଟ ପରେ ଆମେରିକାର ନର୍ସ ମ୍ୟାନେଜର ଡୋବର ଲାଇବ କ୍ୟାମେରା ସାମ୍ନାରେ ହିଁ ସନ୍ତୁଳନ ହରାଇ ତଳେ ପଡି ଯାଇଥିଲେ | ତେବେ ଏହି ନର୍ସ ମ୍ୟାନେଜର ସ୍ପଷ୍ଟ କରିଥିଲେ ଯେ ଭ୍ୟାକସିନ ନେବା କାରଣରୁ ଏସବୁ ହୋଇନାହିଁ | ବର୍ତ୍ତମାନ ଇସ୍ରାଏଲରେ ଜଣେ ଫାର୍ମାସିଷ୍ଟଙ୍କୁ ଭୁଲରେ ଥରକରେ ହିଁ କରୋନା ଭ୍ୟାକସିନର ଚାରୋଟି ଡୋଜ ଇଂଜେକ୍ଟ କରିବାର ଘଟଣା ସାମ୍ନାକୁ ଆସିଛି |
ଇସ୍ରାଏଲରେ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଭାବରେ କାମ କରୁଥିବା ଉଦୟ ଅଜୀଜୀ ଏହି ଦେଶରେ ସର୍ବପ୍ରଥମେ ଲୋକମାନଙ୍କ ମଧ୍ୟରେ ଶାମିଲ ଥିଲେ ଯାହାଙ୍କୁ କରୋନା ଭ୍ୟାକସିନ ମିଳିଛି | ସେ କିଛିଦିନ ପୂର୍ବରୁ ତେଲ ଅବୀବରେ ଏକ ଭ୍ୟାକସିନ କେନ୍ଦ୍ର ପହଞ୍ଚିଥିଲେ | ସେଠାରେ ଉପସ୍ଥିତ ଥିବା ଜଣେ ନର୍ସ ଯେତେବେଳେ ଛୋଟ କାଚ ବୋତଲରୁ କରୋନା ଭ୍ୟାକସିନର ଇଞ୍ଜେକ୍ସନ ପ୍ରସ୍ତୁତ କରିଥିଲେ ସେତେବେଳେ ତାଙ୍କୁ ଜଣା ନଥିଲା ଯେ ଏହି ବୋତଲରେ ଭ୍ୟାକସିନର ଚାରୋଟି ଡୋଜ ରହିଛି |
ଭ୍ୟାକସିନ କେନ୍ଦ୍ରକୁ ଯେତେବେଳେ ନିଜର ଭୁଲର ଅନୁଭୂତି ହୋଇଥିଲା ସେତେବେଳେ ଉଦୟଙ୍କୁ ହସ୍ପିଟାଲ ନେଇଯାଇଥିଲେ | ସୌଭାଗ୍ୟ ବଶତଃ ଭ୍ୟାକସିନର ଅତ୍ୟଧିକ ମାତ୍ରା ନେବା ପରେ ମଧ୍ୟ ଏହି ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା | କିନ୍ତୁ ଏହି ଭ୍ୟାକସିନ ବର୍ତ୍ତମାନ ନିଜର ପ୍ରାରମ୍ଭିକ ସ୍ତରରେ ରହିଛି, ଏଥିପାଇଁ ଭ୍ୟାକସିନ କେନ୍ଦ୍ର ଏହି ଘଟଣାରେ କୌଣସି ପ୍ରକାରର ଅସାବଧାନତା ଅବଲମ୍ବନ କରିବାକୁ ଚାହୁଁ ନଥିଲା |
ଏହା ପୂର୍ବରୁ ଫାଇଜର କମ୍ପାନୀ ଏପରି ହିଁ ଏକ ଟେଷ୍ଟ କରାଇଥିଲେ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥରକରେ ୫ଟି ଭ୍ୟାକସିନର ଡୋଜ ଦିଆଯାଇଥିଲା | ଫାଇଜରର ଏହି ଟେଷ୍ଟ ପରେ ମଧ୍ୟ ସାମ୍ନାକୁ ଆସିଥିଲା ଯେ ରୋଗୀ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟାର ଶିକାର ହୋଇ ନାହିଁ ତେବେ କିଛି ସମୟ ପାଇଁ ଇଞ୍ଜେକ୍ସନ ଦିଆଯାଇଥିବା ଅଂଶରେ ଅଳ୍ପ ମାତ୍ରାରେ ଇରିଟେସନ ନିଶ୍ଚିତ ଭାବରେ ହୋଇଥିଲା |
ତେବେ ଏହି ଦ୍ଵନ୍ଦ ମଧ୍ୟରେ ଆସନ୍ତା ତିନିଦିନ ସପ୍ତାହ ମଧ୍ୟରେ ଉଦୟଙ୍କୁ ପୁଣିଥରେ ମଧ୍ୟ କରୋନା ଭ୍ୟାକସିନ ନେବା ପାଇଁ ଯିବାକୁ ପଡିବ | ଟାଇମ୍ସ ଅଫ ଇସ୍ରାଏଲର ରିପୋର୍ଟ ମୁତାବକ ଉଦୟ ଏହି ଘଟଣାରେ ଚ୍ୟାନେଲ ୧୨ ସହ କଥା ହୋଇଛନ୍ତି | ଉଦୟଙ୍କୁ ଯେତେବେଳେ ଜଣାପଡିଥିଲା ଯେ ତାଙ୍କୁ ଥରକରେ ଚାରୋଟି ଭ୍ୟାକସିନ ଡୋଜ ଦିଆଯାଇଛି ସେତେବେଳେ ମଧ୍ୟ ସେ ଭୟଭୀତ ହୋଇନଥିଲେ | ସେ କହିଥିଲେ ଯେ ମୋତେ ଆହୁରି ମଧ୍ୟ ଅନେକ ଡୋଜ ଦିଆଗଲେ ମୁଁ କୌଣସି ପ୍ରକାରରେ ଚିନ୍ତିତ ନାହିଁ | ମୁଁ କେବଳ ବର୍ତ୍ତମାନ ସମୟରେ ଵ୍ୟାକସିନକୁ ନେଇ ସକାରାତ୍ମକ ରହିବାକୁ ଚାହୁଁଛି ଏବଂ ଆଶା କରୁଛି ଯେ ଏହି ଭ୍ୟାକସିନ ଲଞ୍ଚ ହେବା ପରେ ଦୁନିଆର ସ୍ଥିତି ସୁଧୁରିଯିବ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।