ପ୍ରେମିକକୁ ବଞ୍ଚାଇବା ପାଇଁ ପୋଲିସ୍ ଷ୍ଟେସନରେ ପ୍ରେମିକା କଲେ ବିଷ ପାନ

ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜଣେ ନାବାଳିକା ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ପ୍ରଥମେ ତାଙ୍କ ପିତାଙ୍କ ସହ ମୁହାଁମୁହିଁ ହୋଇଥିଲେ, ତା’ପରେ ସେ ବାହାଦପୁର ପୋଲିସ ଷ୍ଟେସନର ଶୌଚାଳୟକୁ ଯାଇ ବିଷ ଖାଇଥିଲେ। କୁହାଯାଉଛି ଯେ ପୁରୁଣା କ୍ୟାଣ୍ଟନମେଣ୍ଟ ମୋଟିଜେଲର ବାସିନ୍ଦା ୧୭ବର୍ଷର ବାଳିକା ପାଖରେ ରହୁଥିବା ରିଙ୍କୁ ଜାତବଙ୍କ (୧୯ ବର୍ଷ)ସହ ପ୍ରେମ ସମ୍ପର୍କ ରଖିଥିଲେ। ଯେତେବେଳେ ପରିବାର ଲୋକ ଏହି ବିଷୟରେ ଜାଣିଲେ, ସେମାନେ ଝିଅକୁ ଗାଳିଗୁଲଜ କରି ପୁଅକୁ କେବେ ଦେଖା ନକରିବାକୁ କହିଥିଲେ। ସେଥିପାଇଁ ଦୁହେଁ ପଳାଇବାକୁ ମନସ୍ଥ କରିଥିଲେ।

କୁହାଯାଉଛି ଯେ ଡିସେମ୍ବର ୧୩ରେ ନାବାଳିକା ବହୋଡାପୁର ଅଞ୍ଚଳରେ ଏକ ବିବାହ ଉତ୍ସବକୁ ଆସିଥିଲେ। ଏଠାରୁ ସେ ନିଜ ପ୍ରେମିକ ରିଙ୍କୁଙ୍କ ସହ ପଳାଇ ଯାଇଥିଲେ। ଝିଅଟି ନାବାଳିକା ହୋଇଥିବାରୁ ରିଙ୍କୁଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲା ​​ପୋଲିସ। ଦୁହେଁ ପ୍ରଥମେ ଆଗ୍ରା ଯାଇ ତା’ପରେ କିଛି ଦିନ ଦିଲ୍ଲୀରେ ରହିଲେ। ଟଙ୍କା ସରିଯିବା ପରେ ଗ୍ୱାଲିଅର୍ ଫେରି ଆସିଥିଲେ। ଏଠାରେ ପୋଲିସ କ୍ରମାଗତ ଭାବେ ଉଭୟଙ୍କୁ ଖୋଜୁଥିଲା। ମଙ୍ଗଳବାର ରାତି ୧ଟାରେ ଉଭୟ ଗ୍ୱାଲିଅରର ପୁରୁଣା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ପୋଲିସ ସେମାନଙ୍କୁ ଧରି ବହୋଡାପୁରକୁ ଆଣିଥିଲା।

ଝିଅ ପୋଲିସଷ୍ଟେସନର ବାଥରୁମକୁ ଯାଇ ଖାଇଲା ବିଷ:

ପୋଲିସ ନାବାଳିକାଙ୍କ ପରିବାରକୁ ଡକାଇ ଝିଅକୁ ରିଙ୍କୁଙ୍କ ବିରୋଧରେ ବଳାତ୍କାର ମାମଲା ପଞ୍ଜିକରଣ କରିବାକୁ କହିଲା, ହେଲେ ଝିଅଟି ମନା କରିଦେଇଥିଲା। ଯେତେବେଳେ ବିବାଦ ବ ବଢ଼ିବାକୁ ଲାଗିଲା, ନାବାଳିକା ବାଥରୁମକୁ ଯିବାକୁ କହିଲା। ଏହା ପରେ ମହିଳା ପୋଲିସ ତାଙ୍କୁ ବାଥରୁମରେ ପହଞ୍ଚାଇଲେ। ଯେଉଁଠାରେ ସେ ବିଷାକ୍ତ ପଦାର୍ଥ ଖାଇଥିଲେ। କିଛି ସମୟ ପରେ ଝିଅଟି ବାହାରକୁ ଆସି ବାପାଙ୍କୁ କହିଲା, ଏବେ ମାମଲା ପଞ୍ଜିକରଣ କର, ମୁଁ ବିଷ ଖାଇଦେଇଛି, ବର୍ତ୍ତମାନ ମୁଁ ସବୁଦିନ ପାଇଁ ଯାଉଛି। ଏହା ଶୁଣି ପୋଲିସ ଷ୍ଟେସନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ନାବାଳିକାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ଝିଅଟି ତାଙ୍କ ପ୍ରେମିକ ଏବଂ ପରିବାର ବିରୋଧରେ କୌଣସି ଅଭିଯୋଗ ଦାଖଲ କରିବାକୁ ଚାହୁଁନାହିଁ। ଝିଅଟିର ଅବସ୍ଥା ବର୍ତ୍ତମାନ ଭଲ ଅଛି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *