ବ୍ରିଟେନରେ କରୋନାର ନୂତନ ସ୍ଟ୍ରେନ ବିଷୟରେ ଜଣାପଡିବା ପରେ ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ଖେଳି ଯାଇଛି, କିନ୍ତୁ ଭାରତରେ ଅବହେଳା କମ ହେବାର ନାମ ହିଁ ନେଉ ନାହିଁ | କେନ୍ଦ୍ର ସରକାର ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛନ୍ତି | ଏହାପରେ ମଧ୍ୟ ବ୍ରିଟେନରୁ ଫେରିଥିବା ପାଞ୍ଚ ଜଣ ଯାତ୍ରୀ ସମସ୍ତଙ୍କ ଆଖିରେ ଧୂଳି ଦେଇ ଦିଲ୍ଲୀ ଏୟାରପୋର୍ଟରୁ ପଳାୟନ କରିବାରେ ସଫଳ ହୋଇଛନ୍ତି |
ଏମାନଙ୍କ ମଧ୍ୟରୁ ତିନି ଜଣ ଲୋକଙ୍କୁ ଟ୍ରେସ କରିନିଆ ଯାଇଛି ଏବଂ ତାଙ୍କୁ ମଙ୍ଗଳବାର ଦିନ ରାତିରେ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରିଦିଆଯାଇଛି | ଏହାଛଡା ଜଣେ ସଂକ୍ରମିତ ଲୁଧିଆନା ଏବଂ ଆଉଜଣେ ସଂକ୍ରମିତ ଆନ୍ଦ୍ରପ୍ରଦେଶ ଯିବାକୁ ସଫଳ ରହିଛନ୍ତି | ଉଭୟଙ୍କୁ ବୁଧବାର ଦିନ ଫେରାଇ ଅଣାଯାଇଛି | ପାଞ୍ଚଜଣ ଲୋକଙ୍କୁ କ୍ଵାରେଣ୍ଟିନ କରିଦିଆଯାଇଛି | ଏଥିସହିତ ହିଁ ତାଙ୍କ ନମୁନା ଗୁଡିକୁ ଯାଞ୍ଚ ପାଇଁ ପଠାଇଦିଆଯାଇଛି |
ସୂଚନା ମୁତାବକ ଅମୃତସରର ପଣ୍ଡୋରୀ ଗାଁରେ ରହୁଥିବା ୪୬ ବର୍ଷୀୟ ଜଣେ ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ | ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା | ଏହାପରେ ମଧ୍ୟ ସେ ଦିଲ୍ଲୀ ଏୟାରପୋର୍ଟରୁ ବାହାରି ଲୁଧିଆନା ପହଞ୍ଚିବାରେ ସଫଳ ରହିଥିଲେ | ଲୁଧିଆନାରେ ସେ ନିଜରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇ ନେଇଥିଲେ | ବୁଧବାର ଦିନ ସକାଳୁ ରୋଗୀକୁ ପୁଣିଥରେ ଦିଲ୍ଲୀ ପଠାଇ ଦିଆଯାଇଥିଲା |
ପଞ୍ଜାବର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ନିଜର ନାମ ନଛାପିବାର ସର୍ତ୍ତରେ କହିଥିଲେ ଯେ ଏହା ଏକ ସ୍ପଷ୍ଟ ଅବହେଳା ଥିଲା, କାରଣ ବ୍ୟକ୍ତି ଜଣକ କରୋନା ପଜିଟିଭ ହେବା ସତ୍ତ୍ୱେ ଯାତ୍ରା କରିବାକୁ ସଫଳ ରହିଥିଲେ | ସେ କହିଥିଲେ ଯେ ମଙ୍ଗଳବାର ସନ୍ଧ୍ୟାରେ ୪:୩୦ ସମୟରେ ଆମକୁ ଦିଲ୍ଲୀରେଅଧିକାରୀଙ୍କ ଠାରୁ ଫୋନ ଆସିଥିଲା | ପ୍ରଟୋକଲ ମୁତାବକ ଆମେ ତାଙ୍କୁ ଖୋଜିବା ଆରମ୍ଭ କରିଦେଲୁ | ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ସେ ଏକ ଘରୋଇ ହସ୍ପିଟାଲରେ ମିଳିଥିଲେ | ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟିନ କରିଦିଆଯାଇଥିଲା |
ଲୁଧିଆନା ପ୍ରଶାସନ କହିଛନ୍ତି ଯେ ଆମେ ରୋଗୀଙ୍କୁ ପୁଣିଥରେ ଦିଲ୍ଲୀ ସ୍ଥାନାନ୍ତରଣ କରିବାର ପକ୍ଷରେ ନଥିଲୁ, କାରଣ ଏହାଦ୍ୱାରା ସଂକ୍ରମଣ ବ୍ୟାପିଯାଇପାରେ | ରୋଗୀଙ୍କୁ ଦିଲ୍ଲୀରେ ହିଁ କ୍ଵାରେଣ୍ଟିନରେ ରଖିବାର ଥିଲା | ଆମେ ତାଙ୍କର ଅନ୍ୟ ସମ୍ପର୍କ ଗୁଡିକୁ ମଧ୍ୟ ଟ୍ରେସ କରିବା ପ୍ରକ୍ରିୟାରେ ରହିଛୁ | ତେବେ ଦିଲ୍ଲୀର ଅଧିକାରୀଙ୍କର ଆବେଦନ ପାରେ ଆମେ ବ୍ୟକ୍ତିକୁ ଦିଲ୍ଲୀ ପଠାଇ ଦେଇଛୁ |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।