କରୋନାରେ ମୃତ୍ୟୁ ହେବା ପରେ କୋର୍ଟ ପହଞ୍ଚିଲେ ପରିବାର ଲୋକ, ସରକାରଙ୍କ ଠାରୁ ମାଗିଲେ ୧୦ କୋଟି ଡଲାର ଟଙ୍କାର କ୍ଷତିପୂରଣ

ଇଟାଲୀରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ସମ୍ପର୍କୀୟମାନେ ସରକାରଙ୍କ ଠାରୁ ଏହାର କ୍ଷତିପୂରଣ ମାଗିଛନ୍ତି | ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କେସ କରି ଦେଇଛନ୍ତି |

ଇଟାଲୀରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ସମ୍ପର୍କୀୟମାନେ ସରକାରଙ୍କ ଠାରୁ ବହୁତ ବଡ କ୍ଷତିପୂରଣ ମାଗିଛନ୍ତି | ଲୋକମାନେ ନ୍ୟାସନାଲ ଏବଂ ରିଜନଲ ପ୍ରଶାସନ ଠାରୁ ୧୦ କୋଟି ୟୁରୋ (୧୨୨ ମିଲିୟନ ଡଲାର)ର କ୍ଷତିପୂରଣ ମାଗିଛନ୍ତି | ଇଟାଲୀର ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ରୋବୋର୍ଟ ସ୍ପେରାଞ୍ଜା ଏବଂ ନାର୍ଦର୍ଲୀ ଲାମ୍ଵାର୍ଡୀ ରୀଜନର ଗଭର୍ନରଙ୍କ ଉପରେ ମକଦ୍ଦମା କରାଯାଇଥିଲା | ଏହି ଘଟଣାରେ ଉକ୍ତ ତିନିଜଣ ନେତାମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ |

ପଶ୍ଚିମ ଦେଶରେ ସର୍ବପ୍ରଥମେ ଇଟାଲୀରେ ହିଁ କରୋନାର ବିପଦ ଭାଙ୍ଗି ପଡିଥିଲା | ଏଠାରେ ଫେବୃଆରୀରେ କରୋନା ଭୟଙ୍କର ରୂପ ଧାରଣା କରି ନେଇଥିଲା ଏବଂ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ | ଇଟାଲୀରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର ଲୋକଙ୍କର କରୋନାରେ ଜୀବନ ଯାଇ ସାରିଛି |

Leave a Reply

Your email address will not be published. Required fields are marked *