ବ୍ରିଟେନ ନୁହେଁ କରୋନାର ନୂତନ ଷ୍ଟ୍ରେନର ମୂଳ ଆଫ୍ରିକା..

ବ୍ରିଟେନରୁ କରୋନାର ନୂତନ ଷ୍ଟ୍ରେନ୍ ବିଷୟରେ ଜଣାପଡିବା ପରେ ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ମାତ୍ର ବର୍ତ୍ତମାନ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂତନ ତଥ୍ୟ ଏହାର ମୋଡ ବଦଳାଇ ଦେଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ବ୍ରିଟେନରେ ଚିହ୍ନଟ କରାଯାଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି |

ଏହାଛଡା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ନୂତନ ଷ୍ଟ୍ରେନ୍ର ଭୂତାଣୁ ପୂର୍ବ କରୋନା ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମଣର କ୍ଷମତା ରଖିଥିଲେ ମଧ୍ୟ ଅଧିକ ଘାତକ ନୁହେଁ | ତେବେ ଏହି ନୂତନ  ଷ୍ଟ୍ରେନ୍ କୁ ନେଇ ଦକ୍ଷିଣ ଆଫ୍ରିକାରେ ଟ୍ରେସ କରାଯାଉଛି |

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମଟ୍ଟ ହାନଙ୍କକଙ୍କ କହିବା କଥା ଯେ ୟୁକେର ଯେଉଁ ଦୁଇଜଣ ବ୍ୟକ୍ତି ପ୍ରଥମେ କରୋନାର ନୂତନ ଷ୍ଟ୍ରେନ୍ କୁ ନେଇ ଚିହ୍ନଟ ହୋଇଥିଲେ ସେମାନେ ଗତ କିଛି ସପ୍ତାହ ତଳେ ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରିଥିଲେ | ବ୍ରିଟେନ ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି |

ଗବେଷଣାରୁ ଜଣାପଡିଛି ଯେ ନୂତନ ସ୍ଟ୍ରେନର କରୋନା ଭୂତାଣୁ, ପୂର୍ବ ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମଣ ବିସ୍ତାର କରିବାରେ ସକ୍ଷମ ଅଟେ | ତେବେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସମସ୍ତ ଯାତ୍ରୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ଵାରେଣ୍ଟିନ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *