ଚୀନ ନିଜ ବନ୍ଧୁ ପାକିସ୍ତାନର କଠିନ ସମୟରେ ଦେଲା ବଡ ଝଟକା

ଚୀନ ମଧ୍ୟ ସଙ୍କଟର ସମ୍ମୁଖୀନ କରୁଥିବା ପାକିସ୍ତାନର ସାହାଯ୍ୟ ପାଇଁ ସର୍ତ୍ତ ରଖିବା ଆରମ୍ଭ କରି ଦେଇଛି | ପାକିସ୍ତାନରେ ଚୀନ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡୋର ଅଧୀନରେ ବହୁତ ବଡ ନିବେଶ କରୁଛି ଏବଂ ଏହି ପରିଯୋଜନା ଅଧୀନରେ ପାକିସ୍ତାନକୁ ଋଣ ମଧ୍ୟ ଦେଉଛି | ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ମୁତାବକ, ଚୀନ ପାକିସ୍ତାନକୁ ସିପିଇସିର ମୁଖ୍ୟ ଲାଇନ-୧ ପ୍ରୋଜେକ୍ଟ ପାଇଁ ୬ ଆରବ ଡଲାରର ଋଣ ଦେବା ପାଇଁ ଅତିରିକ୍ତ ଗ୍ୟାରେଣ୍ଟି ଦେବାର କଥା ମଧ୍ୟ କହିଛି |

ଟ୍ରିବ୍ୟୁନ ଲେଖିଛି ଯେ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ତଳକୁ ଖସିଯିବା କାରଣରୁ ଚୀନ ଶକ୍ତ ଗ୍ୟାରେଣ୍ଟି ନେଇ ହିଁ ଋଣ ଦେବାପାଇଁ କହିଛି | ପାକିସ୍ତାନ ଚାହୁଁଥିଲା ଯେ ଚୀନ ତାକୁ ଶସ୍ତା ସୁଧ ହାରରେ ଋଣ ଦେଉ କିନ୍ତୁ ଚୀନ ଏଥର ରିହାତିରେ ଋଣ ଦେବା ସହିତ କାମର୍ସିୟାଲ ଋଣ ମଧ୍ୟ ଦେବ |

ସରକାରୀ ସୂତ୍ର ମୁତାବକ, ଶକ୍ତ ଗ୍ୟାରେଣ୍ଟି ଉପରେ ଋଣ ଦେବାର ମାମଲା ୧୦ ଦିନ ପୂର୍ବରୁ ମେନ ଲାଇନ-୧ ପ୍ରୋଜେକ୍ଟର ଫାଇନାନସିଙ୍ଗ ମିଟିଙ୍ଗ ଅବସରରେ ଉଠା ଯାଇଥିଲା | କଥାବାର୍ତ୍ତାରେ ଶାମିଲ ରହିଥିବା ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଚୀନ ବୈଠକ ଅବସରରେ ଗ୍ୟାରେଣ୍ଟିର ପ୍ରସଙ୍ଗ ଉଠାଇଥିଲା କିଣୁ ପାକିସ୍ତାନ ସହିତ ମିଟିଙ୍ଗର ଫାଇନାଲ ବ୍ରିଫିଙ୍ଗରେ ଏହାର ଉଲ୍ଲେଖ କରାଯାଇ ନଥିଲା |

ଚଳିତ ବର୍ଷ ଅଗଷ୍ଟ ମାସରେ, “ଏଗଯେକ୍ୟୁଟିଭ କମିଟି ଅଫ ନ୍ୟାସନାଲ ଇକୋନୋମିକ କାଉନସିଲିଙ୍ଗ ୬.୮ ଆରବ ଡଲାରର ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଥିଲେ | ଏହି ବୈଠକରେ ଫଣ୍ଡିଙ୍ଗ ସହ ଜଡିତ ଅନେକ ପ୍ରସଙ୍ଗର ସମାଧାନ ହୋଇପାରି ନଥିଲା | ସୂତ୍ରରୁ ଜଣାପଡିଥିଲା ଯେ ପାକିସ୍ତାନ ଆଶା କରୁଛି ଯେ ତାକୁ ୬ ଆରବ ଡଲାର ଟଙ୍କାର ଋଣ ୧ ପ୍ରତିହତ ସୁଧ ହାରରେ ମିଳିବ | କିନ୍ତୁ ଚୀନ କାମର୍ସିୟାଲ ଏବଂ ଛାଡ ଉପରେ ଋଣ ଉଭୟ ଦେବାର କଥା କହିଛି |

ଏମଏଲ-୧ ପ୍ରୋଜେକ୍ଟରେ ପେଶାବର ଠାରୁ କରାଚୀ ପର୍ଯ୍ୟନ୍ତ ରେଳ ଟ୍ରାକକୁ ଅପଗ୍ରେଡ଼ କରାଯିବ | ଏହି ପରିଯୋଜନା ସିପିଇସିର ଦ୍ଵିତୀୟ ଚରଣର ମୁଖ୍ୟ ଅଂଶ ଅଟେ | ପାକିସ୍ତାନର ଅର୍ଥ ମନ୍ତ୍ରାଳୟ ସୂତ୍ର ଟ୍ରିବ୍ୟୁନକୁ କହିଛି ଯେ ପାକିସ୍ତାନ ରଣନୀତିକ ରୂପରେ ବହୁତ ମୁଖ୍ୟ ଏମଏଲ-୧ ପ୍ରୋଜେକ୍ଟ ପାଇଁ ୬ ଆରବ ଡଲାର ଲୋନ ମାଗିଥିଲେ ଏବଂ ତୃତୀୟ ପର୍ଯ୍ୟାୟରେ ହୋଇଥିବା କଥାବାର୍ତ୍ତାରେ ଏହାକୁ ନେଇ ଅନେକ ଜିନିଷ ସ୍ପଷ୍ଟ ହୋଇଛି |

ନିକଟରେ ହିଁ ପାକିସ୍ତାନକୁ ଜୀ-୨୦ ଦେଶ ମାନଙ୍କ ଠାରୁ ଋଣ ଫେରସ୍ତକୁ ନେଇ ଛାଡ ମିଳିଥିଲା | ଜୀ-୨୦ କେବଳ ଗରୀବ ଦେଶ ମାନଙ୍କୁ ହିଁ ଏହି ଛାଡ ଦେଇଥାଏ | ଏହାପରେ ହିଁ ଚୀନ ସରକାର ଋଣ ଦେବା ପାଇଁ ଅତିରିକ୍ତ ଗ୍ୟାରେଣ୍ଟିର ସର୍ତ୍ତ ରଖି ଦେଇଛନ୍ତି | ଜୀ-୨୦ ଦେଶ ଗୁଡିକ ମଧ୍ୟ ସର୍ତ୍ତ ରଖିଛନ୍ତି ଯେ ଗରିବ ଦେଶ ମହଙ୍ଗା କାମର୍ସିୟାଲ ଋଣ ନେବେ ନାହିଁ | ତାଙ୍କୁ କେବଳ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଅଧୀନରେ ହିଁ ଋଣ ନେବାର ଛାଡ ରହିଛି |

ବୈଠକରେ ଶାମିଲ ରହିଥିବା ଜଣେ ଅନ୍ୟ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଚୀନ ବୈଠକରେ ଗ୍ୟାରେଣ୍ଟିର ପ୍ରସଙ୍ଗ ଉଠାଇଲା ସେତେବେଳେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ | ଚୀନର ଅଧିକାରୀମାନେ କହିଲେ ଯେ ପାକିସ୍ତାନର ଆର୍ଥିକ ସ୍ଥିତି ଏବଂ ଜୀ-୨୦ର ସର୍ତ୍ତକୁ ଡ଼େରିସ୍ତିରେ ରଖି ପାକିସ୍ତାନକୁ କାମର୍ସିୟାଲ ଋଣ ପାଇଁ ଗ୍ୟାରେଣ୍ଟି ଦେବା ଆବଶ୍ୟକ |

ପାକିସ୍ତାନକୁ ଏହା ମଧ୍ୟ ଆଶା ଥିଲା ଯେ ଏହି ଯୋଜନାର ରଣନୀତିକ ଗୁରୁତ୍ତ୍ଵକୁ ନଜରରେ ରଖି ଚୀନ ୧ ପ୍ରତିଶତ ସୁଧ ହାରରେ ଋଣ ଦେବାକୁ ଏବଂ ଏହାକୁ ଫେରସ୍ତ କରାଇବା ପାଇଁ ୧୦ ବର୍ଷର ସମୟ ଦେବାର ଅନୁରୋଧକୁ ସହଜରେ ସ୍ୱୀକାର କରିନେବ | କିନ୍ତୁ ତାଙ୍କ ଆଶା ଭାଙ୍ଗି ଯାଉଥିବାର ନଜର ଆସୁଛି |

ପାକିସ୍ତାନ ଚାହୁଁଥିଲା ଯେ ଏହି ଯୋଜନାର ୯୦ ପ୍ରତିଶତ ଫଣ୍ଡିଙ୍ଗ ଚୀନ କାଉ କିନ୍ତୁ ଚୀନ କେବଳ ୮୫ ଅରାତିଶତ ଫଣ୍ଡିଙ୍ଗ ପାଇଁ ରାଜି ହୋଇଛି | ପାକିସ୍ତାନ ରେଲ୍ୱେ କେନ୍ଦ୍ର ସରକାରଙ୍କ ବିନା ସାହାଯ୍ୟରେ ନିଜ କର୍ମଚାରୀ ମାନଙ୍କର ଦରମା ଦେବାର ସ୍ଥିତିରେ ମଧ୍ୟ ନାହିଁ | ପାକିସ୍ତାନର ନୂତନ ରେଳ ମନ୍ତ୍ରୀ ଆଜମ ସଂକେତ ଦେଇଥିଲେ ଯେ ଆର୍ଥିକ ସ୍ଥିତି ଖରାପ ଥିବାରୁ ପାକିସ୍ତାନ ରେଲ୍ୱେ ବନ୍ଦ ହେବା ସ୍ଥିତିରେ ରହିଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *