ଉଣ୍ଟ ପ୍ରଜାତିର ପଶୁ ଲାମା ଯାହା ଆମେରିକାରେ ଦେଖିବାକୁ ମିଳିଥାନ୍ତି। ଏହି ମହାମାରୀରେ ବୈଜ୍ଞାନିକ ମାନଙ୍କ ପାଇଁ ଏହି ଜୀବଟି ମନପସନ୍ଦର ଅଟେ। ବାସ୍ତବରେ ଏହାର ବିଶେଷତ୍ଵ ହେଉଛି କି ଏହି ପଶୁ ମାନଙ୍କ ଶରୀରରେ ସେହି ରୋଗ ପ୍ରତିରୋଧକ ଶକ୍ତି ମହଜୁଦ ଅଛି ଯାହା କୋଭିଡ-୧୯ର ସଂକ୍ରମଣକୁ ରୋକିବାରେ ସକ୍ଷମ ହେବ।
ବାସିଙ୍ଗଟନ, ପ୍ରେଟ୍ରା କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ନେଇ ସାରା ଦୁନିଆ ଚେଷ୍ଟାରତ ରହିଛି। ଏହା ମଧ୍ୟରେ ଆମେରିକାରେ ଉଣ୍ଟ ପ୍ରଜାତିର ପଶୁ ଲାମା (llama) ଦ୍ଵାରା ନୋବେଲ କୋରୋନା ଭାଇରସ (novel Coronavirus) ସଂକ୍ରମଣକୁ ରୋକିବାର ପ୍ରତିରୋଧକକୁ ଚିହ୍ନଟ କରାଯାଇଛି। ଏହାର ଆକାର ଛୋଟ ହେବା କାରଣରୁ ଏହାକୁ ନୈନୋବଡୀ କୁହାଯାଉଛି। ବୈଜ୍ଞାନିକମାନେ ଏହି ପ୍ରତିରୋଧକ ଶକ୍ତିର ଏକ ସେଟକୁ ପରୀକ୍ଷା କରିଥିଲେ ଯାହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରୁଛି। ଏହା ସହିତ ଏହି କଥା ବି ଦାବି କରାଯାଉଛି କି ଏହି ନୈନୋବଡୀକୁ ଇନହେଲର ଏବଂ ନେଜଲ ସ୍ପ୍ରେରେ ଭର୍ତ୍ତିକରି ଦିଆଯାଇପାରିବ ଯାହା ମନୁଷ୍ୟ ଶରୀରରୁ କୋରୋନା ଭାଇରସକୁ ହଟାଇବାରେ ସକ୍ଷମ ହୋଇଥାଏ।
ଏହାର ପ୍ରାରମ୍ଭିକ ପରିଣାମକୁ ଏକ ପତ୍ରିକାର ପ୍ରକାଶିତ କରାଯାଇଛି। ଏହା ଅନୁସାରେ, ବୈଜ୍ଞାନିକ ରିପୋର୍ଟରେ ଦାବି ହେଉଛି କି ନୈନୋବଡୀ ଦୁଇଟି ଅବସ୍ଥା ଦ୍ରବ୍ୟ (liquid) ଏବଂ ବାୟୁରେ ସହଜରେ ରହିପାରିବ। ଏହିକଥା ବି ଜଣାଇ ଦିଆଯାଇଛି କି ଏହାକୁ ନିଶ୍ଵାସ ମାଧ୍ୟମରେ ଭିତରକୁ ନେବାପରେ ଯାଇ ପ୍ରଭାବ ଦେଖାଯିବ। ଆମେରିକାର ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ହେଲ୍ଥ (NIH)ର କହିବା କଥା ହେଉଛି କି ପରୀକ୍ଷା କରାଯାଇଥିବା ସେଟରୁ କମସେ କମ ଗୋଟିଏ ପ୍ରତିରୋଧକ ଶକ୍ତି NIH-coVnb-112 ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଥାଏ।ତାଙ୍କ ଅନୁସାରେ ଏହା SARS-coV-2ର ସ୍ପାଇକ ପ୍ରୋଟିନ ଭାଇରସର ବାସ୍ତବତାକୁ ଚିହ୍ନଟ କରିନେବ ଏବଂ ସଂକ୍ରମଣକୁ ରୋକି ପାରିବ।
ୟୁନିଭରସିଟିର ହେଲ୍ଥ ସାଇନ୍ସର ପ୍ରଫେସର ଡେବିଡ ଏଲ ବ୍ରାଡୀ କହିଛନ୍ତି,’ଆମେ ଆଶା କରୁଛୁ କି ଏହି ଏଣ୍ଟି କୋଭିଡ-୧୯ ନୈନୋବଡୀ ବହୁ ମାତ୍ରାରେ ପ୍ରଭାବୀ ପ୍ରମାଣିତ ହେବ।’ସେ କହିଛନ୍ତି କି ଏହି ନୈନୋବଡୀକୁ ଇନହେଲର,ନେଜଲ ସ୍ପ୍ରେ ସହିତ ନିବୁଲାଇଜରର ମାଧ୍ୟମରେ ବି ଦିଆଯାଇ ପାରିବ।ଉଣ୍ଟ ପ୍ରଜାତିର ପଶୁମାନଙ୍କର ଇମ୍ୟୁନ ସିଷ୍ଟମରୁ ଏହା ପ୍ରାକୃତିକ ପକ୍ରିୟାରେ ପ୍ରସ୍ତୁତ ବିଶେଷ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ। ଏହି ପ୍ରଜାତିର ପଶୁ ଉଣ୍ଟ, ଲାମା ଏବଂ ଅଳ୍ପାକା ଅଟନ୍ତି।
ଯେବେଠାରୁ ମହାମାରୀ ଆରମ୍ଭ ହୋଇଛି ଅନେକ ରିସର୍ଚ୍ଚର ଲାମାର ନୈନୋବଡୀ ପ୍ରସ୍ତୁତ କରିଛନ୍ତି ଯାହା ସଂକ୍ରମଣକୁ ରୋକିବାର ସାହାଯ୍ୟ କରିଥାଏ। କିନ୍ତୁ ଏହି ନୂତନ ଅଧ୍ୟୟନରେ କିଛି ଅଲଗା ରଣନୀତି ଜଣାଯାଇଛି। ପାଖାପାଖି ଦେଖାଯିବ ତ ଏହି ପ୍ରୋଟିନର ଓଜନ ଅଧିକତର ଭାବେ ମାନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତି ତୁଳନାରେ ଦଶଗୁଣା ଅଧିକ ଶକ୍ତିଶାଳୀ ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।