ଆମିଷ ପ୍ରିୟ ଲୋକଙ୍କ ପାଇଁ ଦୁନିଆରେ ଅନେକ ବିକଳ୍ପ ରହିଛି | ଚିକେନ ଏବଂ ମଟନକୁ ଛାଡିଦେଲେ ତାଙ୍କୁ ଘୁଷୁରୀ ଏବଂ ଗୋରୁ ମାଂସର ବିକଳ୍ପ ମଧ୍ୟ ମିଳିଯାଏ | କେବଳ ଏତିକି ନୁହେଁ ଅନେକ ଦେଶରେ ସମୁଦ୍ର ଜୀବ ମଧ୍ୟ ମିଳିଥାଏ, ଯାହାକୁ ଲୋକମାନେ ବହୁତ ଆନନ୍ଦରେ ଖାଇଥାନ୍ତି | କିନ୍ତୁ ବର୍ତ୍ତମାନ ଫ୍ଲୋରିଡ଼ାରେ ଅଧିକାରୀମାନେ ପ୍ରତ୍ୟେକ ରେସ୍ତୁରାଣ୍ଟର ନିଜ ମେନ୍ୟୁରେ ଅଜଗରର ଡ଼ିସ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି | ବର୍ତ୍ତମାନ ଫ୍ଲୋରିଡ଼ାର ପ୍ରତ୍ୟେକ ରେସ୍ତୁରାଣ୍ଟର ମେନ୍ୟୁ କାର୍ଡରେ ଆପଣଙ୍କୁ ଅଜଗର ମାଂସର ଡ଼ିସ ମିଳିଯିବ |ଯାହାକୁ ଆପଣ ଅର୍ଡର କରି ତାହାର ଆନନ୍ଦ ଉଠାଇ ପାରିବେ | ବର୍ତ୍ତମାନ ଆପଣ ଭାବୁଥିବେ ଏହି ଦେଶରେ କଣ ପାଇଁ ଅଜଗର ମାଂସ ସର୍ଭେ କରିବାର ନିର୍ଦ୍ଦେଶ ଦିଆଯାଇଛି |
ଆମେରିକାର ଫ୍ଲୋରିଡ଼ାରେ ଉପରସ୍ଥ ପଦାଧିକାରୀମାନେ ସ୍ଥିର କରିଛନ୍ତି ଯେ ସେଠାରେ ପ୍ରତ୍ୟେକ ରେସ୍ତୁରାଣ୍ଟରେ ଅଜଗର ମାଂସ ସର୍ଭ କରାଯିବ | ଏହାପଛରେ କାରଣ ଏହା ରହିଛି ଯେ ଦେଶରେ ବଢୁଥିବା ଅଜଗର ମାନଙ୍କର ସଂଖ୍ୟା |
ଅଜଗରର ବଢୁଥିବା ଜନସଂଖ୍ୟା କାରଣରୁ ଏଠାକାର ପ୍ରଶାସନ ରେସ୍ତୁରାଣ୍ଟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନିଜର ମେନ୍ୟୁ କାର୍ଡରେ ପରିବର୍ତ୍ତନ ଅଣାନ୍ତୁ | ଏଠାରେ ଡିସ ଗୁଡିକରେ ଚିକେନ ଏବଂ ମଟନ ସହିତ ଜାଗର ମାଂସକୁ ମଧ୍ୟ ସ୍ଥାନ ଦେବାକୁ କୁହାଯାଇଛି |
ଏହି ଯୋଜନାକୁ ସଫଳ କରାଇବା ପାଇଁ ଆମେରିକାର ଫ୍ଲୋରିଡ଼ା ଫିସ ଏଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ କମିଶନ ଏବଂ ଦ ଫ୍ଲୋରିଡ଼ା ଡିପାର୍ଟମେଣ୍ଟ ଅଫ ହେଲ୍ଥ ଷ୍ଟଡି କଣ୍ଡକ୍ଟ କରୁଛନ୍ତି, ଯାହାଦ୍ୱାରା ଅଜଗରର ମାଂସକୁ ସେଲ୍ଫ ବ୍ୟବହାର ଯୋଗ୍ୟ କରାଯିବ |
ଏହି ଆଇଡ଼ିଆକୁ କେବଳ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ ସୀମିତ ରଖାଯିବ ନାହିଁ ବରଂ ବଜାରରେ ମଧ୍ୟ ଅଜଗର ମାଂସ ବିକ୍ରି କରାଯିବ | ଯାହାଦ୍ୱାରା ଲୋକମାନେ ଘରେ ମଧ୍ୟ ଏହାର ମାଂସକୁ ରୋଷେଇ କରି ଆନନ୍ଦର ସହିତ ଖାଇ ପାରିବେ | ଏହାପଛରେ ଫ୍ଲୋରିଡ଼ାରେ ଅଜଗର ସଂଖ୍ୟା କମାଇବା ଉଦ୍ଦେଶ୍ୟ ରହିଛି |
ଫ୍ଲୋରିଡ଼ାରେ ଅଜଗର ସଂଖ୍ୟା ବହୁତ ବଢିଯାଇଛି | ଏହି କାରଣରୁ ଅନ୍ୟ ପଶୁ ମାନଙ୍କୁ ବହୁତ କ୍ଷତି ପହଞ୍ଚୁଛି | ଏଥିସହିତ ଏହାଦ୍ୱାରା ୱାଇଲ୍ଡଲାଇଫ ଅଞ୍ଚଳରେ ମଧ୍ୟ ବିପଦ ପହଞ୍ଚି ଯାଉଛି | ଯଦି ଲୋକମାନେ ଅଜଗରର ମାଂସକୁ ଖାଇବେ ତେବେ ଏହାର ସଂଖ୍ୟା ନିୟନ୍ତ୍ରଣକୁ ଆସିଯିବ |
ସରକାରଙ୍କର ଏହି ଆଇଡ଼ିଆ ଉପରେ କାର୍ଯ୍ୟ ଚାଲିଛି | ବର୍ତ୍ତମାନ କେବଳ ଏକ ସମସ୍ୟା ରହିଛି ଯେ ଏହି ସାପର ମାଂସରେ ବହୁତ ଅଧିକ ମର୍କରୀ ରହିଥାଏ | ଏତେ ଅଧିକ ମର୍କରୀ ଖାଇବା ମଣିଷ ପାଇଁ ନିରାପଦ କି ନୁହେଁ ତାହା ଅନୁସନ୍ଧାନ କରାଯାଉଛି |
TMZର ରିପୋର୍ଟ ମୁତାବକ, ବୈଜ୍ଞାନିକ ଏହି ଆଇଡ଼ିଆ ପାଇଁ ପ୍ରାୟ ୬ ହଜାର ଅଜଗର ଉପରେ ଗବେଷଣା କରିବେ | ଦୁନିଆର ଅନେକ ଦେଶରେ ଏହି ସାପର ମାଂସକୁ ବହୁତ ଆନନ୍ଦରେ ଭୋଜନ କରାଯାଇଥାଏ | ଅନେକ ଦେଶରେ ଏହାର ମୂଲ୍ୟ କିଲୋ ପ୍ରତି ୩ ହଜାର ୬ ଶହ ଟଙ୍କା ମଧ୍ୟ ରହିଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।