ଲାଲ ରଙ୍ଗର ଜୋଡାରେ ନିଜ ବିବାହରେ ଦେଖିବାକୁ ମିଳିଲେ ଚହଲଙ୍କ ବଧୂ , ଏଠାରେ ଦେଖନ୍ତୁ ହଳଦି ଠାରୁ ରିସେପ୍ଶନ ପର୍ଯ୍ୟନ୍ତ ଫଟୋ

ଭାରତୀୟ ସ୍ପିନର ବୋଲର ୟୁଜବେନ୍ଦ୍ର ଚହଲ ୟୂଟ୍ୟୁବି ଧନାଶ୍ରୀ ବର୍ମାଙ୍କୁ ବିବାହ କରିଛନ୍ତି। ଯାହାର ଖବର ସେ ତାଙ୍କ ଇନଷ୍ଟାଗ୍ରାମ୍ ପେଜରେ ଦେଇଛନ୍ତି। ଚହଲ ଏବଂ ଧନାଶ୍ରୀ ନିଜ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି। କୁହାଯାଉଛି କି ଦୁଇ ଜଣଙ୍କର ବିବାହ ଗୁରୂଗ୍ରାମର କର୍ମା ଲେକ ରିଜର୍ଟରେ ହୋଇଛି , ଯେଉଁଠି ଖୁବ କମ ଲୋକ ଉପସ୍ଥିତ ଥିଲେ। ଚୟଲଙ୍କ ବିବାହରେ ଖେଳାଳିଙ୍କ ମଧ୍ୟରୁ ପ୍ରଥମେ ସେଖର ଧଓ୍ବନ ପହଁଚି ଥିଲେ। ଆସନ୍ତୁ ଆପଣଙ୍କୁ ଦେଖାଉଛି ଚହଲ ଏବଂ ଧନାଶ୍ରୀଙ୍କର ହଳଦି ଠାରୁ ବିବାହ ପର୍ଯ୍ୟନ୍ତ ଫଟୋ।

ବହୁତ ସମୟ ଧରି ଚହଲ ଏବଂ ଧନାଶ୍ରୀଙ୍କ ବିବାହର ଆୟୋଜନ ଚାଲୁଥିଲା କିନ୍ତୁ ଫ୍ୟାନ୍ସ ମାନଙ୍କୁ ମଙ୍ଗଳବାରକୁ ସରପ୍ର୍ରାଇଜ ମିଳିଥିଲା। ଦୁଇ ଜଣ ଡିସେମ୍ବର ୨୨ରେ ବିବାହ କରିଛନ୍ତି ଏବଂ ଇନଷ୍ଟାଗ୍ରାମ୍ ପେଜରେ ଏହାର ଖବର ଦେଇଛନ୍ତି।

ଧନାଶ୍ରୀ ନିଜର ଇନଷ୍ଟାଗ୍ରାମ ପେଜରେ ନିଜ ବିବାହର ଫଟୋ ସେୟାର କରି ଏବଂ ଲେଖିଲେ କି ୨୨.୧୨.୨୦୨୦ରେ ଆମେ ଆମ ନୂତନ ଜୀବନ ଆରମ୍ଭ କରିଛୁ , ସବୁ ସମୟରେ ଏକାଠି ରହିବାର ନିସ୍ପତି ନେଇଛୁ।

ଏହି ଫଟୋରେ ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ନିଜ ବଧୂ ଧନାଶ୍ରୀ ବର୍ମାଙ୍କୁ ଦେଖି ହସୁଛନ୍ତି । ଦୁଇ ଜଣଙ୍କର ଏହି ଫଟୋରେ ଲୋକମାନେ ହଜାର ହଜାର ଲକ୍ଷ ଲକ୍ଷ କମେଣ୍ଟ ମାଧ୍ୟମରେ ଶୁଭେତ୍ସା ଦେଇଛନ୍ତି।

ପରସ୍ପରର ହାତ ଧରିଥିବାରୁ ଦୁଇ ଜଣ ବହୁତ ଖୁସି ଲାଗୁଛନ୍ତି। ଏହି ଫଟୋ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ଟିମ ଇଣ୍ଡିଆର ଖେଳାଳି ଏବଂ ଚହଲଙ୍କ ପାର୍ଟନର ସେଖର ଧଓ୍ବନ ମଧ୍ୟ ତାଙ୍କ ବିବାହରେ ପହଁଚି ଥିଲେ। ଦୁଇ ଜଣଙ୍କ ସହିତ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋ ଧନାଶ୍ରୀ ଏବଂ ଚହଲଙ୍କ ରିସ୍ପେସନର ଫଟୋ ଅଟେ। ଯେଉଁଥିରେ ଦୁଇ ଜଣ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ଦୁଇ ଜଣଙ୍କର ସବୁ ବିବାହ ରସମ ଦିଲ୍ଲୀରେ ହୋଇଥିଲା। ନିଜର ହଳଦିରେ ଚହଲ ଏବଂ ଧନାଶ୍ରୀ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଥିଲେ।

ଦୁଇ ଜଣଙ୍କର ଦେଖା ଚଳିତ ବର୍ଷ ଏପ୍ରିଲରେ ହୋଇଥିଲା। ଚୟଲ ଧନଶ୍ରୀଙ୍କ ଠାରୁ ଡ୍ରାନ୍ସ ଶିଖୁଥିଲେ। ଦେଖୁ ଦେଖୁ ଦୁଇ ଜଣ ପରସ୍ପରକୁ ପସନ୍ଦ କରିଥିଲେ ଏବଂ ସେମାନେ ଏବେ ଜୀବନ ସାଥି ଅଟନ୍ତି।

ଅଗଷ୍ଟ ୮ରେ ଦୁଇ ଜଣ ର୍ନିବନ୍ଧ କରିଥିଲେ , ଯାହାର ଖବର ସେ ସୋଶିଆଲ ମିଡିଆ ସାହାର୍ଯ୍ୟରେ ଦେଇଥିଲେ। ଏହାପରେ ଧନାଶ୍ରୀ ନିଜ ସ୍ବାମୀଙ୍କ ସହିତ ବିବାହ ପୂର୍ବରୁ ଦୁବାଈରେ କିଛି ଦିନ ରହିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *