କପିଲ ଶର୍ମା ଶୋରେ କପିଲ ଚହଲଙ୍କୁ ପ୍ରଶ୍ନ କରିଥିଲେ କି କ’ଣ ଆପଣଙ୍କ ବାପା ଆପଣଙ୍କୁ ଛୋଟବେଳରୁ ପେହେଲବାନ ବନେଇବାକୁ ଚାହୁଁଥିଲେ? ଏହି ପ୍ରଶ୍ନରେ ଭାରତୀୟ ସ୍ପିନର ବୋଲର ଚହଲ ବହୁତ ମଜ୍ଜାଳିଆ ଉତ୍ତର ଦେଇଥିଲେ।
ଭାରତୀୟ କ୍ରିକେଟ ଟିମର କ୍ରିକେଟର ଚହଲଙ୍କୁ ଛୋଟ ବେଳରୁ ଗଧ ପିଠିରେ ବସିବାର ଇଛା ଥିଲା। ଏହି କଥା ସେ କମେଡି ଶୋ କପିଲ ଶର୍ମାରେ କହିଥିଲେ। ଏହା ବ୍ୟତିତ ସେ ଏହା ମଧ୍ୟ କହିଥିଲେ କି ଛୋଟ ବେଳେ ତାଙ୍କ ବାପା ତାଙ୍କୁ ପେହଲବାନ ବନେଇବାକୁ ଚାହୁଁଥିଲେ କିନ୍ତୁ ଶରୀରରେ ମାଂସ ନଥିବାରୁ ତାଙ୍କ ବାପା ମତ ବଦଳେଇ ଦେଇଥିଲେ। ୟୁଜବେନ୍ଦ୍ର ଚହଲ କମେଡିଆନ କପିଲ ଶର୍ମା ଶୋ ଦ କପିଲ ଶର୍ମା ଶୋ ସିଜିନ – ୨ ଦ ଅଲ୍ଟିମେଟ ସ୍ପିନର୍ସରେ ପିୟୁଷ ଚାଓ୍ବଲଙ୍କ ସହିତ ବତୌର ଗେଷ୍ଟ ପହଁଚି ଥିଲେ।
କଥା ବାର୍ତ୍ତା ସମୟରେ କପିଲ ଚହଲଙ୍କୁ ପଚାରିଥିଲେ କି ଚହଲ ଆମେ ଶୁଣିଛୁ ଆପଣ ଛୋଟ ବେଳେ ଗଧ ପିଠିରେ ବସିବାକୁ ବହୁତ ପସନ୍ଦ କରୁଥିଲେ। ଏହା କ’ଣ ସତ? ଏହି ପ୍ରଶ୍ନରେ ଚହଲ ଉତ୍ତର ଦେଇଥିଲେ କି ହଁ , ଥରେ ଦୁଇଥର ବସିଛି। ଏହା ଶୁଣି ଶୋରେ ବସିଥିବା ସବୁ ଅଡିଏନ୍ସ ହସିବାକୁ ଲାଗିଲେ। ଚହଲ ଏବଂ ପିୟୁଷ ମଧ୍ୟ ହସୁଥିଲେ। ଏହାପରେ କପିଲ ପଛାରିଲେ କ’ଣ ପାଇଁ , ଏହାର ଅର୍ଥ କ’ଣ? ଚହଲ କହିଲେ କି ସେତେବେଳେ ମୁଁ ସାତ , ଆଠ ବର୍ଷ ବୟସର ହୋଇଥିଲି। ସିନିୟର କ୍ରାସ କଣ୍ଟ୍ରୀ ପାଇଁ ଯାଇଥିଲୁ। ସେ କ୍ରାସ କଣ୍ଟ୍ରି ଥିଲା ସାତ , ଆଠ ବର୍ଷର। ସେତେବେଳେ ଏପରି କ୍ରିକେଟର ଶୌକ ଥିଲା କି ମୁଁ ସକାଳ ୫ଟା ରୁ ଉଠି ବସି ପଡୁଥିଲି।
ଚହଲ କପିଲଙ୍କୁ କହିଲେ କି କୌଣସି ପ୍ରକାରର କାହା କୋଳରେ ବସି , କାନ୍ଧରେ ବସି ମୁଁ ସେଠାରେ ପହଁଚି ଯାଉଥିଲେ। କିନ୍ତୁ ଫେରୁଥିବା ସମୟରେ କାହାର ମଧ୍ୟ ବଳ ନଥାଏ କି କିଏ ତାଙ୍କୁ ବସାଇ ନେବେ ବୋଲି। ସେହି ସମୟରେ ରାସ୍ତା ଯେମିତି ଗଧ ଯାଉଥାନ୍ତି , ତେବେ ସେମାନେ ମତେ ସେହି ଗଧ ଉପରେ ବସାଇ ଦିଅନ୍ତି। ଜଣେ ପିଲା ସାଥିରେ ଚାଲୁଥିଲା। ମୁଁ ଗଧ ସହିତ ଘରେ ପହଁଚୁଥିଲି।
ଏହାପରେ କପିଲ ଶର୍ମା ଚୟଲ ଙ୍କୁ କହିଥିଲେ କି ଆପଣଙ୍କ ବିଷୟରେ ଆମେ ଆଉ ଏକ କଥା ଶୁଣିଛୁ କି ଆପଣଙ୍କ ବାପା ଆପଣଙ୍କୁ ପେହେଲବାନ ବନେଇବାକୁ ଚାହୁଁଥିଲେ କିନ୍ତୁ ଶରୀରରେ ମାଂସ ନଥିବାରୁ ଆପଣଙ୍କ ବାପା ମତ ବଦଳେଇ ଦେଇଥିଲେ। ଏହା କ’ଣ ସତ? ଏହାର ଉତ୍ତର ଚହଲ ବହୁତ ମଜାଦାର ଦେଇଥିଲେ। ଚହଲ କହିଥିଲେ କି ୧୧-୧୨ ବର୍ଷ ବୟସ ପରେ ସେ ନିଜେ ନିଜେ ବୁଝି ଯାଇଥିଲେ। କହୁଥିଲେ ତୋ ଦ୍ବାରା ହେବ ନାହିଁ।
କପିଲ ପୁଣି ପଚାରିଲେ କି ଛୋଟ ବେଳେ ଆପଣଙ୍କ ବାପା ଆପଣଙ୍କୁ ସ୍କୁଟରରେ ବସାଇ ନେଇ ଯାଉଥିବା ସମୟରେ ସ୍ପିଡରେ ଗାଡି ଚଲାନ୍ତି ନାହିଁ , କାରଣ ଆପଣ ଉଡି ଯିବେ ବୋଲି। ଏହା ମିଛ ନା ସତ? କପିଲଙ୍କର ଏହି ପ୍ରଶ୍ନରେ ସମସ୍ତେ ହସିବାକୁ ଲାଗିଲେ ଏବଂ ଚହଲ ହସି କହିଲେ ହଁ ସେଥିପାଇଁ ତ ମୁଁ ପଛରେ ବସେ।