ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍ ପୋଲିସ ଉଦ୍ଧାର କରିଛି।ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗ୍ସ ମିଳିଛି। ହେଲେ ସେଇ ଲେଗିଙ୍ଗସ୍ ସଂପୃକ୍ତ ନାବାଳିକାର ତ ?
ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ପୋଖରୀରୁ ଜଳ ନିଷ୍କାସନ ପରେ ଲେଗିଙ୍ଗସ୍କୁ ଉଦ୍ଧାର କରାଯାଇଥିଲା।ମିଳିଥିବା ଲେଗିଙ୍ଗସ୍କୁ ଜବତ କରିବା ସହିତ ନିଜ ହେପାଜତକୁ ନେଇଛି SIT. ଏହି ମାମଲାର ଗୁମର ଖୋଲିଛନ୍ତି ତଦନ୍ତକାରୀ ଟିମ୍ SIT ର ମୁଖ୍ୟ ଅରୁଣ ବୋଥ୍ରା।ତେବେ ଯେଉଁ ଲେଗିଙ୍ଗସ୍କୁ ପୋଖରୀରୁ ଉଦ୍ଧାର କରାଯାଇଛି ତାହା ପ୍ରକୃତରେ ସଂପୃକ୍ତ ନାବାଳିକାର ନା ନୁହେଁ, ତାକୁ ନେଇ ପ୍ରଶ୍ନ ଉଠିଛି।
ତେବେ ନାବାଳିକାଙ୍କ ପରିବାରଙ୍କ କହିବା ମୁତାବକ ଲେଗିଙ୍ଗସ୍ର ରଙ୍ଗ SIT ତରଫରୁ ସ୍ପଷ୍ଟ କରାଗଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।
ଘଟଣାସ୍ଥଳରେ ପହଞ୍ଚିବା ପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସେଠାରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ମାମଲାରେ ଅଧିକ ପ୍ରମାଣ ଖୋଜିବା ପାଇଁ ଚେଷ୍ଟା ଜାରି ରଖିବ ଏସଆଇଟି ଟିମ୍ ଅରୁଣ ମନ୍ତବ୍ୟ ଦେଇଥିଲେ। ଏଥିସହିତ ରିମାଣ୍ଡରେ ଥିବା ଅଭିଯୁକ୍ତକୁ ପଚରାଉଚରା କରାଯିବା ସହ ଘଟଣାର ତଦନ୍ତ କଡାକଡି ଭାବରେ କରାଯିବ।
ଅରୁଣ ବୋଥ୍ରାଙ୍କ ପ୍ରେସମିଟ ରେ ଦେଇଥିବା ବୟାନ ଅନୁସାରେ ନାବାଳିକାର ଲେଗିଙ୍ଗସ୍ ତ ମିଳିଗଲା; ହେଲେ ପରିବାର ଲୋକେ ଏହା ଝିଅର ନୁହେଁ ବୋଲି କହୁଛନ୍ତି। ତେବେ ଏଇଟା ଯଦି ପରୀର ନୁହେଁ, ତ କାହାର! ଏୟା ନୁହେଁ ଆଉ ଏକ ପୃଷ୍ଠା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ତେବେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।
ଘଟଣାକୁ ୫ ମାସ ବିତି ଗଲାଣି, ହେଲେ ନୟାଗଡ଼ ନାବାଳିକା ନିଖୋଜ ଓ ହତ୍ୟା ମାମଲାର କୌଣସି ସୁରାକ ପାଉନଥିଲା ପୋଲିସ । କିନ୍ତୁ କେଇଦିନର ଇନଭେଷ୍ଟିଗସନ ପରେ SIT ତରଫରୁ ପ୍ରମାଣ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ସରୋଜ ସେଠୀକୁ ବି ଗିରଫ କରାଗଲା।ଗତକାଲି SIT ମୁଖ୍ୟ ଅରୁଣ ବୋଥ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣାର ଲୋମଟାଙ୍କୁରା କାହାଣୀ ଶୁଣାଇଲେ। ହେଲେ ବୋଥ୍ରାଙ୍କର ଏହି କାହାଣୀକୁ ସମ୍ପୂର୍ଣ୍ଣ ମନଗଢ଼ା କହି ଅଭିଯୁକ୍ତର ମା’ ଉଠାଇଛନ୍ତି ନାନା ପ୍ରଶ୍ନ। କାରଣ ଯେଉଁ ଘଟଣାର ତଦନ୍ତ ପାଇଁ ଦୀର୍ଘ ୫ ମାସ ବିତିଯାଇଥିଲା,ହେଲେ କୌଣସି ପ୍ରମାଣ ମିଳିନଥିଲା। କିନ୍ତୁ ହଠାତ୍ SIT ର ଅଳ୍ପ ଦିନର ପ୍ରଚେଷ୍ଟାରେ ଏତେ ତଥ୍ୟ ମିଳିଲା କିପରି? ଏହି କଥାକୁ ସଂପୃକ୍ତ ଅଭିଯୁକ୍ତଙ୍କ ମା’ କହିଛନ୍ତି।ନିର୍ଦ୍ଦୋଷ ପୁଅକୁ ମାଡ଼ ମାରି ଏବଂ ଡରେଇ ମିଛ କଥାରେ ହଁ ଭରିବାକୁ କାହିଁକି କୁହାଯାଉଛି ବୋଲି କହିଛନ୍ତି ଅଭିଯୁକ୍ତର ମାଆ ।
କେବଳ ସରୋଜର ପରିବାର ନୁହେଁ, ନାବାଳିକାର ମା ଓ ବାପା ବି ସମାନ ପ୍ରଶ୍ନ ଉଠାଇଛନ୍ତି । ଗିରଫ ଅଭିଯୁକ୍ତ ସେଭଳି ପିଲା ନୁହେଁ,ତାଙ୍କୁ କୌଣସି କାରଣରୁ ମୋହରା ବନାଯାଇଛି କିମ୍ବା କୌଣସି ଧମକ ମିଳିଛି। ମାମଲାର ସିବିଆଇ ତଦନ୍ତ ଦାବି ହେବାରୁ ଏହା ନାଟକ ବୋଲି କହିଛନ୍ତି ସେମାନେ। ଘଟଣା ଦିନ ନାବାଳିକାକୁ କାହ୍ନୁ ନାଏକ ନେଇଯାଇ ବାବୁଲି ନାୟକକୁ ଦେଇଥିବା ଦୁଇ ଜଣ ପିଲା କହୁଛନ୍ତି। ତେଣୁ ବାବୁଲି ନାୟକ ନେଇ ଅଙ୍ଗତସ୍କରୀ କରିଛି ବୋଲି ମନ୍ତବ୍ୟକୁ ଦୋହରାଇଛନ୍ତି ପୀଡ଼ିତାଙ୍କ ବାପା।
ତେବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ। ଘଟଣାର ତଦନ୍ତ ଆହୁରି କଡାକଡି ଭାବରେ ପାଳନ କରାଯାଉ ଏବଂ ସତକୁ ସାମ୍ନାକୁ ଅଣାଯାଉ। ପ୍ରକୃତ ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦିଆଯାଉ। ଯାହା ଦ୍ଵାରା କି ପରୀର ଆତ୍ମାକୁ ଶାନ୍ତି ମିଳିବ। ତେବେ ସମସ୍ତେ ଅପେକ୍ଷାରେ ରହିଛନ୍ତି ଯେ କେବେ ସତର ସନ୍ଧାନ ହେବ!